-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
20-Jul-2024
ହରଭଙ୍ଗା(ଦେବବ୍ରତ ଦାଶ୍ ଙ୍କ ରିପୋର୍ଟ): ୨୦ ଫୁଟ ତଳକୁ ଓଲଟିଲା ବସ । ୪୦ ଆହତ ୨୦ ଗୁରୁତର । ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମହାଦେବ ନାମକ ଏକ ଘରୋଇ ବସ ଭୁବନେଶ୍ୱର ରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଥାନା ୫୭ନମ୍ବର ଜାତୀୟ ରାଜପଥ ସ୍ଥିତ ସରସର ନିକଟ ଏକ ସେତୁରେ ୨୦ ଫୁଟ ତଳକୁ ବସଟି ଭାରସାମ୍ୟ ହରାଇ ଖସିପଡ଼ିଥିଲା । ଖବର ପାଇ ଅଗ୍ନିଶମ ବହିନୀ ଓ ପୋଲିସ
ଘଟଣା ସ୍ଥଳରେ ପହଞ୍ଚି । ସମସ୍ତ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ୪୦ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ଓ ୩ ଜଣଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ତେବେ ବସ ଚାଳକ ଓ ହେଲପର ମଦ୍ୟପାନ କରିଥିବା କିଛି ଯାତ୍ରୀ ଅଭିଯୋଗ କରିଥିବା ବେଳେ ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।