-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||     

HOME   ରାଜନୀତି

ଓଡିଶାରେ ଶାସନର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ : ପୁରନ୍ଦର ମିଶ୍ର

27-May-2024



ଭୂବନେଶ୍ୱର(ପ୍ରେରଣା ଖବର ): ଓଡିଶାକୁ ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନ ମିଳିତ ଭାବେ ଲୁଟି ଚାଲିଥିବା, ଓଡ଼ିଶା ନିର୍ବାଚନ ପାଇଁ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଅଭିଯୋଗ କରିଛନ୍ତି।

ପଟ୍ଟନାୟକ ଓ ପାଣ୍ଡିଆନ ଯୋଡ଼ି ପ୍ରାକୃତିକ ସମ୍ପଦରେ ଭରପୁର ଓଡିଶାକୁ ସବୁ କ୍ଷେତ୍ରରେ ହରିଲୁଟ କରି କାଙ୍ଗାଳ ବନାଇ ଦେଇଥିବା ଶ୍ରୀ ମିଶ୍ର କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ସପକ୍ଷରେ ପ୍ରଚାର କରିବା ଅଵସରରେ ଶ୍ରୀ ମିଶ୍ର ଏହିପରି ଆକ୍ଷେପ କରିଛନ୍ତି। ନିରୀହ ଓଡ଼ିଶା ବାସୀଙ୍କୁ ପଟ୍ଟନାୟକ-

ପାଣ୍ଡିଆନ ଧୋକା ଦେଇଥିବା ସେ କହିଛନ୍ତି।ଓଡ଼ିଶାର ଲୁଣ୍ଠନକାରୀ ପଟ୍ଟନାୟକ-ପାଣ୍ଡିଆନ ଯୋଡ଼ିକୁ ଚଳିତ ନିର୍ବାଚନରେ ଉଚିତ ଶାସ୍ତି ପ୍ରଦାନ କରି କ୍ଷମତାରୁ ହଟାଇ ଦେବା ପାଇଁ ପୁରନ୍ଦର ମିଶ୍ର ରାଜ୍ୟବାସୀଙ୍କୁ  ଆହ୍ୱାନ ଜଣାଇଛନ୍ତି।         

ପଟ୍ଟନାୟକ-ପାଣ୍ଡିଆନଙ୍କର ଅପାରଗତା ଫଳରେ ଓଡ଼ିଶାରେ କଳକାରଖାନା ବନ୍ଦ ହୋଇଯିବା କାରଣରୁ ରାଜ୍ୟର ଯୁବ ସମ୍ପ୍ରଦାୟ ବାହାରକୁ ପଳାୟନ କରୁଛନ୍ତି ବୋଲି ଶ୍ରୀ ମିଶ୍ର ଦର୍ଶାଇଛନ୍ତି।ଓଡ଼ିଶା ମଧ୍ୟରେ ସାଢ଼େ ଚାରି କୋଟି ଲୋକ ରହୁଥିବା ବେଳେ ରାଜ୍ୟ ବାହାରେ ପ୍ରାୟ ଦୁଇ କୋଟି ପ୍ରବାସୀ ଓଡ଼ିଆ ରହିଛନ୍ତି। ଛତିଶଗଡ଼ରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ବିଶେଷ କରି ଓଡ଼ିଶାର ଗଜପତି, ଟିଟିଲାଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ହିଁ ଯାଇଥିବା ସେ ସୁଚାଇଛନ୍ତି। ଏଭଳି ବ୍ୟାପକ ପଳାୟନକୁ ରୋକିବା ଏବଂ ରାଜ୍ୟ ମଧ୍ୟରେ ଏହାର ଅଧିବାସୀମାନଙ୍କ ପାଇଁ ଉପଯୁକ୍ତ ଭାବେ ନିଯୁକ୍ତିର ସୁବିଧା ଉପଲବ୍ଧ କରିବା ପାଇଁ ଓଡ଼ିଶାବାସୀ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା କରିବାକୁ ଶ୍ରୀ ମିଶ୍ର ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟକୁ ଅଧାଅଧି ଓଡ଼ିଆ ଅଧିକାରୀ ସମ୍ଭାଳୁଥିବା ସୁଚାଇ, ଓଡ଼ିଶାରେ ପ୍ରତିଭା ଓ ପାରଦର୍ଶିତାର କୌଣସି ଅଭାବ ନଥିବା ସେ ସ୍ପଷ୍ଟ କରିଦେଇଥିଲେ। ଓଡ଼ିଶାର ପଟ୍ଟନାୟକ-ପାଣ୍ଡିଆନ ସରକାର ରାଜ୍ୟବାସୀଙ୍କର ବୌଦ୍ଧିକତାର ସଦୁପଯୋଗ କରିବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ନେଇ ଶ୍ରୀ ମିଶ୍ର ଗଭୀର ଉଦବେଗ ପ୍ରକାଶ କରିଥିଲେ।     

