-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
12-Jun-2024
ହରଭଙ୍ଗା/କଣ୍ଟାମାଳ (ଜୟ କୁମାର ମହାରଣା): ଆଗାମୀ ଜୁଲାଇ ମାସ ସାତ ତାରିଖରେ ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥନିର୍ମାଣ ପାଇଁ ବୁଧବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ ଅଠରନଳାରୁ ପୁରୀ ରଥଖଳାକୁ ଶିମିଳି ଏବଂ ଚାଖୁଣ୍ଡା ଦୁଇପ୍ରକାର ରଥକାଠ ପୁରୀ ପଠାଯାଇଛି। ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ କୁମାର ଦାଶ,ପୁରୁଣାକଟକ ବନପାଳ ଗୋବଦ୍ଧନ ମେହେର,ଚାରିଛକ ବନପାଳ ଶତୀଶ
ରଞ୍ଜନ କମ୍ପ ପ୍ରମୁଖଙ୍କ ନେତୃତ୍ୱରେ ଆଜି ସକାଳେ ପୂଜା ପାଠ କରି ନାମସଂକୀର୍ତନ ହରିବୋଲ ହୁଳହୁଳିରେ ରଥକାଠ ବୋଝେଇ ଟ୍ରକକୁ ପୁରୀ ଅଭିମୁଖେ ପାଛୋଟି ନିଆଯାଇଥିଲା ।
ଏଥିରେ ୧୨ଖଣ୍ଡ ଶିମିଳି ଏବଂ ଗୋଟିଏ ଖଣ୍ଡ ଚାଖୁଣ୍ଡା କାଠ ବୋଝେଇ ହୋଇଥିବା ସୂଚନା ମିଳିଛି। ପ୍ରତିବର୍ଷ ବୌଦ୍ଧ ବନଖଣ୍ଡର ବିଭିନ୍ନ ବନାଞ୍ଚଳରୁ ପୁରୀକୁ ରଥକାଠ ପଠାଯାଉ ଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବୌଦ୍ଧ ଜିଲ୍ଲାବାସୀଙ୍କ ଉପରେ ଶୁଭ ଆଶ୍ରର୍ବାଦ ରହିଛିବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି l