-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
09-Jul-2025
କଣ୍ଟାବାଞ୍ଜି(ମୋହନ ସୁନା): କେନ୍ଦ୍ର ସରକାର ମନରେଗା ଯୋଜନା ମାଧ୍ୟମ ରେ ଗ୍ରାମାଞ୍ଚଳ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେଉଥିବା ବେଳେ ପଞ୍ଚାୟତ ଅଧିନସ୍ଥ ଅନେକ ଗାଁ ର ଉନ୍ନତି ମୂଳକ କାର୍ଯ୍ଯ ମନରେଗା ଯୋଜନା ରେ ମେଟ୍ରିଆଳ କାମ ମଧ୍ଯ କରାଯାଉଛି। ଯେଉଁଥିରେ ପୋଖରୀ କଡରେ ଗାଡୁଅଳ ନିର୍ମାଣ, ପାହାଚ ନିର୍ମାଣ, କଂକ୍ରିଟ ରାସ୍ତା ସହ ଅନ୍ଯାନ୍ଯ ପ୍ରକାର ନିର୍ମାଣ କାର୍ଯ୍ଯ କରାଯାଉଛି। ହେଳେ ସେହି ମେଟ୍ରିଆଳ କାମରେ ଅନେକ ଅନିୟମିତା ହୋଇଥିବା ଅଭିଯୋଗ ହେଉଛି। ଏହି ପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝରିଆଲ ରୁ ସୋମବାର ସତାଧିକ ଝରିଆଲ ପଞ୍ଚାୟତ ବାସୀ ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ଦ୍ବାରସ୍ଥ ହୋଇ ବିଡ଼ିଓ ବାସନ୍ତୀ ସେଠି ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଯେଉଁ ରେ। ଝରିଆଲ ପଞ୍ଚାୟତ ରେ ମନରେଗାର ଯୋଜନା ରେ ମେଟ୍ରିଆଳ କାମ ହୋଇଥିବା ତଲରବନ୍ଦ ଟେଙ୍କ ରାଣୀପୁର, ବେହେରାବନ୍ଦ ଟେଙ୍କ ରାଣୀପୁର, ଉପରବନ୍ଦ ଟେଙ୍କ ରାଣୀପୁର, ଝରିଆଲ ରୁ ଝାକରପଡା ରାସ୍ତା,ନର୍ଲାବନ୍ଦ ରୁ ବାଲିଖମାର ରାସ୍ତା, ରାଣୀପୁର ଝରିଆଲ ଆରଡି ରାସ୍ତା ଠାରୁ ରୁରାଲ ପାର୍କ, ପ୍ଳେଗ୍ରାଉଣ୍ଡ ଝରିଆଲ, ନୂଆବନ୍ଦ ଟେଙ୍କ ଝରିଆଲ ଏହି ୮ ଟି କାମ ପଞ୍ଚାୟତ ରୁ ଚଳିତ ୨୦୨୪|୨୫ ଓ ୨୦୨୫|୨୬ ରେ ମନରେଗାର ଯୋଜନା ରେ ୨୩ ଲକ୍ଷ ୩ ହଜାର ୭୯୧ ଟଙ୍କା ମେଟ୍ରିଆଳ କାମ କରାଯାଇ ଥିବା ଜଣାପଡ଼ିଛି। ହେଳେ ବାସ୍ତବ ରେ ଏହି କାମ ଠିକ ଭାବେ ହୋଇନ ଥିବା ବେଳେ ବ୍ୟାପକ ଅନିୟମିତା ହୋଇଥିବା ସହ ସରକାରୀ ରାଜକୋଷ ରୁ ଲକ୍ଷ ଲକ୍ଷ ଟଙ୍କା ଦାଇତ୍ବ ଥିବା ଝରିଆଲ ପଞ୍ଚାୟତ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି। ଦିର୍ଘ ୩ ବର୍ଷ ରୁ ଉର୍ଦ୍ଧ୍ବ ମେଟ୍ରିଆଳ କାମ ମନରେଗା ଯୋଜନା ମାଧ୍ୟମ ରେ ଏହି ପଞ୍ଚାୟତ ରେ କରାଯାଇଥିବା ବେଳେ ଅନେକ କାମ ହୋଇନଥିବା ବେଳେ ଅନେକ କାମ କାଗଜପତ୍ର ରେ ହି ହୋଇଛି ସରକରୀ ନିୟମ ଉଲଙ୍ଘନ କରି ମନମୁତାବକ ଭେଣ୍ଡର ନାରେ ଟଙ୍କା ଛଡା ଯାଉଛି ବୋଲି ଅଭିଯୋଗକାରୀ ମାନେ ଅଭିଯୋଗ ଆଣିଛନ୍ତି। ଏବଂ ମନରେଗା ଯୋଜନା ଝରିଆଲ ପଞ୍ଚାୟତ ରେ ମେଟ୍ରିଆଳ କାମ ନ କରି ବିଲ କରି ଟଙ୍କା ହଡ଼ପ କରାଯାଇଛି ଏହି କାମ ମାନଙ୍କ ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି। ବଙ୍ଗୋମୁଣ୍ଡା ବିଡ଼ିଓ ଅଭିଯୋଗ ପତ୍ର ଦେବା ପରେ ଏହାର ଏକକିତା ନକଳ ବଲାଙ୍ଗିର ଜିଲ୍ଲାପାଳ, ପିଡି ଡିଆରଡିଏ ବଲାଙ୍ଗିର, ସହ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଙ୍କୁ ମଧ୍ଯ ପ୍ରଦାନ କରାଯାଇଛି। ଏନେଇ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠି ଙ୍କୁ ପଚାରିବାରୁ ଏନେଇ ଝରିଆଲ ପଞ୍ଚାୟତ ରୁ କିଛି ଲୋକ ଆସିଥିଲେ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ଯେଉଁ କାମ ରେ ଅନ୍ୟମିତତା ହୋଇଛି ତାର ତଦନ୍ତ କରାଯିବା ଓ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସେପଟେ ଏନେଇ ଝରିଆଲ ପଞ୍ଚାୟତ ସରପଞ୍ଚ ଭରଦ୍ବାଜ ଗହିର ଙ୍କୁ ପଚାରିବାରୁ ଯେଉଁ ମାନେ ଅଭିଯୋଗ ଆଣିଛନ୍ତି ସେମାନେ ଜାଣିବେ କେଉଁ ଦୁର୍ନୀତି ହୋଇଛି ମୋ ମତ କିଛି ହୋଇନାହିଁ କହି ଆମ ପ୍ରଶ୍ନ କୁ ସେ ଏଡାଇ ଦେଇଛନ୍ତି। ପୂର୍ବ ମଧ୍ଯ ଏହି ଝରିଆଲ ପଞ୍ଚାୟତ ରେ ମନରେଗାର ଯୋଜନା ନାରେ ବ୍ୟାପକ ଅନିୟମିତା ସହ ଅନେକ ସମୟରେ ଶ୍ରମିକ ବଦଳ ରେ ମେସ୍ସିନ ଜରିଆ କାମ କରି ଶ୍ରମିକ ଙ୍କୁ ନେଇ ଜିଓଟେକ କରି ତାଙ୍କ ବ୍ୟାଙ୍କ ଏକାଉଣ୍ଟ ରେ ମନରେଗା ଟଙ୍କା ଜମା କରାଯାଉଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ଏହି ଦୁର୍ନୀତିରେ ବଙ୍ଗୋମୁଣ୍ଡା ବ୍ଳକ କାର୍ଯ୍ୟାଳୟର କିଛି ଜଣ କର୍ମଚାରୀ ହାତଗୁଞ୍ଜ ନେଇ ଏହି ଭଳି ଦୁର୍ନୀତି କୁ ଚାପି ଦେଉଥିବା ଅଭିଯୋଗ ହେଉଥିବା ବେଳେ ସବୁ ଜାଣି ଅଜଣା ବ୍ଳକ ମୂଖିଆ ବୋଲି ମଧ୍ଯ ଚର୍ଚ୍ଚା ହେଉଛି। ଏହି ପଞ୍ଚାୟତ କିଛି ନେତା ଶାସନ ଦଳ ନେତା ମାନଙ୍କ ଅତି ନିକଟତମ ଲୋକ ଆମ କିଏ କିଛି କରି ପାରିବ ନାହିଁ ବୋଲି ମଧ୍ଯ କହୁଥିବା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ହେଉଛି। ତେବେ ବଙ୍ଗୋମୁଣ୍ଡ ବ୍ଲକ ପ୍ରଶାସନ ଏହି ଅଭିଯୋଗ ଉପରେ ତଦନ୍ତ କରିବ ନା କାହା ଚାପ ରେ ଅଭିଯୋଗ କୁ ଚାପି ଦେବ ଦେଖିବାକୁ ରହିଲା। ରାଜ୍ଯ ସରକାର ମଧ୍ଯ ଏହାଉପରେ ନଜର ଦେବାକୁ ଦାବି ହେଉଛି।