-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ରାଜନୀତି

ବଦଳିବ କି ବଲାଙ୍ଗୀର ରାଜନୀତି ! ଅସୀତ ତ୍ରୀପାଠୀ ଓ ସୁବ୍ରତ ବାଗଚୀଙ୍କୁ ନେଇ ବଢୁଛି ଚର୍ଚ୍ଚା

25-Dec-2020



ବଲାଙ୍ଗୀର,(ପ୍ରେରଣା ଖବର) -ବଲାଙ୍ଗୀର ଜିଲ୍ଲାର ରାଜନୈତିକ ଗତିବିଧି ଦିନକୁ ଦିନ ପରିବର୍ତ୍ତନ ଆଡକୁ ମୁହାଁଉଛି । ଜିଲ୍ଲାର ବରିଷ୍ଠନେତାମାନଙ୍କର ବୟସାଧିକ୍ୟ କାରଣରୁ ସେମାନେ ଅବସର ନେବାକୁ ବସିଥିବା ବେଳେ ତାଙ୍କ ପୁଅମାନଙ୍କ ରାଜନୈତିକ ଥଇଥାନ ପାଇଁ ଲାଗିପଡିଛନ୍ତି । କିନ୍ତୁ ଆଗାମୀ ୨୦୨୪ ନିର୍ବାଚନରେ ଜିଲ୍ଲାରେ ରାଜନୈତିକ ଦିଗ  ଏକ ବଡ ପରିବର୍ତ୍ତନ ଆଡକୁ ମୁହାଁଉଥିବା ଲକ୍ଷ୍ୟ କରାଯାଉଛି । ଜିଲ୍ଲାର ଇଲାଇଟଗୃପ ନେତାପୁଅଙ୍କ ଅପେକ୍ଷା ନୂତନ ପ୍ରାର୍ଥିଙ୍କୁ ପସନ୍ଦ କରିବେ ବୋଲି ଆକଳନ କରାଯାଉଛି । ସେହି କ୍ରମରେ ବିଭିନ୍ନ ରାଜନୈତିକଦଳ ନିଜ ନିଜ ରଣନୀତି ବଦଳାଇ କିଛି ନୂତନ ପ୍ରାର୍ଥିଙ୍କୁ ଆଣି ପାରନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି । ଏପରିକି ରାଜ୍ୟର କିଛି ଚର୍ଚ୍ଚିତ ଚେହେରା ମଧ୍ୟ ବଲାଙ୍ଗୀର ରାଜନୀତିକୁ ପ୍ରବେଶ କରିପାରନ୍ତି ବୋଲି ଆକଳନ ଚାଲିଛି । ସେଥିରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନୀବାସୀ ଅସୀତ ତ୍ରୀପାଠୀ ଓ ପାଟଣାଗଡରେ ଜନ୍ମିତ ସୁବ୍ରତ ବାଗଚୀଙ୍କୁ ନେଇ ଚର୍ଚ୍ଚା ବଢୁଛି । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ମାଟିର ଆଏଏସ ଅସୀତ ତ୍ରୀପାଠୀ ରାଜ୍ୟସରକାରଙ୍କ ଅନେକ ପଦପଦବୀ ରହି ବର୍ତ୍ତମାନ ମୁଖ୍ୟଶାସନ ସଚିବ ରହିଛନ୍ତି । ସେ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ସଂପର୍କ ମଧ୍ୟ ଭଲ ରହିଛି । ସେହି କାରଣରୁ ତାଙ୍କର କାର୍ଯ୍ୟକାଳ ବଢିପାରେ ବୋଲି ରାଜଧାନୀରେ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଆଜି ସେଥିରେ ଜବନୀକା ପଡିଛି । ଆସନ୍ତା ଡିସେମ୍ବର ୩୧ରେ ସେ ଅବସରଗ୍ରହଣ କରୁଛନ୍ତି । ତାଙ୍କ ଅବସର ପରେ କୁଆଡେ ଏକ ଭଲ ପଦବୀରେ ସରକାର  ତାଙ୍କୁ ଥଇଥାନ କରିପାରନ୍ତି । କେତେକ ତାଙ୍କୁ ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିମ୍ବା ଏନଟିପିସିର  ଅଧ୍ୟକ୍ଷ କରାଯାଇ ପାରେ ବୋଲି କହୁଛନ୍ତି । ଏହାରି ମାଧ୍ୟମରେ ସେ ରାଜନୀତିରେ ସକ୍ରିୟ ରହିବେ ଓ ଆସନ୍ତା ୨୦୨୪ ନିର୍ବାଚନରେ ବଲାଙ୍ଗୀର ଲୋକସଭା ପ୍ରାର୍ଥି ମଧ୍ୟ ହୋଇପାରନ୍ତି । ଖୋଦ ଶାସକଦଳର  କିଛିନେତା ଯେଉଁମାନେ କଳିକେଶ ବିରୋଧି କ୍ୟାମ୍ପରେ ରହିଛନ୍ତି ସେମାନେ ଏନେଇ ଆଲୋଚନା ଯୋର ଧରାଇଛନ୍ତି । କୁଆଡେ ପୂର୍ବତନ ସାଂସଦ କଳିକେଶ ମୁଖ୍ୟମନ୍ତ୍ରୀଙ୍କର ଗୁଡବୁକରେ ନାହାଁନ୍ତି । ସେଥିପାଇଁ ଆସନ୍ତା ନିର୍ବାଚନରେ ବିକଲ୍ପ ସାଂସଦ ପ୍ରାର୍ଥି ଖୋଜା ଚାଲିଛି । ସେଥିପାଇଁ ଶାସକ ବିଜେଡିଦଳରୁ ଅସୀତ ବାବୁ ସାଂସଦ ପ୍ରାର୍ଥି ମଧ୍ୟ ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଅସୀତ ତ୍ରୀପାଠୀଙ୍କ ପରିବାର ଲୋଇସିଂହା ନିର୍ବାଚନମଣ୍ଡଳିର ଯୋଗୀସର୍ଡାର ମୂଳନୀବାସୀ ଅଟନ୍ତି । ତାଙ୍କ ପରିବାର ବର୍ଗ ଏବେ ମଧ୍ୟ ଲୋଇସିଂହା ଅଞ୍ଚଳରେ ରାଜନୀତିରେ ସକ୍ରୀୟ ଅଛନ୍ତି । ଗତ ୨୦୧୯ ମସିହାରେ ବଲାଙ୍ଗୀର ରାଜେନ୍ଦ୍ରକଲେଜର ପ୍ଲାଟିନମ ଜୁବିଲିରେ ସେ ଜଣେ ପୂର୍ବତନଛାତ୍ର ହିସାବରେ ଖୁବ ସକ୍ରୀୟ ରହିଥିଲେ । କୁଆଡେ ତାଙ୍କର ପ୍ରଚେଷ୍ଟାରେ ହିଁ ରାଜେନ୍ଦ୍ରକଲେଜ ବିଶ୍ୱବିଦ୍ୟାଳୟ ହୋଇପାରିଛି । ଏହା ସହିତ ଏହାର ଭିତ୍ତିଭୂମୀ ବଢାଇବାରେ ତାଙ୍କର ସକ୍ରୀୟ ସହଯୋଗ ରହିଛି । ଏପରିକି ପ୍ଲାଟିନମ ଜୁବୁଲିରେ ତାଙ୍କର ସକ୍ରୀୟ ଭୂମୀକାକୁ ନେଇ ବିରୋଧିଗୋଷ୍ଠୀ ଭୟଭିତ ଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା ଓ ପ୍ରତିବନ୍ଧକ ସୃଷ୍ଟି କରିଥିଲେ ମଧ୍ୟ ।  ତେଣୁ ସେମାନେ ପ୍ଲାଟିନମ ଜୁବୁଲିର ସଫଳତାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଫଳରେ ଚର୍ଚ୍ଚାରେ ରହି ଆସିଥିବା ଅସୀତ ବାବୁଙ୍କୁ ଶାସକଦଳ ରାଜନୈତିକ ବିକଲ୍ପଭାବରେ ଗ୍ରହଣ କରିପାରେ । 
