-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   (13-Apr-2026)       ||      *ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||     

HOME   ଜିଲ୍ଲା

୨ ବର୍ଷରେ କାମ ସାରିବାକୁ ଚୁକ୍ତିକରି ଅଧିକା ୩ ବର୍ଷ ! ଜୁବେରୀ ସହ ଚୁକ୍ତି ବାତିଲ୍ ହେବନି କାହିଁକି ?

11-May-2025



ମଳୟ ମିଶ୍ରଙ୍କ ରିପୋର୍ଟ 

ସୋନପୁର: ଜଳକଷ୍ଟ  ଦୂର କରିବାକୁ ଗାଁ'ଗୁଡିକୁ ପାଇପ୍ ରେ ପାନୀୟଜଳ ଯୋଗାଣ ପାଇଁ ଚୁକ୍ତି କରି ଏକାଧିକ ପ୍ରକଳ୍ପ ବିଫଳ ହେବା ଓ ପୂର୍ବ ପ୍ରକଳ୍ପଗୁଡିକୁ ବାତିଲ୍ କଲାପରେ ରାଜ୍ୟବାହାରର ଏକ ଠିକାକମ୍ପାନୀ  ୨ ବର୍ଷ  ମଧ୍ଯରେ କାମ ସାରିବାକୁ ଚୁକ୍ତିବଦ୍ଧ ହୋଇ ଅଧିକା ୩ ବର୍ଷ ଲଗାଇ ଅଯଥା କାଳକ୍ଷେପଣ କରି କୋଟି କୋଟି ଟଙ୍କାର ଅର୍ଥଶ୍ରାଦ୍ଧ କରିଚାଲିଛି । 

ସୋନପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ବିନିକା ଉପଖଣ୍ଡର ସିଂଘିଜୁବା ଜାମପାଲିଠାରେ ଅଫିସ୍ ଓ ଫିଲଟର୍ ପ୍ଲାଣ୍ଟ୍ ସହ ସାଲେପାଲି ଠାରେ ଏକ ପମ୍ପ ସ୍ଥାପନ କରି ବିନିକା ମହାନଦୀ  ପଠାରୁ ବିନିକା ଓ ଡୁଙ୍ଗୁରିପାଲି ଦୁଇଟି ବ୍ଲକ୍ ର ଗାଁ'ଗୁଡିକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଗତ ସରକାରଙ୍କ ଅମଳରୁ  ରାଜସ୍ଥାନ ଜୟପୁରର ଏକ କମ୍ପାନୀ ' ଜୁବେରୀ ଇଞ୍ଜିନିୟରିଙ୍ଗ୍ କ ନ୍ ଷ୍ଟ୍ର କ୍ ସନ୍ ପ୍ରା.ଲିଃ ଚୁକ୍ତିବଦ୍ଧ ହୋଇଛି ।  ଗତ ୧୭.୧୨.୨୦୧୯ ତାରିଖରେ କାମ ଆରମ୍ଭ  କରି ଗତ ୧୬ । ୧୨ । ୨୦୨୧ ତାରିଖରେ ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ଚୁକ୍ତି କରିଥିଲେ ହେଁ , ଅଦ୍ୟାବଧି ଅଧିକା ପ୍ରାୟ ୩ ବର୍ଷ ହୋଇଯାଇଥିଲେ ହେଁ , ଏହି  ପ୍ରକଳ୍ପଟି ସରିପାରୁନାହିଁ ।  ମୋଟ ୧ ୪ ୯ ୨ ୮. ୫୬ ଲକ୍ଷ ବ୍ୟୟ ଅଟକଳର ଏହି ମେଗା ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପଟିକୁ ଜାଣିଶୁଣି ଧୀରମନ୍ଥର ଭାବରେ ନିର୍ମାଣରେ କାଳକ୍ଷେପଣ କରାଯାଇ କମ୍ପାନୀ ଓ ବିଭାଗୀୟ ଯନ୍ତ୍ରୀଙ୍କ କାରସାଦୀରେ ଲୋକ ଏବଂ ସରକାରଙ୍କୁ ଭୁଆଁବୁଲାଇ କୋଟି କୋଟି ଟଙ୍କାର ଅନିୟମିତତା କରାଯାଇଥିବାର ଅଭିଯୋଗ କରାଯାଇଛି ।  କେତେକ କାରଣରୁ ଏହା ସୁସ୍ପଷ୍ଟ  । 

