-+91-9937148622 |

prerana_bgr@rediffmail.com |

  Thursday 19th June 2025 |

| | | |

R.N.I. Regd No. ODIODI/2010/46693

Breaking News

ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   (18-Jun-2025)       ||      ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    (18-Jun-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   (18-Jun-2025)       ||      ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ    (18-Jun-2025)       ||      ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   (18-Jun-2025)       ||      ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   (18-Jun-2025)       ||      ବୋରିଗାଁରେ ବିକାଶ ବାହନ ଯାତ୍ରା   (18-Jun-2025)       ||      ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   (18-Jun-2025)       ||      ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   (18-Jun-2025)       ||      ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   (18-Jun-2025)       ||      ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   (18-Jun-2025)       ||      ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   (18-Jun-2025)       ||      ନୂତନ ସିଭିଲ୍ କୋର୍ଟ ନିର୍ମାଣ, ଆୟୁଷ୍ମାନ ଯୋଜନାରେ ଓକିଲ ମାନଙ୍କୁ ସାମିଲ କରିବା ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନିର୍ମାଣ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ର ପ୍ରତିନିଧି ଦଳ    (18-Jun-2025)       ||      ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ -   (18-Jun-2025)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Jun-2025)       ||      ସାଧୁଙ୍କୁ ଅପମାନ ବିଷୟ! କ୍ଷମା ମାଗିବା ପରେ ବିବାଦର ଅନ୍ତ ହେଲା   (18-Jun-2025)       ||      ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କୁଚିଣ୍ଡାରେ କବି ସମ୍ମିଳନୀ   (18-Jun-2025)       ||      ଭଙ୍ଗାରୁଜା ଘରେ ବିତୁଛି ଜୀବନ, ପଡୁନାହିଁ ପ୍ରଶାସନର ଦୃଷ୍ଟି    (18-Jun-2025)       ||      କୁଲୁତା ସମାଜର ଟେକ ରଖିଲେ ବର୍ଷା    (18-Jun-2025)       ||      ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ    (17-Jun-2025)       ||     