ବଲାଙ୍ଗୀରର ବଜାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଞ୍ଚାଲଙ୍କା ଦର ୪୦/- ଟଙ୍କା ଓ ଶୁଖିଲା ଲାଲ ଲଙ୍କା ଦର ୮୦/- ଟଙ୍କା ବୋଲି ଜାଣିବା ପରେ ସେଠାକାର ସରକାରୀ କର୍ମକର୍ତ୍ତାମାନଙ୍କୁ ଲାଲ ଲଙ୍କା ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କର ମୂର୍ଖାମୀକୁ କଡ଼ା ସମାଲୋଚନା କରିଥିଲେ। ପାଖାପାଖି ୨୫ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ସୁଦ୍ଧା ନବୀନବାବୁ ଓଡ଼ିଆ କହିପାରୁ ନଥିବା କଥା ତାଙ୍କର ଓଡ଼ିଆ ଭାଷା ପ୍ରତି ଘୃଣାଭାବ ତଥା ଓଡ଼ିଶାର ଅସ୍ମିତା ଉଦ୍ଦେଶ୍ୟରେ ଅସମ୍ମାନର ସ୍ଵାକ୍ଷର ବହନ କରୁଥିବା ଶ୍ରୀ ମିଶ୍ର କହିଥିଲେ। ଅପରପକ୍ଷରେ ସେ ନିଜେ ୪୦ବର୍ଷ ହେଲା ଛତିଶଗଡ଼ରେ ରହୁଥିଲେ ମଧ୍ୟ ସ୍ପଷ୍ଟ ଭାବରେ ଓଡ଼ିଆ ଉଚ୍ଚାରଣ କରୁଥିବା ପୁରନ୍ଦର ମିଶ୍ର ସୁଚାଇଥିଲେ। ତାମିଲନାଡୁର ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଦପ୍ତରକୁ ଚଳାଇବାର ସୁଯୋଗ ଦେଇ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହତାଦର କରୁଥିବାରୁ ରାତି ୮ଟା ପରେ ରାଜ୍ୟର ଜନସାଧାରଣଙ୍କ ପାଇଁ ତାଙ୍କର ଦ୍ୱାର ବନ୍ଦ ହୋଇଯାଉଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।ଓଡ଼ିଶାର ସଂସ୍କୃତି ଓ ସଭ୍ୟତାର ପ୍ରତୀକ ଧୋତି ପିନ୍ଧିବା ବଦଳରେ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧୁଛନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ନବୀନବାବୁ ଗୃହବନ୍ଦୀ ସାଜିବା ସାଙ୍ଗକୁ

ପୋଷା ଶୁଆ ପରି ପାଣ୍ଡିଆନ ଯାହା ଇଙ୍ଗିତ କରୁଛନ୍ତି ,ତାହା କରିବା ବା କହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଘଟଣା ବୋଲି ଶ୍ରୀ ମିଶ୍ର ସୂଚାଇଛନ୍ତି। ବହୁତ ଦିନ ଧରି ପୋଖରୀରେ ପାଣି ବଦଳା ନଗଲେ ଏହା ଯେପରି ଦୂଷିତ ହୋଇଯାଇଥାଏ, ଓଡ଼ିଶା ସରକାରଙ୍କର ବର୍ତ୍ତମାନ ସେହିପରି ଦଶା ହୋଇଥିବା ଦର୍ଶାଇ ରାଜ୍ୟରେ ତୁରନ୍ତ ପଟ୍ଟନାୟକ-ପାଣ୍ଡିଆନ ଶାସନର ପରିବର୍ତ୍ତନ ଆଣିବା ପାଇଁ ଶ୍ରୀ ମିଶ୍ର ଆଗ୍ରହ ପ୍ରକାଶ କରିଛନ୍ତି।                             ପୁରନ୍ଦର ମିଶ୍ର ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୁନ୍ଦରଗଡ଼, ଭୁବନେଶ୍ୱର, ପୁରୀ, ଭଦ୍ରକ ଏବଂ କେନ୍ଦ୍ରାପଡା ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଇଲାକାରେ ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଗତ ୨୦ ଦିନ ହେଲା ତୋଫାନୀ ପ୍ରଚାର ଚଳାଇଥିବା ଜଣାଯାଇଛି।


News Comment




Photo in News

Advertisment
Lastest News
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026

You Might Also Like