-+91-9937148622 |

prerana_bgr@rediffmail.com |

  Thursday 12th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   (11-Mar-2026)       ||      ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ    (11-Mar-2026)       ||      ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   (11-Mar-2026)       ||      ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   (11-Mar-2026)       ||      ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   (11-Mar-2026)       ||      *ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||      ରକ୍ତଦାନ ଶିବିର ଅନୁଷ୍ଠିତ    (11-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||     

HOME   ରାଜନୀତି

ମୋହନ ସରକାରରେ ବଲାଙ୍ଗୀରର ଡବଲଧମାକା.. କନକବର୍ଦ୍ଧନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ମୁକେଶଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ

12-Jun-2024



ବାଲାଙ୍ଗୀର (ପ୍ରେରଣା ଖବର ): ରାଜ୍ୟରେ ବିଜେପିର ଡବଲଇଞ୍ଜିନ ସରକାର ଆରମ୍ଭ ହୋଇଥିବା ବେଳେ ଏହି ମୋହନ ସରକାରରେ ବଲାଙ୍ଗୀରର ଡବଲଧମାକା ହୋଇଛି । ପାଟଣାଗଡରୁ ୬ ଥର ବିଧାୟକ ହୋଇଥିବା କନକବର୍ଦ୍ଧନ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି । ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ସରକାରରେ ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ ଓ କନକବର୍ଦ୍ଧନ ସିଂଦେଓ ରହୁଥିଲେ । କିନ୍ତୁ ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲା ପରେ ବିଜେଡିରୁ ମାତ୍ର ଜଣକୁ ମନ୍ତ୍ରୀପଦ ମିଳିଆସୁଥିଲା । କିନ୍ତୁ ଏଥର ସରକାର ବଦଳିବା ପରେ ବିଜେପି ସରକାରରେ ବଲାଙ୍ଗୀର ଜିଲ୍ଲାକୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ଫଳରେ ବଲାଙ୍ଗୀର ଜିଲ୍ଲାପାଇଁ “ସୋନେପେ ସୁହାଗା ଅଫର” ବୋଲି ଆଲୋଚନା ଚାଲିଛି । ମହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓ ୧୯୬୭ -୧୯୭୧ ମସିହା ପର୍ଯ୍ୟନ୍ତ ଗଣତନ୍ତ୍ରପରିଷଦ ଦଳରୁ ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପରେ ବଲାଙ୍ଗୀର ଜିଲ୍ଲାକୁ ପ୍ରଥମ କରି ଏକ ବଡ ପଦବୀ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି । କନକବର୍ଦ୍ଧନ ସିଂଦେଓ ବଲାଙ୍ଗୀର ରାଜପରିବାରର ମହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓଙ୍କ ନାତି ଓ ପୂର୍ବତନ ସାଂସଦ ମହାରାଜା ରାଜରାଜ ସିଂଦେଓଙ୍କ ଜ୍ୟୋଷ୍ଠପୁତ୍ର । କନକଙ୍କ ପତ୍ନୀ ସଂଗୀତାକୁମାରୀ ସିଂଦେଓ ବର୍ତ୍ତମାନର ବିଜେପି ସାଂସଦ । ସ୍ୱର୍ଗତ ରାଜରାଜ ସିଂଦେଓ ୧୯୮୦ ମସିହାରୁ ବିଜେପିର ଜଣେ ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ସେହିଦିନ ଠାରୁ ତାଙ୍କ ପରିବାରକୁ ବିଜେପି ସାଂସଦ୍ ଟିକେଟ ଦେଇଆସୁଛି । ସଂଗୀତା ସିଂଦେଓ ଚଳିତଥରକୁ ମିଶାଇ ପଞ୍ଚମଥର ସାଂସଦ ଭାବରେ ଜିଣିଛନ୍ତି । ଏବେ କନକଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିଥିବାରୁ ଦୀର୍ଘବର୍ଷ ହେଲା ବିଜେପିର ମଙ୍ଗଧରିଥିବା ସିଂଦେଓ ପରିବାରକୁ ବିଜେପି ଯଥେଷ୍ଟ ସମ୍ମାନ ଦେଇଛି । କନକବର୍ଦ୍ଧନ ସିଂଦେଓ ୧୯୯୫ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲଗାତାର ୫ଥର ପାଟଣାଗଡରୁ ବିଧାୟକ ହୋଇଥିଲେ । ୨୦୧୯ରେ ସେ ପରାଜିତ ହୋଇଥିଲେ ଓ ଏଥର ୨୦୨୪ ନିର୍ବାଚନରେ ପୁଣିଥରେ ବିଧାୟକ ହୋଇଛନ୍ତି । ୨୦୦୦-୨୦୦୪ ପର୍ଯ୍ୟନ୍ତ ଶିଳ୍ପମନ୍ତ୍ରୀ ଓ ୨୦୦୪-୨୦୦୯ ମସିହା ପର୍ଯ୍ୟନ୍ତ ନଗରଉନ୍ନୟନ ମନ୍ତ୍ରୀ ରହିଥିଲେ । ସେହିପରି ୨୦୧୩ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ବିଜେପିଦଳର ରାଜ୍ୟ ସଭାପତି ମଧ୍ୟ ରହିଥିଲେ । ଉଭୟ ସଂଗଠନ ଓ ବିଧାନସଭାରେ ତାଙ୍କର ଅଭିଜ୍ଞତା ରହିଛି । 
  ସେହିପରି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି । ଆଜି ସେ କ୍ୟାବିନେଟ ମନ୍ତ୍ରୀ ରୂପେ ଶପଥପାଠ ନେଇଛନ୍ତି । ମୁକେଶ ଲୋଇସିଂହା ଏସସି ସଂରକ୍ଷିତ ନିର୍ବାଚନମଣ୍ଡଳିର ଦ୍ୱିତୀୟପାଳିର ବିଧାୟକ । ଗତ ୨୦୧୯ରେ ପ୍ରଥମ କରି ଜିଣିଥିଲେ ଓ ଏଥର ଦ୍ୱିତୀୟ ପାଳିରେ ବିପୁଳ ଭୋଟ ବ୍ୟବଧାନରେ ସେ ଜିଣିଛନ୍ତି । ଆଗଲପୁର ବ୍ଲକ ନଅଗାଁ (ଖ)ନୀବାସୀ ମୁକେଶଙ୍କ ଛାତ୍ରଜୀବନ ବରଗଡ ଜିଲ୍ଲାର ପଦ୍ମପୁରରେ କଟିଛି । ତାଙ୍କ ବାପା ଓ ମାଆ ଉଭୟ ଶିକ୍ଷକ/ଶିକ୍ଷୟୀତ୍ରୀ ଥିଲେ । ତାଙ୍କ ତ୍ୱତ୍ୱାବଧାନରେ ଛାତ୍ରାବସ୍ଥାରୁ ଜଣେ ମେଧାବୀଛାତ୍ର ରହିଆସିଥିଲେ । ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲରୁ ମାଟ୍ରିକ, ପଦ୍ମପୁର ଅଞ୍ଚଳ କଲେଜରୁ ଯୁକ୍ତଦୁଇ ଓ ଯୁକ୍ତତିନି ବିଜ୍ଞାନ(ଜୁଲୋଜୀ)ରେ ସରିଲାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ । ୧୯୯୭ରେ ସେ ବଲାଙ୍ଗୀର ବିଇଡି କଲେଜରେ ଶିକ୍ଷାଲାଭ କରିଥିଲେ । ଏହାପରେ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟକୁ ଫେରି ସେଠାରେ ଲାଇଫସାଇନ୍ସରେ ଏମ.