-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
07-Nov-2025
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠି ଙ୍କର ୮୧ ବର୍ଷ ବୟସରେ ନିଜ ହାତିଶାଳପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ସଚ୍ଚୋଟ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ପରିଚିତ ମହଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟ ଶଯ୍ୟା ନିକଟରେ ପୁଅ ଗୋପାଳ, ସନ୍ତୋଷ, ଦୁଇ ବୋହୁ, ଯାମାତା ରାଜୁ, ସରୋଜ, କଲ୍ୟାଣ, ଝିଅ ପଦ୍ମିନୀ, ନିଳିମା, ସବିତା ଓ ନାତି ନାତୁଣି ଉପସ୍ଥିତ ଥିଲେ । ବିଭୁତିପଡା ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରୀୟା ଅନୁଷ୍ଠିତ ହୋଇଥିଲା । ଦୁଇ ପୁଅ ଗୋପାଳ ଓ ସନ୍ତୋଷ ମୁଖାଗ୍ନି ଦେଇଥିଲେ ।