-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ରାଜ୍ୟ

କୋଟି କୋଟି ଟଙ୍କାର ମାଲିକ ସାଜିଥିବା ଅଜିତ ଏବେ ସିବିଆଇ କବଜାରେ: ପାଟଣାଗଡରୁ ଭୁବନେଶ୍ବର ଓ ସେଠାରୁ ଦିଲ୍ଲୀ; ସହଯୋଗ କରୁଥିଲେ ବହୁ ସରକାରୀ ବରିଷ୍ଠ ଅଧିକାରୀ 

14-Nov-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ): ଶେଷରେ ବିଭିନ୍ନ ଠକେଇ ଓ ଦଲାଲିରେ କୋଟି କୋଟି ଟଙ୍କା ଓ ସମ୍ପତ୍ତିର ମାଲିକ ପାଲଟିଥିବା ମହାଠକ ଓଡ଼ିଶାର ଅଜିତ୍ ପାତ୍ର ଏକ ଜିଏସ୍ ଟି ମାମଲାରେ ବଞ୍ଚାଇବାକୁ ନକଲି ଅଧିକାରୀ ସାଜି ୧୮ ଲକ୍ଷ ଟଙ୍କା ନେଉଥିବା ବେଳେ ରାଜସ୍ଥାନରେ ଦିଲ୍ଲୀ ସିବିଆଇ ହାତରେ ଧରାପଡି ଗିରଫ ହୋଇଛି । ସିବିଆଇ ଏହି ପୁରୁଣା ଠକ ଓ ତା'ର ଜଣେ ସହଯୋଗୀ ମିଙ୍କୁଲାଲ୍ ଜୈନକୁ ଏହି ମାମଲାରେ ଗିରଫ କରିଥିବା ସହିତ ଦିଲ୍ଲୀ, ରାଜସ୍ଥାନ, ଓଡିଶା, ଶଶୁରଘର ପୁରୀ ଓ ନିଜଘର ପାଟଣାଗଡ ଓ ଅନ୍ଯାନ୍ଯ  ସ୍ଥାନରେ ଚଢାଉ କରି ତା'ଠାରୁ ନଗଦ ୩ କୋଟି ୭୦ ଲକ୍ଷ ଟଙ୍କା,୧ କେଜି ସୁନା ଅଳଙ୍କାର,  ୪ ଟି ଦାମୀ ସୌଖୀନ ଗାଡି ସହ ୧୨ ଟି ଗାଡି , ୨୫ ଟି ବହୁମୂଲ୍ଯ ପ୍ଲଟ୍, ବିପୁଳ ସମ୍ପତ୍ତିବାଡି ର କାଗଜପତ୍ର, ବ୍ୟାଙ୍କ ଜମା ଓ ଅନ୍ଯାନ୍ଯ ଜିନିଷପତ୍ର ଜବତ କରିଥିବା ପ୍ରକାଶ । ଆହୁରି ବି ପାଟଣାଗଡର ତା'ଘର ବନାମ ସାନଭାଇର ଘର ଉପରେ ଗତ ୧୦ ତାରିଖ ରାତିସାରା ଚଢାଉ ପରେ ଗତ ୧୨ ତାରିଖ ଦିନ ଅଜିତ୍ ର ଭାଇ ରଞ୍ଜିତ ପାତ୍ରଙ୍କୁ ଧରି ସିବିଆଇ ଅଧିକାରୀମାନେ ସେଠାକାର ବିଭିନ୍ନ ବ୍ୟାଙ୍କ ଓ ଲକର ଆଦି ତନଖି କରିବା ଦେଖାଯାଇଥିଲା। ଏହି ଚଢାଉରେ ପ୍ରାୟ ୪୦ ଲକ୍ଷ ଟଙ୍କା ଏକ ବସ୍ତାରେ ଭରି ଏବଂ କାଗଜପତ୍ର ଜବତ ହୋଇଥିବା ଚର୍ଚ୍ଚାରୁ ପ୍ରକାଶ । ତେବେ ଏସବୁ ଚଢାଉରେ ମୋଟ କେତେ ଟଙ୍କାର ସମ୍ପତ୍ତି ସିବିଆଇ ଜବତ କରିଛି , ସ୍ପଷ୍ଟ ନ ହୋଇଥିଲେ ହେଁ , ଏହି ପରିମାଣ ଆହୁରି ଅଧିକ ହେବ ବୋଲି କୁହାଯାଉଛି ।  

ଏବେ ରାଜସ୍ଥାନର ଜୟପୁରଠାରେ ସେ ଜଣେ ନେଟ୍ ୱର୍କ ସଂସ୍ଥାର ସିଇଓଙ୍କ ଠାରୁ ଜି ଏସ୍ ଟି ରୁ ବଞ୍ଚାଇବା ନକଲି ଅଧିକାରୀ ସାଜି ବଞ୍ଚାଇବା ପାଇଁ ୧୮ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ପଞ୍ଝାରେ ଉକ୍ତ ସହଯୋଗୀ ସହ ପଡିଯାଇଛି ।  

