-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||     

HOME   ଜିଲ୍ଲା

*ସୋନପୁର ପ୍ରିମିଅର ଲିଗ ତୃତୀୟ ଦିବସ ପ୍ରଥମ ମ୍ୟାଚ ରେ ସୁପର ଜାଏଣ୍ଟସ୍ ୩ ୱିକେଟ ରେ ଓ ଦ୍ଵିତୀୟ ମ୍ୟାଚ୍ ରାମ ଏକ୍ସ ଆଇ ଦଳ ୨ ୱିକେଟ ରେ ବିଜୟୀ* -

03-Jun-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ପ୍ରିମିଅର୍ ଲିଗ୍ ୩ ୟ ସଂସ୍କରଣ ର ତୃତୀୟ ଦିବସ ର ପ୍ରଥମ ମ୍ୟାଚ  ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ଟିମ ଡୋମିନେଶନ  ତରଭା ଓ ସୋନପୁର ସୁପର ଜାଏଣ୍ଟସ୍ ମଧ୍ୟରେ ଅନୁଷ୍ଟିତ ହୋଇଛି l    ଅତିଥି ଭାବରେ ସୋନପୁର ମହାନଦୀ ଧାରା ର ଡାଇରେକ୍ଟର ପ୍ଲାବନ ମହାପାତ୍ର, ଆଇନଜୀବୀ ସୁରେଶ ଷlଣ୍ଢ, ଏସ ଡି ସି ଏ ପିଚ୍ କ୍ୟୁରୋଟର ସୁଦର୍ଶନ ପାତ୍ର, କୋଚ୍ ରାଜେନ୍ଦ୍ର ନାରାୟଣ ମିଶ୍ର ,  ଏସ ପି ଏଲ୍ କମିଟି ଅଧ୍ୟକ୍ଷ ବି.ସତ୍ୟ ନାରାୟଣ ରାଓ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ସୋନପୁର ସୁପର ଜାଏଣ୍ଟସ୍ ଦଳ ପ୍ରଥମେ ଟସ୍ ଜିଣି ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା l ଟିମ୍ ଡୋମିନେଶନ ତରଭା ପ୍ରଥମେ ବ୍ୟାଟିଂ କରି ୧୩ ଓଭର ରେ ୬୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ l ଦଳ ପକ୍ଷରୁ ବିଶ୍ବ ରଞ୍ଜନ ସାଗର ୨୦ ରନ୍ ଓ ମହମ୍ମଦ ବିଲାଇ ୧୩ ରନ କରିଥିବା ବେଳେ ଧୃବ ପ୍ରହରୀ ୨ ୱିକେଟ ଓ ଭୀଷ୍ମ ହରିପାଲ , ଆବ୍ରରୁଲ ହକ ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ l ମାତ୍ର ସୁପର ଜାଏଣ୍ଟସ  ଦଳ ୧୦.୦୨ ଓଭର ରେ ୬୬ ରନ କରି ୭ ୱିକେଟ୍ ରେ ମ୍ୟାଚ୍ ବିଜୟୀ ହୋଇଛି l ଦଳ ପକ୍ଷରୁ ଭୀଷ୍ମ ହରିପାଲ ୩୦ ରନ ଓ ଆକାଶ ପାତ୍ର ୧୩ ରନ କରିଥିବା ବେଳେ ରାକେଶ ସାହୁ ୩ ୱିକେଟ ହାସଲ କରିଥିଲେ l ତରଭା ର କାଳୀ ଚରଣ ଦାସ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ l  ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ  ବି.ଏସ.ରାଓ ପ୍ରଦାନ କରିଥିବା ବେଳେ ବିଶ୍ୱଜିତ୍ ପୁରୋହିତ ଓ ଶ୍ରିବନ୍ତ ନାୟକ ମ୍ୟାଚ୍ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ l ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ପ୍ରଦୀପ ସେଠୀ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ପାତ୍ର, ସୁଧାଂଶୁ ଶେଖର ମିଶ୍ର, ବାଙ୍କା ବିହାରୀ ମହଲା, ପ୍ରଦୀପ୍ତ ସେଠୀ, ରାଜେନ୍ଦ୍ର ମିଶ୍ର , ପାର୍ଥ କର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଆଜି ର ଦ୍ଵିତୀୟ ମ୍ୟାଚ୍ ମା ମାହେଶ୍ଵରୀ ସ୍ପୋଟିଂ ଉଲୁଣ୍ଡା ଓ ରାମ ଇଲେଭେନ୍ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ଏହି ମ୍ୟାଚ୍ କୁ ପି ଏନ୍ ବି ମ୍ୟାନେଜର ଶ୍ୟାମ ମହାଲିଙ୍ଗ ଉଦଘାଟନ କରିଥିଲେ l ମା ମାହେଶ୍ଵରୀ ସ୍ପୋଟିଂ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ଅଲ୍ ଆଉଟ୍ ହୋଇ ସୋନପୁର  ରାମ ଇଲେଭେନ୍ ଦଳ କୁ  ୧୨୮ ରନ ଟାର୍ଗେଟ ଦେଇଥିଲା l ଦଳ ପକ୍ଷରୁ ଅଭିଳାଷ ନାଏକ୍  ସର୍ବାଧିକ ୩୮ ରନ  କରିଥିବା ବେଳେ ବିଷ୍ଣୁ ନାଏକ ୪ ଟି ଓ ଗୋବିନ୍ଦ ପାତ୍ର, ସୋମନାଥ କିଶନ ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ l ରାମ ଇଲେଭେନ୍ ଦଳ ୧୪.୪ ଓଭର ରେ ୧୩୧ ରନ କରି ୨ ୱିକେଟ୍ ରେ ଆଜିର ଦ୍ଵିତୀୟ ମ୍ୟାଚ୍ ବିଜୟୀ ହୋଇଛି l ବିଜୟୀ ଦଳ ପକ୍ଷରୁ ଗୋବିନ୍ଦ ପାତ୍ର ୩୬ ବଲ୍ ରେ ସର୍ବାଧିକ ୯୦ ରନ ସଂଗ୍ରହ କରିଥିବା ବେଳେ ବିନୋଦ ଭୋଇ ୨୨ ରନ ସଂଗ୍ରହ କରିଥିଲେ l ସେହିପରି ବି. ପୁରୁଷୋତ୍ତମ ପାତ୍ର ୬ ଟି ୱିକେଟ ଓ ସତ୍ୟମ ସୁନା , ରାଜନ ବେହେରା ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଗୋବିନ୍ଦ ପାତ୍ର ଙ୍କୁ ପୁରସ୍କୃତ କରା ଯାଇଛି l ବିଶ୍ୱଜିତ୍ ପୁରୋହିତ ଓ ସୁବାସ ଭୋଇନା ମ୍ୟାଚ୍ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵ ନାଥ ନାୟକ ସ୍କୋରର ଦାୟିତ୍ବ ତୁଲାଇ ଥିବା ବେଳେ ବି ଏସ ରାଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026

You Might Also Like