-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
11-May-2025
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆଜି ଚଳିତ ମାଟ୍ରିକ ପରୀକ୍ଷାରେ ଏ ୧ ଓ ଏ ୨ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶେଷଦେବ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୁଭକାମନା ଜଣାଇବା ସହିତ ଭବିଷ୍ୟତରେ କିପରି ସୁନାଗରିକ ହୋଇପାରିବେ ସେ
ଉପରେ ଆଲୋକପାତ କରିଥିଲେ। ପ୍ରକାଶ ଥାଉ କି ଗତ ବର୍ଷ ଏହି ବିଦ୍ୟାଳୟର ଜଣେ ଛାତ୍ର ଗତବର୍ଷ ମାଟ୍ରିକ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇ ବିଦ୍ୟାଳୟ ତଥା ସାରା ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଥିବା ବେଳେ ଚଳିତ ବର୍ଷ ୩ ଜଣ ଏ ୧ ଓ ୧୪ ଜଣ ଏ ୨ ହାସଲ କରି ସମଗ୍ର ବରଗଡ଼ ଜିଲ୍ଲାରେ ଅତାବିରା ବ୍ଲକର ଗୌରବକୁ ଅକ୍ଷୁର୍ଣ୍ଣ କରିଛନ୍ତି। ତେଣୁ ବର୍ତ୍ତମାନର କୃତୀ ଛାତ୍ରଛାତ୍ରୀ ଆଗାମୀ ପିଢ଼ି ପାଇଁ ପ୍ରେରଣା ର ଉତ୍ସ ହେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇ ତାଙ୍କର ମନୋବଳକୁ ଦୃଢ଼ କରିବା ଓ ଉଜ୍ଜ୍ବଳ ଭବିଷ୍ୟତ ଗଠନ ଦିଗରେ ତାଙ୍କୁ ଅଭିପ୍ରେରିତ କରିବା ଏହି ସମ୍ବର୍ଦ୍ଧନା ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବବୃବାହନ ମିଶ୍ର, ସମ୍ମାନିତ ଅତିଥି ଭାବେଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବରିଷ୍ଠ ନାଗରିକ ସଂଘର ସଭାପତି ଭରତ ଚନ୍ଦ୍ର ପ୍ରଧାନ, ପରିଚାଳନା କମିଟି ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଜୟପ୍ରକାଶ ଅଗ୍ରୱାଲ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଶିକ୍ଷକ ନିରଞ୍ଜନ ପଶାୟତଙ୍କ ସଂଯୋଜନା ତଥା ଉପାଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯକ୍ରମରେ ରାମଚନ୍ଦ୍ର ପଧାନ, ସୁନିଲ ଖମାରୀ , ଯୁଗଳ ସାହୁ, ହେମାନନ୍ଦ୍ ଭୋଇ,ମିନତୀ ଦାଶ,ଗିରିଜା ସାହୁ,ରୁବୀ ସାହୁ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଆବାହନି ସଙ୍ଗୀତ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ସରୋଜ କୁମାର ରଥ ।ଶେଷରେ ଉପାଧ୍ୟକ୍ଷ ଯତିନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।