ଏହାପୂର୍ବରୁ ସେ କଟକରେ ଜମି ଜାଲିଆତି ମାମଲାରେ ଗିରଫ ହୋଇଥିଲା । ସେତେବେଳର ଚର୍ଚ୍ଚା ଅନୁଯାୟୀ ଜଣେ ସୁପ୍ରିମ୍ କୋର୍ଟର ଜଜ୍ ଙ୍କୁ ଦିଲ୍ଲୀରେ ପ୍ଲଟ୍ ଯୋଗାଇଦେବାକୁ ଠକି ତାଙ୍କ ଠାରୁ ପ୍ରାୟ ୫୨ ଲକ୍ଷ ଟଙ୍କା ଚୂନ ଲଗାଇଥିଲା । ତେବେ ଜମିଜମା ଯୋଗାଇଦେବା , ଚାକିରୀ , ବଦଳି , ପଦୋନ୍ନତି ଓ ମାମଲାରୁ ଖସାଇବା ଇତ୍ୟାଦି ସହ ବଡ ବଡ ଅଧିକାରୀଙ୍କୁ ଝିଅ ଯୋଗାଇ ଦେଇ ହନିଟ୍ରାପ୍ ରେ ଫସାଇ ବିପୁଳ ଟଙ୍କା ଆଦାୟ କରିବା ଦଶନ୍ଧି ଦଶନ୍ଧି ଧରି ଭୁବନେଶ୍ବର ଓ ଦିଲ୍ଲୀରେ କଳାକାରବାରର ଜାଲ ବିଛାଇ ସେ ଏପରି କରୁଥିଲା । ଏହି ମହାଠକର ଥାଟ୍ ବାଟ୍ ଜଣେ ଭିଭିଆଇପି ଭଳି ଥିଲା ଓ ତାକୁ ସମସ୍ତ ପ୍ରକାରର ପ୍ରୋଟୋକଲ୍ ଯୋଗାଇ ଦିଆଯାଉଥିଲା । ସେ ମଧ୍ଯ  କେତେକ ସ୍ଥାନରେ ମୁଖ୍ଯଅତିଥି ଭାବରେ ଯୋଗ ଦେଉଥିଲା ।  ଥରେ ପାଟଣାଗଡରେ ତା'ର ସାନଭାଇର ପୁଅ ଅନ୍ନପ୍ରାଶନରେ ଓ ମାଆଙ୍କ ଶ୍ରାଦ୍ଧଭୋଜରେ ତତ୍କାଳୀନ ଜିଲ୍ଲାପାଳ, ଏସ୍ ପି , ଜିଲ୍ଲାଜଜ୍ , ଛତିଶଗଡରୁ ନାଲିବତୀ ଗାଡି ଓ ଅନ୍ଯାନ୍ଯ ବଡବଡିଆଙ୍କ ସମାବେଶ ହୋଇଥିଲା । ତା'ର ବିବାହରେ ବଲାଙ୍ଗୀରର ଜଣେ ତତ୍କାଳୀନ ବଙ୍ଗାଳି ଜିଲ୍ଲାପାଳ 'ଦେ ସାହେବ 'ତଳେ ବସି ପରିବା କାଟୁଥିବା ଦେଖାଯାଇଥିଲା । ବୌଦ୍ଧର ଜଣେ ତତ୍କାଳୀନ  ସମ୍ବଲପୁରୀ ଗୀତିକାର ଜିଲ୍ଲାପାଳ ଏହି ଠକର ପାଲରେ ପଡିଥିଲେ । ବଡ ବଡ ଏଜ୍ କ୍ୟୁଟିଭ୍ ଇଞ୍ଜିନିୟର, ପୁଲିସ ଅଧିକାରୀ ବା ବରିଷ୍ଠ ଅଧିକାରୀଙ୍କୁ ଏପରି ହ୍ୟୁମେଲେଟ୍ କରି ସାଡିଷ୍ଟିକ୍ ଆନନ୍ଦ ଉପଭୋଗ କରୁଥିଲା । ଜଣେ ଶିକ୍ଷକଙ୍କ ପୁଅ ଅଜିତ୍ ଶିକ୍ଷାଗତ ଯୋଗ୍ୟତା ମାତ୍ର ମାଟ୍ରିକ୍ ଓ ସେ ପ୍ରଥମେ ଛୋଟ ଛୋଟ ଥାନାମାମଲାର ମଧ୍ୟସ୍ଥି ହୋଇ ଓ ଥାନାବାବୁଙ୍କ ବଦଳି କରିବାକୁ ଥୋପ ପକାଇ ଟଙ୍କା ଆଦାୟ କରୁଥିଲା । ଏହାସହ ପାଟଣାଗଡ ସମବାୟ ବ୍ୟାଙ୍କରୁ ଏକ ଆମ୍ବାସଡ଼ର ଲୋନ୍ ନେଇ ଭଡାରେ ଲଗାଉଥିଲା ।  ସେତେବେଳେ ଏହି ପ୍ରତିନିଧି ସହ ଖପ୍ରାଖୋଲ ଥାନାରେ ତା'ର ଭେଟ ହୋଇଥିଲା ଓ ସେହିଦିନ ଠାରୁ ସେ ଏହି ପ୍ରତନିଧିକୁ 'କକା' ଡାକି ସାମ୍ବାଦିକତାରେ କିଛିଦିନ ସହଯୋଗୀ ହୋଇ ଗୁରୁ ଭାବେ ମାନୁଥିଲା ।  ଏପରିକି ସେ ସେତେବେଳେ ତାର ଏକ ସିଲ୍ ଭର୍ କଲରର ୟାମାହା ବାଇକ୍ ରେ ବସାଇ ବଲାଙ୍ଗୀରରୁ ବରଗଡ ଯାଏ ବୁଲାଇ ସମ୍ବାଦପତ୍ରର କିଛି ବାର୍ଷିକଗ୍ରାହକ ଯୋଗାଡ କରିଦେଇଥିଲା । କିନ୍ତୁ ସେତେବେଳେ ସେ ତା'ର କାର୍ ଲୋନ୍ ସୁଝି ନ ପାରିବାରୁ କାର୍ ଟିକୁ ସେ ଯାଇ ଭୁବନେଶ୍ବରରେ ଭଡାରେ ରହୁଥିବା ଘରକୁ ନେଇ ଲୁଚାଇ ଦେଇଥିଲା ଓ ଜଣେ ବିଦେଶରେ ରହୁଥିବା ବ୍ୟକ୍ତିଙ୍କ