ଫିଲ ଓ ତାପରେ ୨୦୦୭ରେ ପରିବେଶ ବିଜ୍ଞାନରେ ସ୍ୱତନ୍ତ୍ର ଫେଲୋସିପ ପାଇ ପିଏଚଡି ଡିଗ୍ରୀ ଲାଭ କରିଥିଲେ । ଏହା ସହିତ ରାଜ୍ୟ ଅର୍ଥନୈତିକ ପରିଚାଳନାରେ ମଧ୍ୟ ସେ ଏକ ସ୍ୱତନ୍ତ୍ର କୋର୍ସ କରିଛନ୍ତି । ସେଥିପାଇଁ ସେ ମଧ୍ୟ ଜଣେ ଅଭିଜ୍ଞ ଯୁବରାଜନେତା ଭାବରେ ପରିଚିତ । ଛାତ୍ରଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିବିପି)ର ସସଦ୍ୟ ରହି ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୁସମ୍ପର୍କରେ ରହିଆସିଥିଲେ । ସେଥିପାଇଁ ରାଜ୍ୟପ୍ରଦୁଷଣ ବୋର୍ଡରେ ଜଣେ ଉଚ୍ଚ ବେତନଧାରୀ ପରିବେଶ ବିଜ୍ଞାନୀ ଚାକିରିରୁ ଅବସର ନେଇ ମୁକେଶ ୨୦୧୯ରେ ବିଜେପିରେ ଯୋଗଦେଇ ଲୋଇସିଂହାର ବିଜେପି ବିଧାୟକ ପ୍ରାର୍ଥି ହୋଇଥିଲେ । ଊଭୟଥର ସେ ଭଲ ଭୋଟବ୍ୟବଧାନରେ  ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ବିଧାନସଭାରେ ତାଙ୍କର ଉତ୍ତମ ବ୍ୟବହାର ଓ ତର୍କପୂର୍ଣ୍ଣ ଯୁକ୍ତି ତାଙ୍କୁ ଲୋକପ୍ରୀୟ କରିଛି । ସେଥିପାଇଁ ତାଙ୍କ ନିର୍ବାଚନମଣ୍ଡଳି ସହିତ ବଲାଙ୍ଗୀରର ଯୁବକମାନଙ୍କ ପାଇଁ ସେ ଜଣେ ପ୍ରେରଣାଦାୟକ ଯୁବନେତା । ତାଙ୍କୁ କ୍ୟାବିନେଟମନ୍ତ୍ରୀପଦ ମିଳିଥିବାରୁ ବଲାଙ୍ଗୀର ଜିଲ୍ଲାରେ ଖୁସିର ମାହୋଲ ରହିଛି । ବଲାଙ୍ଗୀର ଜିଲ୍ଲା ସହିତ ପଶ୍ଚିମଓଡିଶା ପାଇଁ ଚଳିତ ଟର୍ମରେ କିଛି ବଡପ୍ରକଲ୍ପ ଆସିପାରିବ ବୋଲି ଜନସାଧାରଣ ଆଶାବ୍ୟକ୍ତ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   11-Mar-2026
  ଜିଲ୍ଲା  
ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ   11-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   11-Mar-2026
  ଜିଲ୍ଲା  
ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   11-Mar-2026
  ଜିଲ୍ଲା  
ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   11-Mar-2026
  ଜିଲ୍ଲା  
*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   11-Mar-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   11-Mar-2026
  ଜିଲ୍ଲା  
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   11-Mar-2026
  ଜିଲ୍ଲା  
ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   11-Mar-2026
  ଜିଲ୍ଲା  
ଶାସ୍ତ୍ରୀୟ ଭାଷା ଦିବସ ପାଳିତ   11-Mar-2026
  ଜିଲ୍ଲା  
ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   11-Mar-2026
  ଜିଲ୍ଲା  
ରକ୍ତଦାନ ଶିବିର ଅନୁଷ୍ଠିତ   11-Mar-2026

You Might Also Like