-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
24-Jun-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ଏଭଳି ଅଭାବନୀୟ ଅଘଟଣ ଘଟିଛି । ସୁଚନା ଅନୁସାରେ, ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିବା ବେଳେ ସାପ ଧରିବା ପାଇଁ ମେଣ୍ଡାମାଳ ଗାଁର ଗୌର କୁମ୍ଭାରକୁ ସେ ଖବର ଦେଇଥିଲେ । ଗୌର ସେଠାକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଡବାରେ ଧରି କୌଣସି କାମରେ ଥାନାକୁ ଆସିଥିଲେ । ତେବେ ଥାନାରେ ପୋଲିସ ଅଧିକାରୀ ଏ ଏସ ଆଇ ଗୌଡ଼ ଓ ପୋଲିସ କର୍ମଚାରୀଙ୍କ ସାମ୍ନା ରେ ସାପକୁ ଡବାରୁ ବାହାର କରି ଦେଖାଇଥିଲେ । ପୋଲିସ କର୍ମଚାରୀ ମାନେ ଦେଖି ସାରି ସାପକୁ ପୁଣି ଡବା ଭିତରେ ଭରିବା ସମୟରେ ସାପ ଧରାଳି ଗୌର ଙ୍କ ହାତରେ ଚୋଟ ମାରିଥିଲା । ତୁରନ୍ତ ଗୌରଙ୍କୁ ପୋଲିସ ଭ୍ୟାନରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।