-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ଅଣରେଜିଷ୍ଟ୍ରିକୃତ ଜମିରେ ଘରର ଅତିରିକ୍ତ ଭେଲୁଏସନ୍ ! ବିଧବା ହରିଜନମହିଳାଙ୍କୁ କାଣୀଭାଗ ଦେଇ ଜବରଦଖଲକାରୀ ମାଲାମାଲ୍

21-Mar-2025



ଟିଟିଲାଗଡ: ବେଲଗାଁ-ରିଗଡୁଲ ଜାତୀୟରାଜପଥ ସଂପ୍ରସାରଣର ରାସ୍ତାପାର୍ଶ୍ବ ଉଚ୍ଛେଦ କ୍ଷତିପୂରଣ  ପ୍ରଦାନରେ ଅଧିକାରୀଙ୍କ ଜ୍ଞାତସାରରେ ବେଆଇନ ଭାବରେ ଲକ୍ଷାଧିକ ଟଙ୍କାର ହେରଫେର ହୋଇଥିବାର ଏକ ଘଟଣାର ଚର୍ଚ୍ଚା ହେଉଛି ।

ଏହି ଏନ୍ ଏଚ୍-୫୮  ରାସ୍ତାର ବିଜେପୁର ପଞ୍ଚାୟତର  ତରାସିଂହା ଗ୍ରାମର ରାସ୍ତାପାର୍ଶ୍ବରେ ଥିବା ଅନୁସୂଚିତ ଜାତିର  ସ୍ଵର୍ଗତ ଶିବଶଙ୍କର ନାଗଙ୍କ ମୌଜା- ତରାସିଂହାର ଖାତା ନଂ ୧୬୪/୨୪୮ ର ପ୍ଲଟ୍ ନଂ ୭୫୦ ର କଥିତ କିସମ ଘରବାରି ମାଲମାମୁଲି ୧୪ ଡେସମିଲ୍ ଜମିରେ ସେହି ଗ୍ରାମର ଜଣେ ଶୁଣ୍ଢିଜାତିର ଲୋକ ଦନାର  ବେହେରାଙ୍କ ଘର ଥିଲା । ତେବେ ଏହି ଅଣରେଜିଷ୍ଟ୍ରିକୃତ ଜମିରେ ଥିବା ଘରର ଆଗପଟର କିଛିଅଂଶକୁ ଏହି ରାସ୍ତାର ପ୍ରଶସ୍ତୀକରଣ  ସକାଶେ ଭଙ୍ଗାଯାଇଛି । ତତ୍କାଳୀନ କଣ୍ଟବାଞ୍ଜିର ଟିଟିଲାଗଡ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଦିଲେଶ୍ଵର  ମାଝି ଏହାର ୭୦ ଲକ୍ଷରୁ ଉର୍ଦ୍ଧ୍ବ ଅତିରିକ୍ତ ମୂଲ୍ୟାୟନ କରିଥିବା ଓ ଏହି ଅନୁଯାୟୀ ଟିଟିଲାଗଡ  ଉପଜିଲ୍ଲାପାଳଙ୍କ ଅଧୀନସ୍ଥ ଅସ୍ଥାୟୀ ଭୂ-ଅର୍ଜନ ଅଧିକାରୀ ବା ଆର୍ ଆଇଙ୍କ ଦ୍ବାରା ବଲାଙ୍ଗୀର  ଜାତୀୟରାଜପଥ ବିଭାଗ , ଭୁବନେଶ୍ବର ବିଭାଗୀୟ କର୍ତ୍ତୃପକ୍ଷ ଓ କୋଲକାତାର ମୁଖ୍ଯ କାର୍ଯ୍ଯାଳୟ କର୍ତ୍ତୃକ ଅନୁମୋଦନ କ୍ରମେ ୰ ଶିବଶଙ୍କର ନାଗଙ୍କ  ବିଧବାପତ୍ନୀ ଜ୍ୟୋତ୍ସ୍ନାମୟୀ ନାଗଙ୍କୁ ମାର୍ଫତଦାର ଦନାର  ବେହେରାଙ୍କୁ ମୋଟ ୭୦ ଲକ୍ଷ  ୩୪ ହଜାର ୧୦୫ ଟଙ୍କାରୁ ଟିଡିସି କଟି ୬୩ ଲକ୍ଷ ୩୦ ହଜାର ୮୩୩ ଟଙ୍କା ସ୍ଥାନୀୟ  ଟିଟିଲାଗଡ ଏକ୍ସିସ୍ ବ୍ୟାଙ୍କ ଜରିଆରେ ଅନ୍ ଲାଇନ୍ ରେ କ୍ଷତିପୂରଣ ରାଶି ପ୍ରଦାନ  କରାଯାଇଥିବା ପ୍ରକାଶ । ଏ ସମ୍ପର୍କରେ ଆର.ଆଇ  କ୍ଷୀରସିନ୍ଧୁ ବାରିକ ପ୍ରକାଶ  କରିଛନ୍ତି।  ତେବେ ଏନେଇ ସମ୍ପୃକ୍ତ  ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଛି । ଯଦିଓ ଉକ୍ତ ଆର୍.ଆଇ ଓ ସମ୍ପୃକ୍ତ ପକ୍ଷରୁ ଏଥିନେଇ କୌଣସିପ୍ରକାର ଅନିୟମିତତା ହୋଇ ନ ଥିବାର କହୁଥିବା ବେଳେ ତରାସିଂହାର ବିଜେପୁର ପୂର୍ବତନ ସରପଞ୍ଚ  ସୁବାସ ମହାନନ୍ଦ ଏହି କାରବାର ଉଭୟଙ୍କ ଆପୋଷ ବୁଝାମଣାରେ ହୋଇଥିବା କହିଛନ୍ତି । 

ତେବେ ଏହି ରାସ୍ତା ସମେତ ସତୀଘାଟ- ଚାରଭଟା ରାସ୍ତାର  କ୍ଷତିପୂରଣ  ସମ୍ପର୍କ ରେ ମଧ୍ଯ  ଉଚ୍ଚସ୍ତରୀୟ ଯାଞ୍ଚର ଆବଶ୍ୟକତା ରହିଥିବା ଲୋକେ ସରକାରଙ୍କର  ଦୃଷ୍ଟିଆକର୍ଷଣ କରିଛନ୍ତି ।   

ଉଲ୍ଲେଖଯୋଗ୍ଯ  ଯେ, ଏହି ବେଲଗାଁ-ରିଗଡୁଲ ଜାତୀୟ ରାଜପଥ ସଂପ୍ରସାରଣର କ୍ଷତିପୂରଣ ପ୍ରଦାନ  ସକାଶେ ୧୭୭ଟି କେସ୍ ର  ମୋଟ ୫  କୋଟି ୫୭ ଲକ୍ଷ  ୬୮, ୮୮୬ ଟଙ୍କାରୁ ଅଦ୍ୟାବଧି ୩ କୋଟି ୯୩ ଲକ୍ଷ ୫୨, ୫୨୦ ଏବଂ ସତୀଘାଟ-ଚାରଭଟା ରାସ୍ତାର ମଧ୍ଯ ୧୧୭ଟି କେସ୍ ର ମୋଟ ୨୨ କୋଟି ୮୩ ଲକ୍ଷ ୭୫, ୫୪୦ ଟଙ୍କା ଓ ୭୫ % ପ୍ରଦାନ  କରାଯାଇ  ସରିଥିବା  ଉକ୍ତ ଆର.ଆଇଙ୍କ ସୂତ୍ରରୁ ପ୍ରକାଶ । ତେବେ ଏହି କୋଟିକୋଟି ଟଙ୍କାର  କ୍ଷତିପୂରଣ ପ୍ରଦାନ ନିମନ୍ତେ ଏଭଳି ୬ମାସିଆ ଅବସରପ୍ରାପ୍ତ  କର୍ମଚାରୀଙ୍କ ନିଯୁକ୍ତି ସହିତ ଏଭଳି ଚର୍ଚ୍ଚାର କାରଣ ଦିଗରେ ସରକାର ସତର୍କ  ରହିବାକୁ ଜନସାଧାରଣ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା