-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
06-Sep-2025
କଳାହାଣ୍ଡିକୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ପଞ୍ଚାୟତସୁନାମାଲ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲିଙ୍ଗରାଜ ଧ ଙ୍ଗଡ଼ା ମାଝୀ ଙ୍କ ବିୟୋଗରେ ଶନିବାର କାଉଡୋଲା ଧାନମଣ୍ଡି ଠାରେ କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଆଞ୍ଚଳିକ ଡମ୍ବ ସମାଜ ସଭାପତି ବନମାଳୀ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଶୋକଶନ୍ତତ୍ପ ସଭାରେ ପୁରୁଷୋତ୍ତମ ନାଏକ, ଧବଳେଶ୍ୱର ନାଗ, ରମେଶ ଦୁର୍ଗା, ଖଗେଶ୍ବର ପାଣିଗ୍ରାହୀ,ଅଜୟ ଦୀପ,ପ୍ରହଲ୍ଲାଦ ଠାକୁର, କୈାଷିକ ଦୁରିଆ,କୁରୁକ୍ଷେତ୍ର ପାଣିଗ୍ରାହୀ, ଯୁଗେଶ୍ଵର ବେଶ୍ରା, ଦିଗାମ୍ବର ବେମାଲ,ପଙ୍କଜ ଠାକୁର, ରଘୁନାଥ ଖମାରୀ, ଉଗ୍ରସେନ ବାଗ,ନକୁଳ ନାଏକ, ଧ୍ୱଜ ମହାନନ୍ଦ, ଙ୍କ ସମେତ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ ।
ସ୍ୱର୍ଗତ ଲିଙ୍ଗରାଜ ଧଙ୍ଗଡ଼ା ମାଝୀ ଙ୍କ ଜିବନୀ ଓ ତାଙ୍କ କାର୍ଯ୍ୟ କଲାପ ଉପରେ ବିଶିଷ୍ଟ ବ୍ୟକ୍ତିବିଶେଷ ନିଜ ନିଜ ମତବ୍ୟକ୍ତ କରିଥିଲେ । ସେ ଜଣେ ଦକ୍ଷ, ଶାନ୍ତ,ସରଳ, ମିଷ୍ଟଭାଷୀ, ଜଣେ ସୁ ସଂଗଠକ lଉକ୍ତ ସଭାକୁ ଗୋବର୍ଦ୍ଧନ ବେମାଲ
ପରିଚାଳନା କରିଥିବାବେଳେ ଅଜୟ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।