-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||     

HOME   ରାଜ୍ୟ

ଖୋଲିଛି କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ !

30-Jan-2021



ଭୁବନେଶ୍ୱର, (ଶୁଭାଶିଷ ନାୟକ) : କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ ଖୋଲିଛି। ସୂଚନା ଅଧିକାର ଆଇନ୍ ବଳରେ ପଦାକୁ ଆସିଛି ସରକାରୀ ଜମି ଜବରଦଖଲର ଆଉ ବିରାଟ ଏକ କାରସାଦି। ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ପ୍ରାୟ ୧୧ ଏକର ଜମିକୁ କିଟ୍ କର୍ତ୍ତୃପକ୍ଷ ମାଡି ବସିଛନ୍ତି। କେବଳ ଜମିକୁ ନିଜ ଅକ୍ତିଆରରେ ରଖିନାହାନ୍ତି, କେଉଁଠି ବହୁମୂଖୀ ଅଟ୍ଟାଳିକା ତ ଆଉ କେଉଁଠି ଷ୍ଟାଡିୟମ ବି ନିର୍ମାଣ କରି ସାରିଲେଣି।

ସାଧାରଣ ପ୍ରସାଶନ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ଲଟ ନଂ ୩୪୭ରେ ଥିବା ଅଢେଇ ଏକର ଜମିକୁ ମାଡି ବସି କିଟ୍ କର୍ତ୍ତୃପକ୍ଷ ତାଉପରେ ଏକ ବହୁତଳ ଅଟ୍ଟାଳିକା ନିର୍ମାଣ କରିଛନ୍ତି। ସେହିପରି ଖାତା ନଂ ୪୯୧ ଓ ୪୯୩ ଅନ୍ତର୍ଗତ ପ୍ଲଟ ନଂ ୩୧୮, ୩୧୯,୩୨୦, ଏମିତି ମୋଟ୍ ୬ ଏକର ୯୩୦ ଡିସିମିଲ ଜମିକୁ ଜବରଦଖଲ କରି ଖେଳ ପଡିଆ ଭାବେ କିଟ୍ ବ୍ୟବହାର କରୁଛି।
ଅନ୍ୟପକ୍ଷରେ ପ୍ଲଟ ନଂ ୪୧୨ର ୧ ଏକର ୫୫୦ ଡିସିମିଲ ଏବଂ ପ୍ଲଟ ନଂ ୩୫୦ ଓ ୪୦୭ର ପ୍ରାୟ ଅଧ ଏକର ଜମିକୁ ପାଚେରି ଉଠାଇ କିଟ୍ ନିଜ କବଜାରେ ରଖିଛି। ଏମିତି ପ୍ରାୟ ୧୧ ଏକର ସରକାରୀ ଜମିକୁ କିଟ୍ ଜବରଦଖଲ କରିଥିବା, ୨୦୧୩ ମସିହାରେ ସ୍ଥାନୀୟ ଆରଆଇ ସାଧାରଣ ପ୍ରସାଶନ ବିଭାଗକୁ ରିପୋର୍ଟ ଦେଇଥିଲେ।

ଜିଏ ବିଭାଗର ହାରାହାରି ୧୧ ଏକର ଜମି ଅଚ୍ୟୁତ ସାମନ୍ତ ମାଡ଼ି ବସିଛନ୍ତି। ଜମି ଲିଜ୍‌ରେ ନେବା ପାଇଁ ସେ ବାରମ୍ବାର ଆବେଦନ କରିଛନ୍ତି କିନ୍ତୁ ଜିଏ ବିଭାଗ ଦେଇନି।  ସବୁଠାରୁ ମୂଲ୍ୟବାନ ଜମିକୁ ଅଚ୍ୟୁତ ସାମନ୍ତ ମାଡ଼ିବସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ବିନା ବିଡିଏ ସ୍ୱୀକୃତିରେ ଉକ୍ତ ଜମି ଉପରେ ବିରାଟକାୟ ଅଟ୍ଟାଳିକା ନିର୍ମାଣ କରିଛନ୍ତି।
-ପ୍ରଦୀପ ପ୍ରଧାନ,ସୂଚନା ଅଧିକାର କର୍ମୀ

ଖାତା ନଂ ୪୯୧ ଓ ୪୯୩ରେ ଥିବା ଜମିର ଜବରଦଖଲକୁ ନେଇ ଓପିପି କେଶ ହେବା ସହ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା। ଆରଆଇ, ସାଧାରଣ ପ୍ରଶାସନକୁୁ ଦେଇଥିବା ରିପୋର୍ଟରେ ବି ଏକଥା ଉଲ୍ଲେଖ କରିଥିଲେ। ହେଲେ ବିଡମ୍ବନା, କାର୍ଯ୍ୟାନୁଷ୍ଠାନ ନେବେ କଣ, ଜବରଦଖଲ ଜମିକୁ କିଟ୍‌କୁ ଆଲର୍ଟ କରିବା ଲାଗି ସାଧାରଣ ପ୍ରଶାସନ ବିଭାଗ ପାଲଟା ଆରଆଇଙ୍କୁ ନିର୍ଦ୍ଦେଶ ଦେଇଛି ମାତ୍ର ଏହି ଆଲର୍ଟମେଣ୍ଟ ପ୍ରକ୍ରିୟା ଏଯାଏଁ ସରିନଥିଲେ ମଧ୍ୟ କିଟ୍ କର୍ତ୍ତୃପକ୍ଷ ଏସବୁ ଜମିକୁ ନିଜ ଅଧୀନରେ ରଖି ବ୍ୟବହାର କରୁଛନ୍ତି।

ଜେନେରାଲ ଆଡମିନଷ୍ଟ୍ରେସନ୍ ଜାଗାକୁ ଏମାନେ ମାଡ଼ି ବସିଲେ। କିଟ୍‌ ଜବରଦସ୍ତି ମାଡ଼ି ବସିଥିବା ନେଇ ଆରଆଇ ରିପୋର୍ଟ ଦେଇଛନ୍ତି। ତାଙ୍କୁ ବେଦଖଲ କରିବା ପରିବର୍ତ୍ତେ ସେଇ ଆରଆଇଙ୍କୁ ଆଲର୍ଟ କରିବା ପାଇଁ କୁହାଗଲା।  
– ସୁଧୀର ମହାନ୍ତି, ଆଇନଜୀବୀ

ଜଙ୍ଗଲ ଜମି, ବରିଷ୍ଠ ନାଗରିକଙ୍କ ଜମି, ନିରୀହ ଆଦିବାସୀଙ୍କ ଜମି ପରେ ଏବେ ସରକାରୀ ଜମି କିଟ୍ କର୍ତ୍ତୃପକ୍ଷ ବେଆଇନ ଭାବେ ଏମିତି ବିପୁଳ ପରିମାଣର ଜମିକୁ ନିଜ ଅଧୀନରେ ରଖିଥିଲେ ମଧ୍ୟ ସାତ୍ ଖୁନ୍ ମାଫ୍। ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କିଟ୍ ପରିଚାଳିତ ହେଉଥିବାରୁ ଏତେ ଅନୁକମ୍ପା କି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ଏସବୁ ଅଭିଯୋଗ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026
  ଜିଲ୍ଲା  
ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   24-Oct-2026
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026

You Might Also Like