-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
18-Jan-2021
(ପ୍ରେରଣା ଖବର ବ୍ୟୁରୋ) :ଉତ୍ତର ପ୍ରଦେଶର ମୁରାଦାବାଦରେ କରୋନା ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଟିକା ନେବାରୁ ସେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ଜଣେ ଓ୍ୱାର୍ଡବୟ ମହିପାଲ । ତେବେ ତାଙ୍କର ମୃତ୍ୟୁ ହୃଦଘାତ ପାଇଁ ହୋଇଛି । ଡାକ୍ତରଙ୍କ ୩ ଜଣିଆ କମିଟି ମୃତଦେହ ପୋଷ୍ଟମଟର୍ମ କରିବା ପରେ ଏହା ସାମ୍ନାକୁ ଆସିଛି!! ଜିଲ୍ଲା ହସ୍ପିଟାଲର ଓ୍ୱାର୍ଡବୟ ମହିପାଲଙ୍କୁ ଜାନୁଆରୀ ୧୬ ତାରିଖରେ କୋଭିସିଲ୍ଡ ଟିକା ଦିଆଯାଇଥିଲା । କିନ୍ତୁ ସେ ୧୭ ତାରିଖରେ ହଠାତ ପ୍ରାଣତ୍ୟାଗ କରିଥିଲେ । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଟିକା ନେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ମୃତ୍ୟୁବରଣ କରିଥିଲେ!!ମହିପାଲଙ୍କ ପୁଅ କହିଛନ୍ତି ଯେ, ଯାହା ବି ହୋଇଛି ଭାକସିନ୍ ପାଇଁ । ଯେଉଁମାନେ ଟିକା ଲଗାଇଛନ୍ତି ସେମାନେ ଏଥିପାଇଁ ଦାୟୀ । ତାଙ୍କର ଆଉ ଜଣେ ସମ୍ପର୍କୀୟ ମଧ୍ୟ ସମାନ କଥା ଦୋହରାଇଛନ୍ତି । ସେ କହିଛନ୍ତି ଯେ, ମହିପାଲଙ୍କ ଅବସ୍ଥା ପୂର୍ବରୁ ଏପରି ନଥିଲା । ଭାକସିନ୍ ଲଗାଇବା ପୂର୍ବରୁ କୌଣସି ମେଡିକାଲ ପରୀକ୍ଷା କରାଯାଇ ନଥିଲା!!
ସୂଚନାଯୋଗ୍ୟ, ମୁରାଦାବାଦର ଜନପଦରେ ୬ଟି ଟିକାକରଣ କେନ୍ଦ୍ର କରାଯାଇଚି । କରୋନା ଟିକାକରଣ ଆରମ୍ଭ ଦିନ ଏଠାରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଲଗାଯାଇଥିଲା । ଭାକସିନ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ଏପରି ଥିଲେ ଯେଉଁମାନେ ପୂର୍ବରୁ କୋଭିଡ୍ ସଂକ୍ରମିତ ହୋଇଥିଲେ!!