-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ରାଜ୍ୟ

ପାଟଣାଗଡ:  ଅଜିତ ପାତ୍ରର ପୈତୃକଘରେ  ସିବିଆଇ ଛାନଭିନ,ଆପତ୍ତିଜନକ କାଗଜପତ୍ର ଜବତ

13-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ବହୁବର୍ଷ ହେଲା ବଡବଡିଆ ବାବୁମାନଙ୍କୁ ହାତକରି କୋଟି କୋଟି ଟଙ୍କା ରୋଜଗାର କରି ଥିବା ଅଜିତ ପାତ୍ର ଶେଷରେ ସିବିଆ ଦ୍ୱାରା ଗିରଫ ହୋଇଛି । ତେବେ ରାଜସ୍ଥାନରେ ଏକ ଜିଏସଟି ମାମଲା ରଫାଦଫା କରିବାକୁ ଜଣେ ଏଜେନ୍ସୀଠାରୁ ୧୮ଲକ୍ଷ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ସିବିଆଇ ତାକୁ ଗିରଫ କରିଛି । ତାକୁ ଗିରଫ ପରେ ସିବିଆଇ ଟିମ ଦିଲ୍ଲୀ,ଭୁବନେଶ୍ୱର ସମେତ ପାଟଣାଗଡ ର ତାଙ୍କ ପୈତୃକଘରେ ମଧ୍ୟ ଚଢାଉ କରିଛି । ଏକ ୪ଜଣିଆ ଟିମ ଆସି ବୁଧବାର ପାଟଣାଗଡ ଆସି ତାଙ୍କଘରେ ଚଢାଉକରି ଛାନଭିନ କରିଥିଲେ । ତାଙ୍କ ଦିଲ୍ଲୀବାସଭବନରୁ ସାଢେ ୩ କୋଟିର ନଗଦ ନୋଟ ସମେତ ଦେଢକିଲୋ ସୁନା ଓ ଅନେକ ଗୁଡିଏ ପ୍ଲଟର କାଗଜପତ୍ର ଜବତ କରାଯାଇଥିବା ଏକ ବିଶେଷ ସୂତ୍ôରରୁ ଜଣାପଡିଛି । ପାଟଣାଗଡ ଘରୁ ମଧ୍ୟ ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି । ବୁଧବାର ସିବିଆଇ ଟିମ ପହଞ୍ଚି ସ୍ଥାନୀୟ ପୋଲିସକୁ ନେଇ ଅଜିତ ପାତ୍ରର ଘରେ ଚଢାଉ କରିଥିଲା । ପ୍ରକାଶ ଯେ, ଅଜିତ ପାଟଣାଗଡର ଏକ ସାଧାରଣ ବ୍ୟବସାୟୀ ପରିବାରର ହୋଇଥିବା ବେଳେ ପାଠପଢାପରେ ଗାଡିଭଡା ଲଗାଇ ଚଳୁଥିଲା । ପରେ କିଛି କିଛି ଠିକାକାମ କରିଥିଲା । କିନ୍ତୁ ଭୁବନେଶ୍ୱର ଯାଇ ସେଠାରେ କିଛି ଦୁର୍ନିତୀଗ୍ରସ୍ତ ଅଧିକାରୀ ତଥା ଦେହଲୋଭୀ ଅଧିକାରୀଙ୍କୁ କୌଶଳକରି ହାତ କରି ତାର ନେଟୱାର୍କ ଚଳାଇଲା । ଭୁବନେଶ୍ୱରରେ ବିଜେଡି ଶାସନ ସମୟରେ ଅନେକ ବଡବଡ ଅଧିକାରୀଙ୍କ ସହିତ ତାର ସମ୍ପର୍କ ବଢିଥିଲା ଓ ସେଥିରୁ ସେ ମଧ୍ୟସ୍ଥି କରି ବହୁତ ଟଙ୍କା ରୋଜଗାର କରିଥିଲା । କଟକ ଜିଲ୍ଲାରେ ଏକ ବିବାଦୀୟ ମାମଲାରେ ଫସି ଥରେ ଜେଲକୁ ଗଲାପରେ ସେ ତାର ନେଟୱାର୍କ ଦିଲ୍ଲୀ ଆଡକୁ ବଢାଇଥିଲା । ସେଠାରେ ବହୁତ ବଡବଡ ଅଧିକାରୀଙ୍କ ପ୍ରୋତ୍ସାହନରେ ଏବେ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଛି ଅଜିତ । ଗତ ୨୦୨୪ରେ ପାଟଣାଗଡରେ ତାର ମାଆଙ୍କ ଶ୍ରାଦ୍ଧଘରେ ଓଡିଶା ସମେତ ଛତିଶଗଡ ରାଜ୍ୟର ଅନେକ ପୋଲିସ ଅଧିକାରୀ ଆସି ଯୋଗଦେଇଥିଲେ । ଯାହାକୁ ନେଇ ପାଟଣାଗଡରେ ଚର୍ଚ୍ଚାର ବିଷୟ ହୋଇଥିଲା । ଅଜିତ ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା ଚଢାଉ ତଥା ଯାଞ୍ଚରେ ମଧ୍ୟସ୍ଥି ସାଜି ରଫାଦଫା କରାଇ ଟଙ୍କା ରୋଜଗାର କରୁଥିଲା । ଏବେ ସେହି ଧନ୍ଦାରେ ସିବିଆଇ ତାକୁ ଧରି ବାନ୍ଧିଛି ଓ ଛାନଭିନ ଚଳାଇଛି । ତା ସହିତ ତାର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛି । ଶୁଣାଯାଉଛି ଓଡିଶାର ଏସଆଇ ନିଯୁକ୍ତି କେଳେଙ୍କାରୀରେ ଗିରଫ ହୋଇଥିବା ଶଙ୍କର ପୃଷ୍ଟି ସହିତ ମଧ୍ୟ ଅଜିତର ସମ୍ପର୍କ ରହିଛି । ଶଙ୍କର ପୃଷ୍ଟି କ୍ରାଇମବ୍ରଞ୍ଚର ତଦନ୍ତ ବେଳେ ପୂର୍ବ ସରକାର ଅମଳରେ ହଜାରେ କୋଟିର ଡିଲ ବିଷୟରେ ସୂଚନା ଦେଇଥିଲା । ଏଥିରେ କୁଆଡେ ଅଜିତ ପାତ୍ର ମଧ୍ୟ ରହିଛି । ତେଣୁ ଅଲୁଖୋଳୁ ମହାଦେବ ବାହାରିଲା ଭଳି ସିବିଆର ଏହି ଚଢାଉ ପରେ ଅନେକ ରହସ୍ୟ ଫିଟିବ ବୋଲି ଆଲୋଚନା ହେଉଛି । ତେବେ ଓଡିଶାର କେଉଁ କେଉଁ ଦେହଲୋଭୀ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀ ଅଜିତ ଲିଙ୍କରେ ରହିଛନ୍ତି ତାହାର ମଧ୍ୟ ସବିଶେଷ ତଥ୍ୟ ଖୋଲତାଡ ପରେ ଜଣାପଡିବ ବୋଲି ଚର୍ଚ୍ଚା ଯୋର ଧରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like