-+91-9937148622 |

prerana_bgr@rediffmail.com |

  Sunday 9th November 2025 |

| | | |

R.N.I. Regd No. ODIODI/2010/46693

Breaking News

ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   (08-Nov-2025)       ||      ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   (08-Nov-2025)       ||      ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   (08-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    (08-Nov-2025)       ||      ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   (08-Nov-2025)       ||      ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   (08-Nov-2025)       ||      *ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   (08-Nov-2025)       ||      ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   (08-Nov-2025)       ||      ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   (08-Nov-2025)       ||      *କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   (08-Nov-2025)       ||      *ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   (08-Nov-2025)       ||      "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   (08-Nov-2025)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର    (08-Nov-2025)       ||      *ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି*   (08-Nov-2025)       ||      ଯୁବ କଳାକାରଙ୍କ ନୃତ୍ୟ ଦୁଲକିଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମଞ୍ଚ, ଝୁମିଲେ ହଜାର ହଜାର ଦର୍ଶକ   (07-Nov-2025)       ||      ଗଣିଆରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (07-Nov-2025)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ;    (07-Nov-2025)       ||      *ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଟିତ*-   (07-Nov-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ*-   (07-Nov-2025)       ||      ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ   (07-Nov-2025)       ||     

HOME   ଜିଲ୍ଲା

ସମ୍ବଲପୁର ପୁରୁଣା ଅଯୋଧ୍ୟା ସାଗର ହେବ ନବୀକରଣ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର,

20-Jul-2024



 


ସମ୍ୱଲପୁର : :(ସଂଜୀବପାଣିଗ୍ରାହୀ)    ଜିଲ୍ଲାର ପର୍ଯ୍ୟଟନକୁ ନୂଆ ରୂପ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଏହା ଦ୍ୱାରା ସମ୍ବଲପୁରରେ ଥିବା ମହାନଦୀ ରେ 'ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ' ପ୍ରସ୍ତାବ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରାଯାଇପାରିବ ବୋଲି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାକୁ ସ୍ୱାଗତ କରିଛନ୍ତି ସମ୍ବଲପୁରବାସୀ ।
ସୂଚନା ଅନୁସାରେ, ସମ୍ବଲପୁର ସହର ରିଙ୍ଗ ରୋଡ଼ କଡ଼ ମହାନଦୀର ଅଯୋଧ୍ୟା ସରୋବରର ହେବ ନବୀକରଣ । ଏଠାରେ ଥିବା ଆନିକଟକୁ ସଜାଡ଼ିବା ସହ ପର୍ଯ୍ୟଟନର ବିକାଶ କରାଯିବ । ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଭାବରେ 'ବିକାଶ ବି, ବିରସାତ୍ ବି' ଅଧୀନରେ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଥିବା ସମାନତା ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନେକ ନଦୀ ଓ ଐତିହାସିକ ସ୍ଥଳୀରେ ପୂର୍ଣ୍ଣ ଓଡ଼ିଶା 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ବିକଶିତ କରିବାର ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ସେହିପରି ମହାନଦୀ କୂଳରେ ଅବସ୍ଥିତ ସମ୍ବଲପୁରର ଐତିହାସିକ ମହତ୍ତ୍ୱ ଓ ପ୍ରାକୃତିକ ଆକର୍ଷଣ ରହିଛି । ମହାନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବିଶ୍ୱସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି ।
ସେ କହିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ମହାନଦୀ ପାର୍ଶ୍ୱରେ ଥିବା ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୁନରୁଦ୍ଧାର କରାଯାଇ ରିଭରଫ୍ରଣ୍ଟ ଥିବା ୭ କିଲୋମିଟର ଲମ୍ବା ଜଳାଶୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହି ପୁରୁଣା ବନ୍ଧର ନବୀକରଣ ଦ୍ୱାରା ଜଳଭଣ୍ଡାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ । ଏହି ଜଳଭଣ୍ଡାର ହୀରାକୁଦ ଜଳଭଣ୍ଡାରର ବିଦ୍ୟୁତ୍ ଚ୍ୟାନେଲରୁ ବାହାରୁଥିବା ଜଳକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିପାରିବ ଏବଂ ପ୍ରସ୍ତାବିତ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମହାନଦୀରେ ଆବଶ୍ୟକ ପୋଖରୀ ସୃଷ୍ଟି କରିପାରିବ । ଅଚଳ ସ୍ଲୁଇସ୍ ଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରିବ କିମ୍ବା ବନ୍ଧକୁ ସୁରୁଖୁରୁରେ ଚଳାଇବା ପାଇଁ ନୂତନ ଢାଞ୍ଚା ସହିତ ବଦଳାଯାଇପାରିବ । ଏହାବ୍ୟତୀତ ସମ୍ବଲପୁର ସହରରେ ଡ୍ରେନେଜ୍ ସମସ୍ୟାକୁ ହ୍ରାସ କରିବା ପାଇଁ ପ୍ରସ୍ତାବିତ ପୋଖରୀକୁ ସଂଯୋଗ କରୁଥିବା ସମସ୍ତ ନାଳରେ ସ୍ଲୁଇସର ଆବଶ୍ୟକ ବ୍ୟବସ୍ଥା କରାଯାଇପାରେ । ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସମ୍ବଲପୁରବାସୀ । ସମ୍ବଲପୁରରେ ମହାନଦୀ କୂଳରେ ଉପରୋକ୍ତ ରିଭରଫ୍ରଣ୍ଟ ଉନ୍ନୟନ ପ୍ରକଳ୍ପ ଏକ ରୋମାଞ୍ଚକର ଦୃଶ୍ୟ ସୃଷ୍ଟି କରିବ ବୋଲି ମତ ରଖିଛନ୍ତି । ଏଥିସହ ଏଠାରେ ପାର୍କ, ୱାକ୍ ୱେ, ଜିମ୍, ଆମ୍ଫିଥିଏଟର, ଆରତୀ ଘାଟ ଏବଂ ନଦୀ କୂଳରେ ଗାଧୋଇବା ଭଳି ସୁବିଧା ସୁଯୋଗ ସୃଷ୍ଟି କରିଯାଇପାରିବ । ଏହା କେବଳ ଏହି ଅଞ୍ଚଳର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିବ ନାହିଁ ବରଂ ଏହାର ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଆକର୍ଷଣକୁ ବଢାଇବାରେ ଯୋଗଦାନ ରଖିବ । ମହାନଦୀ ସାଂସ୍କୃତିକ, ମନୋରଞ୍ଜନ ଓ ଅର୍ଥନୈତିକ କାର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିପାରିବ । ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ଉପକୃତ ହେବା ସହ ଏହି ସ୍ଥାନ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   08-Nov-2025
  ଜିଲ୍ଲା  
ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   08-Nov-2025
ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   08-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    08-Nov-2025
  ଜିଲ୍ଲା  
ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   08-Nov-2025
  ଜିଲ୍ଲା  
ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   08-Nov-2025
  ଜିଲ୍ଲା  
*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   08-Nov-2025
  ଜିଲ୍ଲା  
ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   08-Nov-2025
  ଜିଲ୍ଲା  
ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   08-Nov-2025
  ଜିଲ୍ଲା  
*କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   08-Nov-2025
  ଜିଲ୍ଲା  
*ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   08-Nov-2025
  ଜିଲ୍ଲା  
"ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   08-Nov-2025

You Might Also Like