-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
22-Jul-2024
(ଡୋଲେଶ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଖର୍ସେଲ ଗ୍ରାମ ପଞ୍ଚାୟତ ର ବୈଗାପଡ଼ା ନିବାସୀ ତିଳ କୁମାର ତାଣ୍ଡି ଦିଲ୍ଲୀଠାରେ ଅଧ୍ୟାପକ ରୂପେ କାର୍ଯ୍ୟ କରିଛନ୍ତି। ସେ ତାଙ୍କ ଜାତି ଗତ ପ୍ରମାଣ ପତ୍ର ପାଇଁ ଗତ ମେ ମାସ ରେ ଅନଲାଇନ୍ ଆବେଦନ କରିଥିଲେ। ତିନି ମାସ ବିତି ଯାଇଥିଲେ ମଧ୍ୟ ତାଙ୍କୁ ପ୍ରମାଣ ପତ୍ର ମିଳି ପାରିନଥିଲା। ସମୟ ସୀମା ମଧ୍ୟରେ ମିଳି ନଥିବା ନେଇ ସେ ଉଚ୍ଚସ୍ତରୀୟ କୋର୍ଟ ଆଶ୍ରୟ ନେଇଥିଲେ। ସେଠାରେ ଆବଶ୍ୟକ ତଥ୍ୟ ଏବଂ କଗଜାତ ନଥିବା ନେଇ ପ୍ରମାଣ ପତ୍ର ପ୍ରଦାନ ରେ ବିଳମ୍ୱ ହୋଇଥିଲା। ନିର୍ବାଚନ ଥିବା ଯୋଗୁଁ ବିଳମ୍ୱ ହେବା ସହ ତାଙ୍କୁ ଉଚ୍ଚ କୋର୍ଟ ରେ ଅପିଲ ପାଇଁ ଅନୁରୋଧ କରିଥିଲେ । ସେ ଅପିଲ କରି ନିଜେ ଉପସ୍ଥିତ ହୋଇଥିଲେ। ଉଚ୍ଚ କୋର୍ଟର ଆଦେଶ ପରେ ଖୁବ୍ ଶୀଘ୍ର ତାଙ୍କ ଜାତି ଗତ ପ୍ରମାଣ ପତ୍ର ପ୍ରଦାନ ବ୍ୟବସ୍ଥା କରୁଥିବା ସିନାପାଲି ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରକାଶ କରିଛନ୍ତି।