-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||     

HOME   ଅପରାଧ

ଅଶାନ୍ତ ହେଉଛି ବଲାଙ୍ଗୀର ସହର,ଅପରାଧିଗୋଷ୍ଠୀଙ୍କ ଗ୍ୟାଙ୍ଗୱାର ଆଶଂକା

03-Jun-2025



ବଲାଙ୍ଗୀର(ପ୍ରେରଣାଖବର): ବଲାଙ୍ଗୀର ସହର କିଛିଦିନ ଶାନ୍ତ ରହିବା ପରେ ଏବେ ପାର୍ବଣଋତୁରେ ପୁଣିଥରେ ଅଶାନ୍ତ ହେଉଛି । ଅପରାଧିଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗୱାର ହେବାର ଆଶଂକା କରାଯାଇଛି । ଅପରାଧିଗୋଷ୍ଠୀ ନିଜ ନିଜର ପତିଆରା ଜାହିର କରିବାକୁ ବିଭିନ୍ନ ସମୟରେ ପ୍ରତିପକ୍ଷ ଗୋଷ୍ଠୀଙ୍କୁ ଆକ୍ରମଣ କରୁଛନ୍ତି । ସେଥିପାଇଁ ସହରରେ ଭୟର ବାତାବରଣ ଦେଖାଦେଇଛି । ଗତ ରବିବାର ସଂଧ୍ୟାରେ ଶିତୋଷ ସ୍ୱାଇଁ ଓରଫ ସିଲୁ ସ୍ୱାଇଁଙ୍କୁ କିଛି ଯୁବକ ଆକ୍ରମଣ କରି ହତ୍ୟାଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସିଲୁ ଗତ କିଛିମାସ ହେଲା ଏକ ସଂଗୀନମାମଲାରେ ଜେଲରେ ଥିଲା । ଜାମିନରେ ଆସିଲା ପରେ ପୁଣି ସହରରେ ଉତ୍ପାତ କରୁଛି ବୋଲି ଅଭିଯୋଗ ହେଉଛି । ରବିବାର ସଂଧ୍ୟାରେ ତାର ନିଜର ଗୋଷ୍ଠୀ ମଧ୍ୟରେ ଫାଟହୋଇ ଆକ୍ରମଣ ହୋଇଥିଲା । ଗତ କିଛିମାସ ତଳେ ସତ୍ୟନାରାୟଣପଡା ଲକ୍ଷ୍ମୀଯୋରପୋଲ ଉପରେ ହୋଇଥିବା ଏକ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାକୁ ନେଇ ସିଲୁକୁ ଦାୟୀକରି ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କୁଆଡେ ସିଲୁ ମୃତକଙ୍କ ସହିତ ପୋଲଉପରେ ଟ୍ରକକୁ ଅଟକାଇ ଚାନ୍ଦା ଆଦାୟ କରୁଥିଲା । ଡ୍ରାଇଭର ଏମାନଙ୍କୁ ଧକ୍କାଦେଇ ଗାଡିକୁ ନେଇ ଥାନାକୁ ପଳାଇଥିଲା । ସେହି ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଥିଲା । କିନ୍ତୁ ଉକ୍ତ ଘଟଣାରେ ସିଲୁ ହିଁ ଯୁବକଜଣକୁ ଡାକିନେଇଥିବା ମୃତକର ପରିବାର ଅଭିଯୋଗ କରୁଛନ୍ତି । ଜେଲରୁ ଫେରିବା ପରେ ସେହିପରିବାରର ଜଣେ ଯୁବକକୁ ସିଲୁ କୁଆଡେ ଭୁଜାଲିରେ ଆକ୍ରମଣ କରିବାକୁ ଯାଇଥିବା ବେଳେ ସେହି ଯୁବକର