-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
09-Jun-2024
ବଲାଙ୍ଗୀର(ଚିତ୍ରସେନ ବେହେରା): ଏ ବର୍ଷ ଏକ ଲମ୍ବା ସମୟ ଧରି ଆମେ ନିର୍ବାଚନ ଲଢିଥିଲୁ । ନିର୍ବାଚନରେ ଆସିଥିବା ଜନମତ କୁ ଆମେ ସମ୍ମାନର ସହ ସ୍ୱିକାର କରୁଛୁଁ । ତା ସହ ନିର୍ବାଚନ ମଣ୍ଡଳିର ସମସ୍ତ ଭୋଟର, ଗୁରୁଜନ, ଭାଇଭଉଣୀ ମାନଙ୍କୁ ନିର୍ବାଚନରେ ଦେଇଥିବା ଆକୁଣ୍ଠ ସହଯୋଗ ସମର୍ଥନ ପାଇଁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଉଁଛୁଁ । ନିର୍ବାଚନରେ ସକ୍ରିୟ ଭାଗ ନେଇଥିବା କଂଗ୍ରେସ ନେତା, କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ପୂର୍ବ ବର୍ଷମାନଙ୍କ ଭଳି ଆଗାମୀ ଦିନରେ କଂଗ୍ରେସ ଦଳ ବଲାଙ୍ଗିର ର ବିକାଶ ଦିଗରେ ନିଶ୍ଚି ଭାବରେ ସକରାତ୍ମକ ଚିନ୍ତାଧାରା ରଖିବ ବୋଲି ଆଜି ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଥିବା ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ସମରେନ୍ଦ୍ର ମିଶ୍ର ଉପସ୍ଥିତ ବୈଦୁତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦିର୍ଘ ଦିନର ନିର୍ବାଚନ ପ୍ରକ୍ରିୟାରେ ଆମେ ଆମ ପ୍ରତିଦ୍ୱନ୍ଦିମାନଙ୍କ ସହ ଦୃଢ ଭାବରେ ଲଢେଇ କରିଥିଲୁ । ଯେହେତୁ ଏହା ଏକ ଲମ୍ବା ସମୟ ନିର୍ବାଚନ ଲଢେଇଥିଲା ତେଣୁ କେତେବେଳେ କେଉଁ ପ୍ରାର୍ଥୀର ବିଜୟ ସମ୍ଭାବନା ବଢୁଥିଲା ତ କାହାର କମିଯାଉଥିଲା । ସେ ଯାହାବି ହେଉ ଜନମତ ଆମ ପ୍ରତିଦ୍ୱନ୍ଦିଙ୍କ ସପକ୍ଷରେ ଯାଇଥିଲା ତେଣୁ ନିଶ୍ଚିତ ଭାବରେ ନୂତନ ବିଧାୟକଙ୍କୁ ଆମେ ଆପଣମାନଙ୍କ ମାଧ୍ୟମରେ ଅଭିନନ୍ଦନ ଜଣାଇବୁ । ତା ସହ ଏହା ମଧ୍ୟ ନିଶ୍ଚିତ ଭାବରେ ଆଶା କରୁବୁ ଯେ ବଲାଙ୍ଗିର ରେ ଚାଲିଥିବା ବିକାଶ ପ୍ରକଳ୍ପ ଯାହାକି ପୂର୍ବତନ ବିଧାୟକ ଆରମ୍ଭ କରିଥିଲେ ଏବଂ ଏହା ଏ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇନାହିଁ ଯଥା ଭିମ ଡୁଙ୍ଗୁରି ର ସୌନ୍ଦର୍ଯ୍ୟ ଓ ଜଳାଶୟ କାମ, ଛତାମଖନା ବ୍ୟାରେଜ, ଟ୍ରକ ଟର୍ମିନାଲ, ଗନ୍ଧରେଳ ସୌନ୍ଦିଜିକରଣ ପ୍ରକଳ୍ପ, ଅଡିଟରିୟମ ଏ ସବୁ କାମକୁ ସେ ସକରାତ୍ମକ ଭାବରେ ସେ ଶିଘ୍ର ସମ୍ପୁର୍ଣ୍ଣ କରିବେ ତା ସହ ଆମେ ଏହା ମଧ୍ୟ ଆଶା କରିବୁ ଯେ ନିର୍ବାଚନ ଲଢେଇ ସମୟରେ ବର୍ତ୍ତମାନର ବିଧାୟକ ବଲାଙ୍ଗିରର ବିକାଶ ପାଇଁ ଦେଇଥିବା ସଂକଳ୍ପ ପତ୍ର ର ପ୍ରତିଶୃତି ଗୋଟି ଗୋଟି କରି ପୁରଣ କରନ୍ତୁ । ବିଶେଷ କରି ସରକାରୀ ଜମିରେ ବସବାସ କରୁଥିବା ଭୂମିହୀନ, ଗରିବ ଓ
ଜବରଦଖଲ କରି ରହୁଥିବା ଶ୍ରମିକ ଶ୍ରେଣୀ ଲୋକଙ୍କମାନଙ୍କ ପାଇଁ ମଧ୍ୟ ସେମାନେ ରହୁଥିବା ଜାଗାରେ ପଟ୍ଟା ପ୍ରଦାନ କରିବା ପଦକ୍ଷେପ ଶିଘ୍ର ନିଅନ୍ତୁ । ଯେହେତୁ ପୌର ନିର୍ବାଚନ ପୂର୍ବରୁ ବର୍ତ୍ତମାନର ବିଧାୟକ ଲୋକଙ୍କ ଜମିପଟ୍ଟା ପ୍ରଦାନର ନିର୍ଭର ପ୍ରତିଶୃତି ଦେଉଛନ୍ତି ଆମେ ଆଶା କରିବା ଆମ ଲୋକଙ୍କ ପାଇଁ ସେ ନିଶ୍ଚିତ ଭାବରେ ଜମି ପଟ୍ଟା ପ୍ରଦାନର ବ୍ୟବସ୍ଥା କରିବେ ଏବଂ ବେକାର ଯୁବକମାନଙ୍କ ପାଇଁ ଯେତେ ସମ୍ଭବ ଏଠାରେ ଶିଳ୍ପାନୁଷ୍ଠାନ ଗଢିବା ପାଇଁ ପଦକ୍ଷେପ ନେବେ । ସାମ୍ବାଦିକ ସମ୍ମିଳନୀରେ ସମରେନ୍ଦ୍ର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ବଲାଙ୍ଗିର ର ବିକାଶ କାମନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଉପ-ସଭାପତି ସନ୍ତକ ବହିଦାର, ମୁଖପାତ୍ର ଅଜୟ ବାଲି, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ତଥା ଜାତୀୟ ଯୁବ କଂଗ୍ରେସ ମୁଖପାତ୍ର ଅଙ୍କିତ ସାହୁ, ବିଧାନସଭା ଯୁବ କଂଗ୍ରେସ ସଭାପତି ନାସୀର ଖାନ ପ୍ରମୁଖ ମଞ୍ଚାସୀନ ଥିଲେ ।