-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||     

HOME   ରାଜ୍ୟ

ରେଳ ପ୍ରକଳ୍ପ ପାଇଁ ଟଙ୍କା ଆସୁଛି କିନ୍ତୁ ଆରମ୍ଭ ହୋଇପାରୁନି କାମ

29-Jan-2021



ଭୁବନେଶ୍ୱର:(ଶୁଭାଶିଷ ନାୟକ) ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ୨୦୧୬ ବଜେଟରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବାର ୫ ବର୍ଷ ପୂରିଥିଲେ ବି ଏଯାଏଁ ଏ ଦିଗରେ କାମ ଆରମ୍ଭ ହୋଇପାରିଲା ନାହିଁ। କାରଣ ଜମି ଅଧିଗ୍ରହଣ ଏ ଦିଗରେ ବାଧକ ସାଜିଛି। ଆଉ ଏବେ ନୂଆ ବଜେଟ ପୂର୍ବରୁ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ଜାନୁଆରୀ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଜୟପୁର ଓ ବୋରିଗୁମ୍ମା ତହସିଲର ବିଭିନ୍ନ ଅଞ୍ଚଳରେ ଜନଶୁଣାଣି ହୋଇଛି। ଅନ୍ୟପକ୍ଷରେ ଜମି ବାବଦ କ୍ଷତିପୂରଣ ଓ ଜମି ହରାଉଥିବା ଲୋକଙ୍କୁ ଥଇଥାନ ନେଇ ସହମତି ହୋଇନପାରିବାରୁ ଶୁଣାଇ ଅଧିକ ଆଗେଇ ପାରିନି।

ଏନେଇ ବରିଷ୍ଠ ସାମ୍ବିଦାକ ପ୍ରକାଶ ଚନ୍ଦ୍ର ଦାଶ କହିଛନ୍ତି ଯେ ଜୟପୁର-ନବରଙ୍ଗପୁର ପାଇଁ କେନ୍ଦ୍ର ସରକାର କାମ ଆଗେଇବା କଥା କହୁଥିବା ବେଳେ ରାଜ୍ୟ  ସରକାର ଯେଉଁଭଳି ଭାବେ କର୍ମଚାରୀ ନିଯୁକ୍ତି ଦେବା କଥା କିମ୍ବା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ନିଯୁକ୍ତି ଦେବା କଥା ତାହା ଦିଆଯାଉ ନାହିଁ। ତେଣୁ କାମ ବିଳମ୍ବ ହେଉଛି ବୋଲି ପ୍ରକାଶ କହିଛନ୍ତି। ଅନ୍ୟପଟେ କୋରାପୁଟ ଜିଲ୍ଲାପାଳ ଦେବେନ ପ୍ରଧାନ କହିଥଛନ୍ତି “ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ପ୍ରାଇମେରୀ ସର୍ଭେ ପାଇଁ ଦେଇଥିଲୁ। ଏସ୍‌ଆଇଏସ୍‌ ଷ୍ଟଡିର ଡ୍ରାଫ୍ଟ କପି ସୁଧାରିକରଣ ହେବାପରେ ସେହି ଅନୁଯାୟୀ ନିର୍ଦ୍ଦେଶ ନିଆଯିବ।”
କେବଳ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ନୁହେଁଁ, ରାଜ୍ୟର ଅନେକ ପ୍ରକଳ୍ପ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ପଡ଼ିରହିଛି। ଏଗୁଡ଼ିକ ପାଇଁ ବଜେଟ୍‌ରେ ଅର୍ଥବରାଦ ହୋଇଥିବା ସତ୍ତ୍ୱେ ଜମି ଅଧିଗ୍ରହଣ ଜାଲରେ ଛନ୍ଦି ହୋଇ ରହିଛି ରାଜ୍ୟର ଅନେକ ରେଳ ପ୍ରକଳ୍ପ।

