-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||     

HOME   ରାଜ୍ୟ

ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକଳାପରେ କର୍ମଚାରୀ ଓ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ

02-Aug-2024



ଗଣିଆ(ବିଜୟଲକ୍ଷ୍ମୀ ରାଉତ): ନୟାଗଡ଼ ଜିଲ୍ଲା ଗଣିଆ ସ୍ଥିତ ଶ୍ରୀଶ୍ରୀ ରଘୁନାଥ ଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୫ମାସ ହେଲା ଶୀମତୀ ସଲିଳା ସେଠୀ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କର ମନମୁଖୀ କାର୍ଯ୍ୟକଳାପ ତଥା କଥା କଥାରେ କର୍ମଚାରୀଙ୍କୁ ଅସଦାଚରଣ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, କାରଣଦର୍ଶାଅ ନୋଟିସ୍ ଜାରି କରିବା, ନିଜେ କ୍ଲାସ୍ ନକରି ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଅପମାନିତ କରିବା ସହିତ ନିଜ ହାତରେ କ୍ୟାସ୍ ବୁକ୍, ପାସବୁକ୍ ରଖି ଅର୍ଥ ଉଠାଇ ମନ ମୁତାବକ ଖର୍ଚ୍ଚ କରିବା ସହିତ କର୍ମଚାରୀଙ୍କୁ ଧମକ ଚମକ୍ ନେଇ ଥାନାରେ ବସାଇବା ଭଳି କାର୍ଯ୍ୟକଳାପ  ଗଣିଆ ଅଞ୍ଚଳରେ ବୁଦ୍ଧିଜୀବୀମହଲରେଆଲୋଚନା ଜୋର ଧରିଛି ।  ପ୍ରକାଶ ଥାଉ କି ଗଣିଆ  ମହାବିଦ୍ୟାଳୟରେ (+୨)  ପ୍ରାୟ ୫୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଅନୁଷ୍ଠାନରେ ଇଂରାଜୀ ବିଷୟ (PGT)ରେ ଯୋଗ ଦେଇଥିବା  ଶ୍ରୀମତୀ ସଲିଳା ସେଠୀ ଅଫିସ୍ କାର୍ଯ୍ୟରେ ବ୍ୟସ୍ତତା ଦେଖାଇ ନିଜ ଇଂରାଜୀ ବିଷୟ କ୍ଲାସ୍ କରୁନାହାନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ଉଚିତ୍ ଶିକ୍ଷା ପାଇ ପାରୁନାହାନ୍ତି। ପ୍ରକାଶ ଥାଉ କି କଲେଜର ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟରେ ହେଡ୍ କ୍ଲର୍କ ଙ୍କୁ ଧମକ ଚମକ୍ ମଧ୍ୟ କରିଛନ୍ତି। କଲେଜ୍ ରେ ଡି ଇ ଓ ଉପସ୍ଥିତ ନଥିବା ବେଳେ ଆଲମାରୀ ଚାବି ଭାଙ୍ଗି ନୂତନ ତାଲା ପକାଇବା କଥା ମଧ୍ଯ ଦୃଷ୍ଟିକୁ ଆସିଛି। କର୍ମଚାରୀ ମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳି ମଧ୍ୟ କରିଛନ୍ତି। ଜଣେ ଅଧ୍ୟକ୍ଷା ହୋଇ କର୍ମଚାରୀ ମାନଙ୍କୁ ଗାଳିଗୁଲଜ କରି ଅସମ୍ମାନ କରିବା ସହ ସାଧାରଣ କଥାରେ ଥାନାର ଦ୍ୱାରସ୍ଥ ମଧ୍ୟ ହେଇଥିଲେ ।
ଏହା ସହ ନିଜର ସ୍ବାର୍ଥକୁ ଆଖି ଆଗରେ ରଖି ନିଜର ପ୍ରାଇଭେଟ୍ କୋଚିଂ ସେଣ୍ଟର୍ ଚଳାଇବା ନିମନ୍ତେ ସରକାରଙ୍କ ସମୟସୀମାକୁ ପାଳନ ନକରି କଲେଜ୍ ରେ ଶ୍ରେଣୀ ଶିକ୍ଷା ଓ ପରୀକ୍ଷା ପ୍ରଣାଳୀକୁ ପରିବର୍ତ୍ତନ କରାଇଥିଲେ। ତାଙ୍କ ନିଜସ୍ୱ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀଙ୍କୁ କଲେଜରେ ଅଧିକ ମାର୍କ ଦେବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ମାର୍କ କାଟିବା ପାଇଁ ଧମକ ଦେବା ମଧ୍ୟ ଜଣାପଡିଛି। ଶ୍ରୀମତୀ ସେଠୀ କଥା କଥା ରେ 'ମୁଁ ଜଣେ ଏସ୍ ସି  ଜାତି ର ମହିଳା ଏବଂ ମୋ ସ୍ବାମୀ ଜଣେ ସାମ୍ବାଦିକ' କହି ଧମକ ଦେବା ସହ ପ୍ରତ୍ୟେକ ଦିନ କଲେଜରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରୁଛନ୍ତି, ଯାହା ଫଳରେ କଲେଜର ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଂକ ମଧ୍ୟରେ ମାନସିକ ଅଶାନ୍ତି ଦେଖାଯାଇଛି। 
ଏପରି ଉଦ୍ଧତତା ତଥା ଅନୁଷ୍ଠାନ ବିରୋଧୀ  ଅଧ୍ୟକ୍ଷାଙ୍କ ବେନିୟମ କାର୍ଯ୍ୟକଳାପ ନିମନ୍ତେ ସରକାରୀ ଅନୁସନ୍ଧାନ ତଥା ସଠିକ୍ ତଦନ୍ତ କରାଯିବା ପାଇଁ କଲେଜ୍ କର୍ମଚାରୀଙ୍କ ଦ୍ବାରା ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ, ଓଡ଼ିଶା ସରକାରଙ୍କ ମାସ୍ ଏଯୁକେଶନ ଙ୍କୁ ଅଭିଯୋଗ ପତ୍ର କରିବା ପରେ ମଧ୍ୟ କାହିଁକି ସମାଧାନ ହୋଇପାରୁ ନାହିଁ ତାହା ଏବେ ବଡ ପ୍ରଶ୍ନ l


News Comment




Photo in News

Advertisment
Lastest News
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026

You Might Also Like