ଏବେ କିଛିକାଂଶରେ ଜଳଯୋଗାଣ ଆରମ୍ଭ କରାଯାଇଥିବା କୁହାଯାଉଥିଲେ ହେଁ , ବହୁସ୍ଥାନରେ ଅଟକଳରେ ନିର୍ଦ୍ଧାରିତ ଦୂରତା ଓ ଗଭୀରତାକୁ ଉଲଂଘନ କରାଯାଇ ନିମ୍ନମାନର ପାଇପ୍ ପୋତାଯାଉଥିବାରୁ ସେଗୁଡିକ ଫାଟିଯାଉଥିବା ଓ ଲିକ୍ ହେଉଥିବାର ପ୍ରକାଶ  ।  ଯେପରିକି ୨୬ ନମ୍ବର ଜାତୀୟ ରାଜପଥ ଠାରୁ ଅନ୍ୟୁନ ୩/୪ ମିଟର ଦୂର ଓ ୫ ଫୁଟ୍ ଗଭୀର ଖୋଳାଯିବା ବଦଳରେ ରାସ୍ତାକୁ ଲାଗିକରି  ମାତ୍ର  ୧ ଫୁଟ୍ ଗଭୀରରେ  ଖୋଳାଯାଇ ନିମ୍ନମାନର ପାଇପ୍ ପୋତା ଯାଉଥିବାରୁ ତାହା ଫାଟିଯାଉଥିବା ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ ପାଇଛି ।  ଏ ସମ୍ପର୍କରେ ପ୍ରୋଜେକ୍ଟ ମ୍ୟାନେଜର ସୟଦ୍ ରାଜା ଉପରୋକ୍ତ ପ୍ରକାଶିତ ଅଭିଯୋଗକୁ  ଅସ୍ୱୀକାର କରି  ' ଲୋକଙ୍କ କହିବାନୁଯାୟୀ ନୁହେଁ , ଏଷ୍ଟିମେଟ୍ ଅନୁଯାୟୀ ସ୍ଥଳବିଶେଷରେ ଭିନ୍ନ ଭିନ୍ନ ପାଇପ୍ ଭିନ୍ନ  ଭିନ୍ନ ଗଭୀରତାରେ ଖୋଳି ପୋତାହୁଏ ' ବୋଲି ସଫେଇ ଦେଇଛନ୍ତି।  ସେ  ଏସମ୍ପର୍କରେ ବିନିକା ଠାରେ ଅବସ୍ଥାପିତ ବିଭାଗୀୟ ଏସ୍ ଡି ଓ ଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ।  

ତେବେ ବିନିକାରେ ଅଫିସ୍ ଥିଲେ ହେଁ , ବିଭାଗୀୟ ଏସ୍ ଡି ଓ ଇଂ ରଞ୍ଜନ ପଟେଲ୍ କିମ୍ବା ଦୁଇଜଣ କନିଷ୍ଠ ଯନ୍ତ୍ରୀ ହାଁସଦା ଓ କିଶାନ ବାବୁଙ୍କର ସେମାନେ କେଉଁଠି ରହନ୍ତି , ପତ୍ତା ମିଳି ନଥିଲା ।  ବାରମ୍ବାର ସେମାନଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ ପାଇଁ ଚେଷ୍ଟାକରାଯାଇ ଥିଲେ ହେଁ , ସେମାନେ ଫୋନ୍ ଉଠାଇ ନ ଥିଲେ । ଏଠାକାର ଅଫିସଟି ପ୍ରାୟତଃ ବନ୍ଦ  ପଡିଥାଏ ଓ  ଆଉ ପ୍ରାୟ ମାସେଖଣ୍ଡେ ଅବସର ଗ୍ରହଣ  ପାଇଁ ଥିବା ଜଣେ ଉଦ୍ଧତ ଖଲାସୀ ସନ୍ତୋଷ ବେହେରା ହିଁ ଏସ୍ ଡି ଓ ପରି ବା ସର୍ବେସର୍ବା ବୋଲି ଅଫିସ ସାମ୍ନାରେ ଅବୈଧ ଦେଶୀମଦ ବିକୁଥିବା ମହିଳାଜଣକ ପ୍ରକାଶ କରିଥିଲେ। ଦୁଇ / ତିନିଦିନ ତଳେ ସୋନପୁର ଡିଭିଜନରେ ଜଣେ ନିର୍ବାହୀ ଯନ୍ତ୍ରୀ ଯୋଗଦେଇ ଥିବାରୁ ଏହି ମେଗା ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ଯ ବା  ଅଗ୍ରଗତି ସମ୍ପର୍କରେ ଜଣାପଡିପାରିନାହିଁ ।ତେବେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ନିର୍ବାଚିତ ଲୋକପ୍ରତିନିଧିଙ୍କ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଅସାଧୁ ଯନ୍ତ୍ରୀ-ଠିକା କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ଘଣ୍ଟ ଘୋଡା ଯାଇଆସିବା କାରଣ ଯୋଗୁଁ ଦୀର୍ଘ ପାନୀୟଜଳ କ୍ଲିଷ୍ଟ ଦୁଇଟି ବ୍ଲକ୍ ର ଲୋକେ ଚଳିତବର୍ଷ ମଧ୍ଯ କଷ୍ଟ ଭୋଗୁଥିଲେ ହେଁ , ନବନିର୍ବାଚିତ ସରକାରଙ୍କ ନିଦ ଭାଙ୍ଗୁନ ଥିବା ଘୋର ଦୁଃଖ ଓ ପରିତାପର ବିଷୟ ।  ଅପରପକ୍ଷେ ବିନିକା ବିଭାଗୀୟ ଏସ୍ ଡି ଓ ରଞ୍ଜନ ପଟେଲ ହିଁ ଏହି କମ୍ପାନୀର ଯାବତୀୟ ଦୁର୍ନୀତିର ଅନ୍ୟତମ ଅଂଶୀଦାର ବୋଲି ଚର୍ଚ୍ଚା ହୁଏ । ସେ ଏକାଧାରରେ

ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳଙ୍କ ସହିତ ବିଭାଗୀୟ ମନ୍ତ୍ରୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିଆସି ଥିବାରୁ ବିଶେଷ କରି ଗଣମାଧ୍ୟମର ପ୍ରକାଶିତ ଜନସାଧାରଣ ପ୍ରତିଫଳିତ ଅଭିଯୋଗକୁ ଖାତିର୍ କରୁ ନଥିବା ପ୍ରକାଶ। ଆହୁରି ମଧ୍ଯ  ତାଙ୍କରି ପରାମର୍ଶରେ କିଛିଦିନ ତଳେ ଡୁଙ୍ଗୁରିପାଲିର ଜନୈକ ପୁରୁଣା ସାମ୍ବାଦିକ ୧ ଲକ୍ଷ ଟଙ୍କାର ଉତ୍କୋଚ ନେଇଥିବାର ସେଠାକାର ସାମ୍ବାଦିକ ମହଲରୁ ପ୍ରକାଶ ।  ଏହାକୁ ମଧ୍ଯ  କମ୍ପାନୀର ଉକ୍ତ ପ୍ରକଳ୍ପ ପରିଚାଳକ ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି ।  ଲୋକଙ୍କ ଠାରୁ ପ୍ରକାଶ  ଯେ , ଏହି କମ୍ପାନୀ ସ୍ଥାନୀୟ ସିଂଘିଜୁବା ସଂରକ୍ଷିତ ପାହାଡଜଙ୍ଗଲ , ମେଟାକାନୀ ମନ୍ଦିରର ଦେବଭୂମି , ସର୍ବସାଧାରଣଙ୍କ ଜାଗାଜମି , ଜାତୀୟରାଜପଥ ଠାରୁ ଅନ୍ଯାନ୍ଯ ଅନେକ ଜବର ଦଖଲ ମାମଲାକୁ ଲାଞ୍ଚବଳରେ ଚପାଇ ଦେଇ ଆସିଛି । 

ଏଣୁ ଏହି ରାଜ୍ୟବାହାରର କମ୍ପାନୀ ଜରିଆରେ ସ୍ଥାନୀୟ କେତେକ ଅସାଧୁ ସାମ୍ବାଦିକଙ୍କ ଠାରୁ ନିର୍ବାଚିତ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ  ସମସ୍ତଙ୍କର ହାତଚିକ୍କଣ ହେଉଥିବା ମୁଖ୍ଯ ହୋଇଥିବା ବେଳେ ଅଞ୍ଚଳର ଲୋକଙ୍କ ପାନୀୟଜଳକଷ୍ଟ ଚୁଲିକୁ ଗଲାଣି ।  ଏଣୁ ଏଭଳି କମ୍ପାନୀର ଚୁକ୍ତି ବାତିଲ କରିବାରେ ନୂଆ ସରକାର ନୀରବ କିଆଁ ? -  ବୋଲି ଲୋକେ ପ୍ରଶ୍ନ କରିଛନ୍ତି  ।

ପରବର୍ତ୍ତୀ ସମୟରେ ଏ ସମ୍ପର୍କିତ ବିଶେଷ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   13-Apr-2026
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026

You Might Also Like