-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
24-Jun-2024
ସୋନପୁର( ମନୋରଞ୍ଜନ ତ୍ରିପାଠୀ )
ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷ ରୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା . ରାମ ଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖରଜୁରା ଠାରେ CLUB FOOT କ୍ଲବ୍ ଫୁଟ୍ ସଚେତନତା ଓ ପରିଚାଳନା ସ୍ୱାସ୍ଥ୍ୟ ଶିବିର ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ ପ୍ରିୟରଞ୍ଜନ ସାହୁ ଙ୍କ ର ତତ୍ତ୍ୱାବଧାନ ଅନୁଷ୍ଠିତ ହୋଇଥିଲା l
ଏହି ସ୍ୱାସ୍ଥ୍ୟ ଶିବିରରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡି ଇ ଆଇ ସି ର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ ବିଧୁଭୂଷଣ ପତି ଡ଼l ସୋମେଶ ରଞ୍ଜନ ପଣ୍ଡା(physiotherapist) ଫିଜିଓ ଥେରାପିଷ୍ଟ ଯୋଗଦାନ କରି ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷl କରିଥିଲେ l କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଳଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଟିମ ର ଡ଼ ସରୋଜ କୁ ପଟେଲ ଡ଼l , ଚିତ୍ତରଞ୍ଜନ ତ୍ରିପାଠୀ, ଗୋଷ୍ଠି ସମ୍ପ୍ରସାରଣ ଅଧିକାରୀ ଶାନ୍ତନୁ ମେହେର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରେଖାରାଣୀ ଦାସ ଫାର୍ମାସିଷ୍ଟ ହୃଷିକେଶ ମିଶ୍ର , ମହିଳା ସ୍ୱାସ୍ଥ୍ୟକର୍ମୀ କଲ୍ୟାଣୀ ସାହୁ ଗୀତାଞ୍ଜଳି ସାହା, ଶୁଭଲଷ୍ମୀ ବାଗ, ଅଙ୍ଗନ୍ନୱାଡ଼ି ଦିଦି ଓ ଆଶା ଦିଦି ମାନେ ସହଯୋଗ କରି ଥିଲେ l