-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
13-Mar-2025
ବରୀ(ରଞ୍ଜିତ ମହାନ୍ତି): ଦୁର୍ନୀତିର ମୂଳୋତ୍ପାଟନ କରି ସାମଗ୍ରିକ ଭାବେ ଏକ ସୁସ୍ଥ ସମାଜ ଗଠନ କରିପାରିଲେ ଏହା ଆଗାମୀ ପିଢ଼ିପାଇଁ ଶୁଭଙ୍କର ହେବ। ଦି କରପସନ ଫ୍ରି ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ନିଶୂଳ ଉତ୍କଳ ଗୋଲା ସମାଜର କାର୍ଯ୍ୟକାରୀ ସଭାପତି କର୍ଣ୍ଣଚନ୍ଦ୍ର ଘଡ଼ାଇ ଉଦ୍ଘାଟକ ଭାବେ ଯୋଗଦେଇ ଏହି ମତ ରଖୁଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଦି କରପସନ ଫ୍ରି ଓଡ଼ିଶାର ଦେବ୍ରତ ସ୍ବାଇଁ, ମୁଖ୍ୟବକ୍ତା ଭାବେ ଭାବେ ସଂଯୋଜକ ହରିହର ଦାସ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ଉଦ୍ୟମ ରହିବା ରହିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ ବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥ୍ ଭାବେ ଟି ଚିନ୍ତାମଣି ବେହେରା, ଅଭିରାମ ମଲ୍ଲ, ତରୁଣ କୁମା ଦାସ, ପ୍ରମୁଖ ଯୋଗଦେଇ ନିଶା ଆଜି ସଭ୍ୟସମାଜରେ ବିଭିନ୍ନ ପ୍ରକାର ବିଶୃଙ୍ଖଳାର କାରଣ ପାଲଟିଛି ବୋଲି କହିଥିଲେ। ଏଥିସହିତ ଚୋରା ମଦ ବ୍ୟବସାୟୀଙ୍କ ଉପରେ କଠୋର ଆଇନ ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ। ଗୋଲା ସମାଜର ସମ୍ପାଦକ ତରୁଣ ଦାସ, କୋଷାଧ୍ଯକ୍ଷ ଚିନ୍ତାମଣି ବେହେରା, ଅଭିରାମ ମଲ୍ଲ, ବାବାଜୀ ଚରଣ ଦାସ, ରବୀନ୍ଦ୍ର ମହାନ୍ତି, ଅନିରୁଦ୍ଧ ଶିଶିର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗ୍ରାମବାସୀ ଏବଂ ଉପସ୍ଥିତ ସଦସ୍ୟମାନେ ନିଶା ଓ ଦୁର୍ନୀତି ବିରୋଧରେ ଲଢ଼ିବାକୁ ଶପଥ ପାଠ କରିଥିଲେ।