HOME   ଜିଲ୍ଲା

ମୌଳିକ ସୁବିଧା ରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ

09-Sep-2024



ବାଲିଗୁଡା(ସୁଶିଲ କୁମାର ପାଣିଗ୍ରାହୀ):  କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ; କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶେଷରେ ପୁଣି ନିଜ ଭିଟାମାଟି ବା ଗାଁକୁ ଫେରିଯିବାକୁ ମନ ବଳାଇଛନ୍ତି ୩୮ କୁଟିଆ ଆଦିବାସୀ ପରିବାର । କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକ କୋଟଗଡ଼ ପଞ୍ଚାୟତର ବାନ୍ଦକା ଗ୍ରାମର ୩୮ କୁଟିଆ ଆଦିବାସୀ ପରିବାରଙ୍କ କଥା ପ୍ରଶାସନ ଦୀର୍ଘ ଦିନ ହେଲା ବୁଝୁନାହିଁ । ସେମାନେ ପ୍ରଶାସନ ବିରୋଧରେ ନାନା ଅଭିଯୋଗ କରୁଛନ୍ତି। ବାନ୍ଦକା ଗ୍ରାମରେ ୩୮ ଆଦିବାସୀ ପରିବାର ୪୦ ବର୍ଷ ଧରି ରହୁଥିଲେ। ପାହାଡ଼ ଉପରେ ଗାଁ । ଚାରିଆଡ଼େ ଘଞ୍ଚ ଜଙ୍ଗଲ I ରାସ୍ତା, ପିଇବା ପାଣି, ବିଦ୍ୟୁତ କିମ୍ବା ଶିକ୍ଷା ସୁବିଧା ନଥିଲା। ବହୁ ଅସୁବିଧାରେ ସେମାନେ ଜୀବନ ଯାପନ କରୁଥିଲେ। ସେମାନଙ୍କ ଦୁର୍ଦ୍ଦଶା ଖବର ପ୍ରକାଶନ ପରେ ପ୍ରଶାସନ ଗାଁରେ ପହଞ୍ଚିଥିଲା । ୧୨ବର୍ଷ ତଳେ ବାନ୍ଦକାର ସମସ୍ତ ପରିବାରକୁ ପାହାଡ଼ ତଳ ଜାମଝୋର ଗ୍ରାମରେ ଥଇଥାନ କରାଗଲା । ସେହି ସମୟରେ ସମସ୍ତ ମୌଳିକ ସୁବିଧା ମିଳିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରଶାସନର ଭରସାରେ ୩୮ ଆଦିବାସୀ ପରିବାର ୧୨ ବର୍ଷ ଧରି ଜାମଝୋରରେ ଆସି ରହିଛନ୍ତି; କିନ୍ତୁ ପୂର୍ବରୁ ନିଜ ଭିଟାମାଟି ବାନ୍ଦକାରେ ଯେଉଁ ଅସୁବିଧା ଥିଲା ଜାମଝୋରରେ ମଧ୍ୟ ସେମାନେ ସେହି ସମାନ ଅବସ୍ଥା ଭୋଗୁଛନ୍ତି। ବ୍ଲକ ପ୍ରଶାସନ ସେମାନଙ୍କୁ ପ୍ରତାରଣା କରିଥିବା ସଂପୃକ୍ତ ପରିବାର ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ମୁଖ୍ୟରାସ୍ତା ଠାରୁ ଜାମଝୋରକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ । ବର୍ଷା ଦିନରେ ପାଣି କାଦୁଅ ରାସ୍ତାରେ ଚଳପ୍ରଚଳ କରନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ରୋଗୀଙ୍କୁ ଖଟିଆରେ ୨ କି.ମି ବୋହିବାକୁ ପଡୁଛି। ପିଇବା ପାଣି ଟ୍ୟାପ ବନ୍ଦ ପଡିଛି । ସୋଲାର ପ୍ରକଳ୍ପରୁ କେବେ କେମିତି ପାଣି ମିଳୁଛି । ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ । ନିଜେ ଝାଟିମାଟିରେ ଘର କରି ରହୁଛନ୍ତି। ଏ ସମ୍ପର୍କରେ ବାରମ୍ବାର ପଲ୍ଲୀ ସଭା ଓ ଗ୍ରାମସଭାରେ ଲିଖୂତ ଅଭିଯୋଗ କଲେ ମଧ୍ଯ ଗାଁର ବିକାଶ ହୋଇପାରିନଥିବା କହିଛନ୍ତି ୱାର୍ଡ ସଭ୍ୟ I ସମସ୍ୟା ସମ୍ପର୍କରେ ସରପଞ୍ଚ ଓ ବ୍ଲକ ଅଧିକାରୀଙ୍କୁ ଗୁହାରି କଲେ କିଛି ସୁଫଳ ମିଳୁନି ବୋଲି ରମେଶ ମାଝୀ, ଜଲେଙ୍ଗା ମାଝୀ, ପପୁ ମାଝୀ, ରୁପିଙ୍ଗା ମାଝୀ, ଟିନ୍ତୁ ମାଝୀ, ମୀନାକ୍ଷୀ ମାଝୀ, ସନିତା ମାଝୀ, ନନ୍ଦିନୀ ମାଝୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନାରୁ ବଞ୍ଚିତ ରହିଛନ୍ତି ଶିବ ମାଝୀ, ସତ୍ୟ ମାଝୀ, ରୁପିଙ୍ଗା ମାଝୀ, ବିରୁଙ୍ଗି ମାଝୀଙ୍କ ପରିବାର। ଖାଦ୍ୟ ଅଭାବରୁ ମକା ଗୁଣ୍ଡ କରି ସିଝେଇ ଖାଉଛନ୍ତି। ରାସନ କାର୍ଡ ପାଇଁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେମାନେ କହିଛନ୍ତି। ଏଭଳି ସମସ୍ୟା ଭିତରେ ରହିବା ଅପେକ୍ଷା ନିଜ ଭିଟାମାଟିକୁ ଫେରିବାକୁ ସମସ୍ତ ପରିବାର ମନସ୍ଥ କରିଛନ୍ତି। କୁଟିଆ ଆଦିବାସୀ ପରିବାରଙ୍କ ସମସ୍ୟା ସମ୍ପର୍କରେ କୋଟଗଡ ବିଡିଓଙ୍କ ଦୃଷ୍ଟି ଆକର୍ଷଣ ବେଳେ ଏ ବିଷୟ ପୂର୍ବରୁ ସେ ଅବଗତ ନ‌ଥିବା କହିବା ସହିତ ଆଗାମୀ ଦିନରେ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   18-Jun-2025
  ଜିଲ୍ଲା  
ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    18-Jun-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   18-Jun-2025
  ଜିଲ୍ଲା  
ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ   18-Jun-2025
  ଜିଲ୍ଲା  
ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   18-Jun-2025
  ଜିଲ୍ଲା  
ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   18-Jun-2025
  ଜିଲ୍ଲା  
ବୋରିଗାଁରେ ବିକାଶ ବାହନ ଯାତ୍ରା   18-Jun-2025
  ଜିଲ୍ଲା  
ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   18-Jun-2025
  ଜିଲ୍ଲା  
ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   18-Jun-2025
  ଜିଲ୍ଲା  
ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   18-Jun-2025
  ଜିଲ୍ଲା  
ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   18-Jun-2025
  ଜିଲ୍ଲା  
ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   18-Jun-2025

You Might Also Like