ବୃଦ୍ଧାମାଆଙ୍କୁ ଫୁସୁଲାଇ ପରେ ତାଙ୍କ କୋଠାକୁ କିଣି ବା ହଡପ କରିନେଇଥିବା ଶୁଣାଯାଇଥିଲା । ସେ ନେତା , ଅଫିସର ଓ ବ୍ୟବସାୟୀଙ୍କୁ ବାହାରୁ କଲ୍ ଗାର୍ଲ ଅଣାଇ ବା କେତେକ ସ୍ଥାନୀୟ ଝିଅଙ୍କୁ ଦେହବ୍ୟାପାରରେ ଲଗାଇ ଧନ୍ଦା କରୁଥିବା  ଜାଣିପାରି ଏହି ପ୍ରତିନିଧି ତାକୁ ଭର୍ତ୍ସନା କରି ଆଉ ପାଖପୁରାଇ ଦେଲାନାହିଁ । ସେତେବେଳେ ସେ ଲାଠୋରର ଜଣେ ସ୍ବାମୀପରିତ୍ୟକ୍ତା ମହିଳାଙ୍କ ସୁନ୍ଦରୀଝିଅକୁ ଅନୁଗୁଳରେ ବିବାହ ଆଳରେ ଏଭଳି କାମରେ ବ୍ୟବହାର କରୁଥିବା ଓ କଟକ/ ଭୁବନେଶ୍ବରରୁ ଝିଅ ଅଣାଇ ବଲାଙ୍ଗୀର ଓ ହରିଶଙ୍କର ବଙ୍ଗଳାରେ ଦେହବ୍ୟାପାର କରୁଥିବା ସମ୍ପର୍କରେ ଏହି ପ୍ରତିନିଧି ଏକ ରିପୋର୍ଟ ପ୍ରକାଶ କରିଥିଲା । ସେ ପୂର୍ବରୁ ଜମିଜମା ଠକେଇ କରି ଗିରଫ ହୋଇଥିବା ସମ୍ପର୍କରେ ମଧ୍ୟ ଏହି ପ୍ରତିନିଧି ' ଚକ୍ଷକ ' ରେ ମଧ୍ଯ  ଏକ ମୁଖପୃଷ୍ଠ ରିପୋର୍ଟ ପ୍ରକାଶ କରିଥିଲା ।
     ତେବେ ଏହି ମହାଠକର କଳାକାରନାମା ପାଟଣାଗଡ , ବଲାଙ୍ଗୀରରୁ ଆରମ୍ଭ ହୋଇ ଭୁବନେଶ୍ବର ଓ ପରେ ଦିଲ୍ଲୀରୁ ରାଜସ୍ଥାନ ଆଦି ସ୍ଥାନକୁ ବ୍ୟାପି ଯିବା ପଛରେ ସେ ବହୁ ଆଇଏଏସ୍ , ଆଇପିଏସ୍ , ରାଜନେତା , ଅଧିକାରୀଙ୍କୁ ହନିଟ୍ରାପ୍ ଓ ସେମାନଙ୍କୁ ବ୍ଲାକ୍ ମେଲିଂ କରି କରୁଥିବା ବହୁଲୋକ ଜାଣନ୍ତି । ୨୦୦୦ ମସିହା ପରେ ସେ ଭୁବନେଶ୍ଵରରେ ରହିଆସୁଥିଲା । କମିସନେରେଟ୍ ପୁଲିସ ଅଫିସ ସାମ୍ନାରେ ଥିବା ତା' ଘର ଆଗରେ ସେତେବେଳେ ଫୋର୍ ଏଣ୍ଡଭର୍ ଓ ଲାନସର କାର୍ ରଖାଯାଇଥିବା ଦେଖାଯାଇଥିଲା । ଏହି ମହାଧୂର୍ତ୍ତ ଯୁବକ ଜଣକ ଏବର ଜଣେ ଆଇଜି ପାହ୍ୟାର ଆଇପିଏସ ଅଧିକାରୀ ବନାମ  ତତ୍କାଳୀନ ବଲାଙ୍ଗୀର  ଏସ୍ ପିଙ୍କ ଭଉଣୀର ପିଲାଛୁଆ  ହେଉ ନ ଥିବାରୁ ପାଟଣାଗଡରୁ ଜଣେ ବୈଦ୍ୟଠାରୁ ବୋତଲେ ମନ୍ତୁରା ଦେଶୀଔଷଧ ନେଇ ଯୋଗାଇଥିବା ପରି ପାରିବାରିକ  ବ୍ୟକ୍ତିଗତ ସେବା ସମ୍ପର୍କ ସ୍ଥାପନ କରିଥିବା , ସେକ୍ରେଟାରିଏଟ୍ ର ଗୃହବିଭାଗର ପ୍ରବେଶ ଅନୁମତି କାର୍ଡ ପାଇଥିବା ଓ ତା' ଚୁ ଟ୍ କୀ ରେ  ଲୋକଙ୍କର ସରକାରୀ କାମ ହୋଇଯାଇ ପାରୁଥିବା ଏହି ପ୍ରତିନିଧି ଦେଖିଛି । ସଂପ୍ରତି ସେ ପୁରୀର ଜଣେ ଓକିଲଙ୍କ ଝିଅକୁ ବାହା ହୋଇ ଦିଲ୍ଲୀରେ ଏକ ବିଶାଳ ଭବ୍ୟଅଟ୍ଟାଳିକା ଆଦି କିଣି ରହୁଥିବା ଓ ତା'ରି ପ୍ରଭାବରେ ପାଟଣାଗଡରେ ତା' ସାନଭାଇର ଠିକାଦାରୀ କାରବାର ଫଳିଫୁଲି ଉଠିଥିବା କାହାକୁ ଅଛପା ନୁହେଁ । 

ତେଣୁ ଅଜିତ ପାତ୍ର ଭଳି ଦେଶର ଜଣେ କୁଖ୍ୟାତ ମହାଠକକୁ ଗଢିତୋଳିବା ପଛରେ ଯେଉଁମାନଙ୍କର ହାତ ରହିଛି , ସେମାନେ ଚିରଦିନ ଅନ୍ଧାରରେ ରହିଯିବେ । ସେହିପରି ଏହି ସିବିଆଇ ଚଢଉ ମାମଲାରୁ ବି ସେ ଅକ୍ଳେଶରେ ବେକ ଖସାଇ ନେବା ଅସମ୍ଭବ ନୁହେଁ ବୋଲି ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ  । ତେଣୁ ଏକଦା ଚିଟ୍ ଫଣ୍ଡ୍ କାରବାର ବେଳେ ଆଇପିଏସ ଅଧିକାରୀଙ୍କ ପତ୍ନୀଙ୍କ ସହ ଆର୍ଥିକ କେଳେଙ୍କାରୀରେ ଜଡିତ ସମ୍ବଲପୁରର ଶୁଭଙ୍କର ପରି ଏହି ଠକମାନଙ୍କ ପ୍ରାର୍ଦୁଭାବ ନିମନ୍ତେ କେଉଁମାନେ ପ୍ରକୃତରେ ଦାୟୀ , ସମୀକ୍ଷାସାପେକ୍ଷ  !

ତେବେ ମନେରଖିବା ଉଚିତ୍ ଯେ କୁହାଯାଇଥିବା ଆପ୍ତବାକ୍ୟ ପରି ' ଚୋରଘର ସବୁଦିନ ଅନ୍ଧାର ରହେନାଇଁ  ! '


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like