          ଠିକ ସେହିପରି ସ୍କିଲ ଓଡିଶାର ମୁଖ୍ୟ ଥିବା ସୁବ୍ରତ ବାଗଚୀ ମଧ୍ୟ ରାଜ୍ୟ ତଥା ଦେଶର ଜଣେ ଚର୍ଚ୍ଚର୍ିତ ବ୍ୟକ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଜନ୍ମିତ ସୁବ୍ରତ ଜଣେ ସଫଳ ବ୍ୟକ୍ତିତ୍ୱ । ମାଇଣ୍ଡ ଟ୍ରୀ ଜରିଆରେ ସେ ଖୁବ ଚର୍ଚ୍ଚର୍ିତ ହୋଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ସ୍କିଲ ଓଡିଶାର ମୁଖ୍ୟ କରିଛନ୍ତି । ସ୍କିଲ ଓଡିଶାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରାୟ ଜିଲ୍ଲାକୁ ଗସ୍ତକରି ସରକାରଙ୍କ ଅନେକଗୁଡିଏ କାର୍ଯ୍ୟକ୍ରମକୁ ସେ ପରଖୁଛନ୍ତି । ତେବେ ଚଳିତ କରୋନା ସମୟରେ ସେ ବେଶି ପରିମାଣରେ ଚର୍ଚ୍ଚିତ ହୋଇଛନ୍ତି । ରାଜ୍ୟସରକାରଙ୍କ କରୋନା ବୁଲେଟିନକୁ ସେ ସଫଳ ଭାବରେ ଉପସ୍ଥାପନା କରି ଲୋକଙ୍କ ମନରେ ରହିଯାଇଛନ୍ତି । ସବୁଠୁ ବେଶି ଚର୍ଚ୍ଚାରେ ସେ ରହିଛନ୍ତି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଯାଚିତ ଦାନ ଦେଇ । ସେ ଓ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରାୟ ୧୦କୋଟି ଟଙ୍କାର ଦାନ ଦେଇଛନ୍ତି । କେବଳ ଏତିକି ନୁହେଁ ସେ ରିଲିଫ ପାଣ୍ଠିକୁ ଦାନ ଦେଲାବେଳେ ଏଥିରୁ ୨.୫କୋଟି ଟଙ୍କା ବଲାଙ୍ଗୀର ଜିଲ୍ଲାର କରୋନା ମୁକାବିଲାରେ ଖର୍ଚ୍ଚ କରିବାକୁ ଉଲ୍ଲେଖ କରିବା ସହିତ  ସେ ଜନ୍ମଗ୍ରହଣ କରିଥିବା ପଟଣାଗଡର ସରକାରୀ କ୍ୱାଟରର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହାକି ତାଙ୍କୁ ବଲାଙ୍ଗୀର ଜିଲ୍ଲାରେ ଅଧିକ ଚର୍ଚ୍ଚିତ କରିଛି । ସେହି କାରଣରୁ ସେ ମଧ୍ୟ ଆଗାମୀଦିନରେ ରାଜନୀତିକୁ ଆସି ପାରନ୍ତି ବୋଲି ଆଲୋଚନା ଚାଲିଛି । ଅବଶ୍ୟ ସେ କେଉଁଦଳରୁ  ପ୍ରାର୍ଥି ହେବେ କିମ୍ବା ରାଜ୍ୟସଭା ପଦବୀ ଦେଇ ତାଙ୍କୁ ଦିଲ୍ଲୀକୁ ପଠାଯାଇ ପାରେ ସେହି ପ୍ରକାର ଚର୍ଚ୍ଚା ଚାଲିଛି । ଅବଶ୍ୟ ଉଭୟେ କେହି ରାଜନୀତି ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି । କେବଳ ଲୋକମୁଖରେ ଯାହା ଆଲୋଚନା ହେଉଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like