-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
09-May-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ) ୟୁନିଅନ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ସୋନପୁର ରେ ଥିବା ଦୁଇ ଶାଖା ଦ୍ଵାରା କୃଷି ପ୍ରଚାର ଶିବିର ର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ଉପ ଆଞ୍ଚଳିକ ପ୍ରମୁଖ ଶ୍ରୀଯୁକ୍ତ ସରୋଜ କୁମାର ମହାନ୍ତି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବିଶ୍ୱଜିତ୍ ପରିଡ଼ା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ତ୍ରିପାଠୀ, ନାବାର୍ଡ ଜିଲ୍ଲା ଉନ୍ନୟନ ପରିଚାଳକ ଶ୍ରୀଯୁକ୍ତ ସତ୍ୟ ସ୍ୱରୂପ ବେଦାନ୍ତ, ଏଫ୍ ଏଲ୍ ସି ସି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ର, ବ୍ଲକ ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଶ୍ରୀଯୁକ୍ତ ସଚିଦାନନ୍ଦ ବୁଡେକ୍ ଯୋଗ ଦେଇଥିଲେ। ଏହି ଶିବିର ରେ ୟୁନିଅନ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ ତରଫରୁ ବ୍ୟାଙ୍କ୍ ରେ ଉପଲବ୍ଧ ଥିବା ବିଭିନ୍ନ କୃଷି ଭିତ୍ତିକ ଯୋଜନା ଯେପରି କିଷାନ କ୍ରେଡିଟ କାର୍ଡ, ସ୍ଵୟଂ ସହାୟକ ଗୋଷ୍ଠୀ ଋଣ, ପ୍ରାଣୀ ସମ୍ପଦ ଭିତ୍ତିକ ଋଣ (କୁକୁଡ଼ା ପାଳନ, ଗାଈ ପାଳନ, ଛେଳି ଓ ମେଣ୍ଢା ପାଳନ), କୃଷି ଯନ୍ତ୍ରପାତି ଏବଂ ଉପକରଣ ଋଣ, ଏଗ୍ରୀ ଏନ୍ଫ୍ରାଷ୍ଟ୍ରକଚର ଫଣ୍ଡ (କୃଷୀ ଭିତ୍ତି ଭୂମି ଅନୁଦାନ) ଋଣ ବିଷୟରେ ଲୋକମାନଙ୍କୁ ଅବଗତ କରାଗଲା। ଏଥିରେ ନଅ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ୯୦ ଲକ୍ଷ୍ୟ ଟଙ୍କା ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଗଲା । କୃଷି ଯନ୍ତ୍ରପାତି କ୍ରୟ କରିବା ପାଇଁ ୧୦ ଲକ୍ଷ୍ୟ ଟଙ୍କା ର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଗଲା । ଶେଷରେ ସୋନେପୁର ଶାଖା ପରିଚାଳକ ଶ୍ରୀଯୁକ୍ତ ଅଭିଳାଷ ଗୁରୁ ଧନ୍ୟବାଦ୍ ଜ୍ଞାପନ କରି ସଭା ସମାପ୍ତ କରିଥିଲେ।