-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2025
ବଲାଙ୍ଗୀର (ପ୍ରେରଣା ଖବର): ଗତକାଲି ସନ୍ଧ୍ୟା ୫ଟା ସମୟରେ ବଲାଙ୍ଗିର ମୁନସିପାଲଟିର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ମୁନସିପାଳଟି କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସବୁ ବର୍ଷ ପରି ଏଥର ମଧ୍ୟ ବଲାଙ୍ଗିର ଦିନ ସରସ ସୁନ୍ଦର ଓ ସହରର ସମସ୍ତ ପଡା ରୁ ସାଂସ୍କୃତିକ ଶୋଭାଯାତ୍ରାରୁ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଏବଂ ୨୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ସମସ୍ତ ପ୍ରତିଯୋଗିତାରେ କାଉନସିଲର ସମସ୍ତ ସଦସ୍ୟ ତଥା ସମସ୍ତ ବଲାଙ୍ଗୀର ବାସୀ ସାମିଲ ହେବାକୁ ବଲାଙ୍ଗୀର ଦିନ ଆୟୋଜନ କମିଟି ପକ୍ଷରୁ ନିବେଦନ କରାଯାଇଛି ଏବଂ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ପ୍ରତାପ ରଥ, ଲୋଟସ ଷଡ଼ଙ୍ଗୀ, ବିଧୁଭୁଷଣ ତ୍ରିପାଠୀ, ଦିନେଶ ଶର୍ମା, ଗୋପାଳ ପ୍ରଧାନ, ସରିତା ଦାସ,ପଙ୍କଜିନି ପଣ୍ଡା, ବିନୋଦ କୁମାର କାଲସାଏ, ଶତୃଘ୍ନ ବାଗ, ଲଲାଟେନ୍ଦୁ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ମିଶ୍ର,ସତ୍ୟ ନାଏକ,ପ୍ରବିଣ ରଥ, ଦିପକ ପଣ୍ଡା, ସୁଦିପ ସାହୁ,ସାନ୍ତୁନୁ କୁମାର ଡେଭିଡ,ସଚିତାନନ୍ଦ ମହାପାତ୍ର, କିଶୋର କୁମାର କୁମ୍ଭାର, ପ୍ରତିମା ଛତ୍ରିଆ, ନନ୍ଦିନୀ ପୋଡ଼,ପିଙ୍କି କବାଟ, ପ୍ରବୀଣ କୁଅଁର, ପ୍ରଶାନ୍ତ ନାଏକ, ସଞ୍ଜୟ କୁମାର ନାଗ । କାର୍ଯ୍ୟକ୍ରମ କୁ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପରିଚାଳନା କରିଥିବା ବେଳେ ଶେଷରେ ଉପାଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।