ଗୁରୁତ୍ୱପୂର୍ଣ୍ଣ ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ, ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଧୀର ମନ୍ଥର ଗତିରେ ଚାଲିଥିବା ବେଳେ ଜୟପୁର-ମାଲକାନଗିରି, ଖୋର୍ଦ୍ଧାରୋଡ୍-ବିଜୟନଗରମ୍ ବାଏପାସ୍ ପ୍ରକଳ୍ପ ଆରମ୍ଭ ହୋଇପାରିନି। ମାନେଶ୍ୱରରେ ମାଲବାହୀ ଟ୍ରେନ୍ ମରାମତି କାରଖାନା ଓ କଳାହାଣ୍ଡିରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ଇଞ୍ଜିନ୍ ୱାର୍କସପ୍ କାମ ବି ପ୍ରସ୍ତାବରେ ସୀମିତ ରହିଛି। ବଜେଟ୍‌ରେ ଭଲ ଅର୍ଥ ବରାଦ ସତ୍ତ୍ୱେ ଏସବୁ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ ରହିଛି।
୨୦୧୭-୧୮ରେ ଓଡ଼ିଶାକୁ ୫୧୦୨ କୋଟି ମିଳିଥିବା ବେଳେ, ୨୦୧୮-୧୯ରେ ୫୨୫୨, ୨୦୧୯-୨୦ରେ ୫୯୯୩ କୋଟି ଟଙ୍କା ମିଳିଥିଲା। ସେହିପରି ୨୦୨୦-୨୧ ବର୍ଷରେ ରାଜ୍ୟ ପାଇଁ ୪୩୭୩ କୋଟିର ବ୍ୟୟବରାଦ କରାଯାଇଥିଲା। ଏତେ ପରିମାଣର ଅର୍ଥ ମିଳିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବରୁ ପ୍ରକଳ୍ପଗୁଡିକ କାମ ତ୍ୱରାନ୍ୱିତ ହୋଇପାରୁନି। ଏପଟେ ଚଳିତ ବଜେଟରେ ଓଡ଼ିଶାକୁ ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର।
ଅନ୍ୟପଟେ ବିଳମ୍ବିତ ରେଳ ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ। ଏନେଇ କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି “ବିଜେପି ଓ ବିଜେଡି ପକ୍ଷରୁ ଏହି ଦୁଇ ଅନୁନ୍ନତି ଜିଲ୍ଲାରେ ରେଳ ଲାଇନ୍‌ ଦେଖାଇବୁ ବୋଲି ଯେଉଁ ପ୍ରତିଶ୍ରୁତି ମିଳିଥିଲା ୫ ବର୍ଷ ପୂରା ଯାଇଥିଲେ ବି ତାହା ପୂରଣ ହୋଇନାହିଁ। ” ତେଣୁ ଜନସାଧାରଣ ମନରେ ତୀବ୍ର ଅସନ୍ତୋଷ ଅଛି ବୋଲି ପ୍ରଦୀପ ମାଝୀ କହିଛନ୍ତି।
କଂଗ୍ରେସର ସମାଲୋଚନରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି “କେନ୍ଦ୍ର ସରକାର ଖୋଲା ହାତରେ ଦେଇ ଚାଲିଛନ୍ତି। ରାଜ୍ୟର ଆବଶ୍ୟକତାଠାରୁ ଅଧିକ ଦେଇ ଚାଲିଛନ୍ତି।” ଓଡ଼ିଶାର ବିକାଶରେ କେନ୍ଦ୍ର ସରକାର ଅର୍ଥ ଦେବାକୁ କେବେ ହେଲେ ଅବହେଳା କରି ନାହାଁନ୍ତି ବୋଲି ପ୍ରତାପ କହିଛନ୍ତି।
ଅନ୍ୟପଟେ ବିଜେଡି ସାସଂଦ ଅମର ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଅନେକ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପୂରା ଟଙ୍କା ଦେବାକୁ ରାଜି ଅଛନ୍ତି। ୫୦ % ଅର୍ଥ ଦେବାକୁ ମଧ୍ୟ ରାଜି ଅଛନ୍ତି । କିନ୍ତୁ କାମ ଆରମ୍ଭ ହୋଇନାହିଁ ବୋଲି ଅମର କହିଛନ୍ତି।

ରାଜ୍ୟରେ ରେଳ ପ୍ରକଳ୍ପଗୁଡ଼ିକର ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅର୍ଥନୀତି ବିଶାରଦ। କେବଳ ଅର୍ଥ ମାଗିଲେ, କିମ୍ବା ବ୍ୟୟ ବରାଦ କଲେ ହେବ ନାହିଁ, ପ୍ରକଳ୍ପ କାମ ଆଗେଇ ନେବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନ୍ତରିକତା ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ଅର୍ଥନୀତି ବିଶାରଦ।


News Comment




Photo in News

Advertisment
Lastest News
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026

You Might Also Like