-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
28-Jul-2025
ଡାବୁଗାଁ(ମିହିର ଶଙ୍କର ପାତ୍ର,)
ଶ୍ରାବଣ ମାସର ୩ୟ ସୋମବାର ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ କେଲିଆ ଶୈବ ପୀଠରେ ଭକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେ ଜଣେ ବାବା ଝଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଦିନ ୧୧ଘଣ୍ଟା ସୁଦ୍ଧା କେଲିଆ ଶୈବପିଠ ରେ ୧୦ ହଜାର ରୁ ଉର୍ଦ୍ଧ ବୋଲବମ ଭକ୍ତ ଜଳାଭିଷେକ କରିଥିଲେ। କେଲିଆ ଶୈବ ପିଠରେ ଆଜି ବୋଲବମ ଭକ୍ତଙ୍କ ପାଇଁ ଉତ୍କଳ ରୋନିୟାର ସମାଜ ତରଫରୁ ଚା ଟିଫିନ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହା ସହ ଡାବୁଗାଁ, ବିରିସୋଲା, ବାଘବେଢା ଓ ଜୁନାପାଣି ଶିବ ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା |