-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ଦେଶ ବିଦେଶ

ଏସିଆର ସର୍ବବୃହତ ସାହିତ୍ୟୋତ୍ସବ ଉଦଘାଟିତ: ଭାରତକୁ ଏକତାରେ ବାନ୍ଧିବା ପାଇଁ ସାହିତ୍ୟ ହେଉଛି ସବୁଠାରୁ ଶକ୍ତିଶାଳୀ ସୂତ୍ର - ଗଜେନ୍ଦ୍ର ସିଂହ ଶେଖାୱତ

08-Mar-2025



ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏସିଆର ସର୍ବବୃହତ ସାହିତ୍ୟୋତ୍ସବ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ  ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦ୍ବାରା ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଛି। ଉତ୍ସବକୁ ଉଦଘାଟନ କରି ମନ୍ତ୍ରୀ କହିଥିଲେ ଯେ ସାହିତ୍ୟ ହେଉଛି ସବୁଠାରୁ ଶକ୍ତିଶାଳୀ ସୂତ୍ର ଯାହା ଭାରତକୁ ଏକତାରେ ବାନ୍ଧିଥାଏ। ଭାରତୀୟ ସାହିତ୍ୟର ଗତିଶୀଳତାକୁ ଏହାର ବିଶେଷତ୍ୱ ଭାବରେ ବର୍ଣ୍ଣନା କରି ସେ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟାର ଯୁଗରେ, ଆମର ସାହିତ୍ୟ ଏବେ ଅନୁବାଦ ମାଧ୍ୟମରେ ବିଶ୍ୱସ୍ତରୀୟ ହେବା ଆରମ୍ଭ କରିଛି। ଭାରତ ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟିକୋଣ ବଦଳି ଯାଇଛି। ଭାରତୀୟ ସାହିତ୍ୟ ଜୀବନକୁ ସଠିକ୍ ଦିଗଦର୍ଶନ ଦେଉଥିବା ସାହିତ୍ୟ ଭାବରେ ବିବେଚନା କରି ସେ କହିଥିଲେ ଯେ ଏହାର ଭୂମିକା ପ୍ରତ୍ୟେକ ଯୁଗ ଏବଂ ପରିସ୍ଥିତିରେ ପ୍ରାସଙ୍ଗିକ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ସେହିପରି ରହିବ। ଏହା ଦେଶର ଏଭଳି ଏକ ବୌଦ୍ଧିକ ସମ୍ପଦ ଯାହା ସବୁବେଳେ ପ୍ରାଚୀନତାକୁ ନବୀନତାରେ ପରିଣତ କରୁଥାଏ ଏବଂ ବାସ୍ତବତାର ସାମ୍ନା କରି ଅନେକ ସମସ୍ୟାର ସମାଧାନ ଦେଇଛି। ଏହି ଅବସରରେ ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଅମ୍ରିତା ପ୍ରସାଦ ସାରାଭାଇ ମଧ୍ୟ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ଶେଖାୱତ ଫିତା କାଟି ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାହିତ୍ୟ ଏକାଡେମୀ ପ୍ରଦର୍ଶନୀ  ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ୨୦୨୪ ବର୍ଷର ସଫଳତାଗୁଡ଼ିକୁ ଫଟୋ ଏବଂ ଆଲେଖ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।
ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ମାଧବ କୌଶିକ ମନ୍ତ୍ରୀଙ୍କୁ ଉତ୍ତରୀୟ, ପୁସ୍ତକ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ସ୍ୱାଗତ ଭାଷଣରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ୨୦୨୪ରେ ଏକାଡେମୀର ସଫଳତା ବିଷୟରେ କହିଥିଲେ। ସେ ସୂଚେଇ ଥିଲେ ଯେ ସାହିତ୍ୟ ଏକାଡେମୀ ଗତ ବର୍ଷ ୪୮୪ଟି ପୁସ୍ତକ ପ୍ରକାଶନ ପୂର୍ବକ ୪୫୯ଟି କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
ଆଜି ସାହିତ୍ୟ ଉତ୍ସବର ପ୍ରଥମ ଦିନରେ ୧୦୦ରୁ ଅଧିକ ଲେଖକ ୨୦ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବହୁଭାଷୀ କବିତା ଓ ଗଳ୍ପ ପାଠ, ଆଦିବାସୀ କବିତା ଏବଂ କାହାଣୀ ପାଠ, ଭାରତୀୟ ସାହିତ୍ୟରେ ନଦୀ, ଭାରତର ଉତ୍ତର-ପୂର୍ବ ଅଞ୍ଚଳର ଲୋକ ସଂସ୍କୃତି, ଭାରତର ସାହିତ୍ୟ କୃତିରେ ଗ୍ରାମୀଣ ସମାଜର ବିଲୁପ୍ତପ୍ରାୟତା ଇତ୍ୟାଦି ବିଷୟ ଉପରେ ଆଲୋଚନା ହୋଇଥିଳା। ଅନେକ ଅଧିବେଶନରେ ବହୁଭାଷୀ କବିତା ଏବଂ କାହାଣୀ ପାଠ ଉପସ୍ଥାପିତ ହୋଇଥିଲା। ଆସନ୍ତାକାଲି  ସନ୍ଧ୍ୟା ୫ଟାରେ କମାନୀ ପ୍ରେକ୍ଷାଳୟରେ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ ସମାରୋହ ଅନୁଷ୍ଠିତ ହେବ। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରସିଦ୍ଧ ଇଂରାଜୀ ନାଟ୍ୟକାର ମହେଶ ଦତ୍ତାନୀ ଯୋଗଦେବେ। ପୁରସ୍କାର ବିତରଣ ଉତ୍ସବ ପରେ ପ୍ରଖ୍ୟାତ ବଂଶୀବାଦକ ରାକେଶ ଚୌରାସିଆଙ୍କ ବଂଶୀବାଦନ ପରିବେଷିତ ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like