ସାଙ୍ଗମାନେ ମିଶି ସିତୁକୁ ଆକ୍ରମଣ କରି ସେ ଧରିଥିବା ଭୁଜାଲିରେ ତାକୁ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି । ସେପଟେ ଆହତ ହୋଇ ସିଲୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତିହୋଇ ଚିିକିତ୍ସିତ ହେବା ବେଳେ ପୋଲିସକୁ ଚକମା ଦେଇ କୁଆଡେ ଫେରାର ହୋଇଯାଇଛି । ଲକ୍ଷ୍ମୀନଗରପଡାର ଦିଲିପ ସ୍ୱାଇଁଙ୍କ ପୁଅ ସିତୋଷ ସ୍ୱାଇଁ ଓରଫ ସିତୁ ନାମରେ ପୂର୍ବରୁ ଅନେକଗୁଡିଏ ମାମଲା ରହିଛି ବୋଲି ଜଣାପଡିଛି । ଗତ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ  ସିତୁ ନାମରେ ପ୍ରାୟ ୧୦ଟି ମାମଲା କୋର୍ଟରେ ବିଚାରାଧିନ ରହିଛି । ଟାଉନଥାନାରେ କେସନମ୍ବର-୬୬୪/୨୦୧୯,୨୩୯/୨୦୨୦,୩୮୮/୨୦୨୦,୯୧/୨୦୨୧,୫୪୧/୨୦୨୧,୪୫/୨୦୨୨,୨୫୯/୨୦୨୨,୯୩୩/୨୦୨୪,ପୁଇଁତଳା ଥାନାରେ କେସନମ୍ବର-୨୬୦/୨୦୨୨ ଓ ସଦରଥାନାରେ କେସ ନମ୍ବର-୪୫୮/୨୦୨୩ରେ ମାମଲା ରହିଛି । ଏକ ଅପରାଧିଗୋଷ୍ଠୀକୁ ସେ ପରିଚାଳିତ କରୁଥିବା ସହରକୁ ଅଶାନ୍ତ କରୁଥିବା ମଧ୍ୟ ଅଭିଯୋଗ ରହିଛି । ବିଭିନ୍ନ ସମୟରେ ସେ ଅପରାଧିଗୋଷ୍ଠୀ ଧରି ଡକାୟତି କରିବା,ଆକ୍ରମଣ କରି ହତ୍ୟାଉଦ୍ୟମ କରିବା ଇତ୍ୟାଦି ସଂଗୀନ ମାମଲା ତା ନାମରେ ରହିଛି । ଏବେ ତାକୁ ଆକ୍ରମଣ ପରେ ଆହତ ହୋଇ କୁଆଡେ ବୁଲୁଛି । ପୁଣି ଥରେ ତାର ଗ୍ୟାଙ୍ଗକୁ ସଂଗଠିତ କରି ଅପରଗୋଷ୍ଠୀ ସହିତ ଗ୍ୟାଙ୍ଗୱାର ହେବାର ମଧ୍ୟ ଆଶଂକା କରାଯାଉଛି । ଅପରଗୋଷ୍ଠୀ ମଧ୍ୟ ବଲାଙ୍ଗୀର ସହରର ଜଣାଶୁଣା ଅପରାଧିଗୋଷ୍ଠୀ ବୋଲି ସୂଚନା ମିଳିଛି । ତେଣୁ ପୋଲିସ ବେଳହୁଁ ପଦକ୍ଷେପ ନନେଲେ ସହରରେ ଅପରାଧିକ କାର୍ଯ୍ୟକଳାପ ବଢିବ ବୋଲି ଜନସାଧାରଣ ଆଶଂକା କରୁଛନ୍ତି । ତେବେ ଏନେଇ ସଦର ଏସଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ ଅପରାଧିଗୋଷ୍ଠୀଙ୍କୁ ଦମନ କରିବାକୁ ପୋଲିସ ପଦକ୍ଷେପ ଆରମ୍ଭ ହୋଇଛି ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026

You Might Also Like