-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
26-May-2024
ନୂଆପଡ଼ା (ରାମନାଥ ପଣ୍ଡା )
-ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ତ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ବିଶେଷ ସୂତ୍ରରୁ ବନ ବିଭାଗ ଖବର ପାଇ ଏକ କଲରାପତରିଆ ବାଘ ଛାଲକୁ ବିକ୍ରି ପାଇଁ ଗ୍ରାହକ ସହ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ଘଟଣା ସ୍ଥଳରେ ଚଢାଉ କରି ବାଘ ଛାଲ ଜବତ୍ କରିଛନ୍ତି । ବାଘକୁ ମାରି ଛାଲ ଓ ନଖ ବିକ୍ରି କାରବାରରେ ଲିପ୍ତ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ବାଘଟିକୁ ୪ ବର୍ଷ ହୋଇଥିବା ଅନୁମାନ କରାଯାଏ । ଘଟଣା ସ୍ଥଳରୁ ଦୁଇ ବାଇକ୍, ଚାରୋଟି ମୋବାଇଲ ଫୋନ ଜବତ ହୋଇଛି। ଆଜି ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।କଲରାପତରିଆ ବାଘକୁ ମାରି ଛାଲ ବିକ୍ରି କରାଯାଉଥିବା ପଡୋଶୀ ଛତିଶଗ଼ଡ଼ ଅଭୟାରଣ୍ୟ ରୁ ବନ ବିଭାଗକୁ ଖବର ମିଳିଥିଲା । ରେଞ୍ଜର ସଂସ୍କୃତି ବଡ଼ ନାଏକ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ମିତାରାଣି ସାହୁ, ନରେଶ ଦଣ୍ଡସେନା ସହ ବହୁ କର୍ମଚାରୀ ଅଭିଯୁକ୍ତକୁ ଧରିବାରେ ସହଯୋଗ କରିଥିଲେ।