-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
06-Feb-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ)- ଆଜି ସୋନପୁର ପୌରପରିଷଦ ତରଫରୁ ସୋନପୁର ନିଉ ଟାଉନ ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ମହାସମାରୋହରେ ପାଳନ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ନୂତନ ଜିଲ୍ଲାପାଳ ଅନ୍ୟା ଦାଶ,( ଆଇ ଏ ଏସ ) ଓ ସମ୍ମାନିତ ଅତିଥି ମୁନ୍ସିପାଲଟି ଅଧ୍ୟକ୍ଷ୍ୟା ତlମସୀ ତlମସ୍ମିତା ନାୟକ,ଶିକ୍ଷାବିତ୍ ଗବେଷକ ବ୍ରଜକିଶୋର ଦାନୀ, ପୌରପାରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଓଡ଼ିଆ ଅଧ୍ୟାପକ ଧର୍ମଶାଳା ମହାବିଦ୍ୟାଳୟ ଡ. ପୁରୁଷୋତ୍ତମ ମିଶ୍ର ଯୋଗ ଦେଇଥିଲେ |ଜିଲ୍ଲାର ବିଶିଷ୍ଟ କବି ଲେଖକ ଗବେଷକ ଗୋରେଖନାଥ ସାହୁ, ବ୍ରଜକିଶୋର ଦାନୀ,ଡ. ଜ୍ୟୋତିରଞ୍ଜନ ବହିଦାର, ଡ. ସୌରଭ ରଂଜନ ଖମାରି, ଡ.ଦେବାଶିଷ ପାଣ୍ଡିଆ, ଶ୍ରୀଧର ବାଘ, ଆର୍ତ୍ତତ୍ରାଣ ବାବୁ ପ୍ରଦ୍ୟୁମ୍ନ ସାହୁ, ସୁଦାମ ନାଏକ ରଂଜିତା ପଣ୍ଡl, ସସ୍ମିତା ମେହେରଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା | ସି ଆର ସି ସି ବ୍ରତାନନ୍ଦ ଭୋଇ ସଭାକାର୍ଯ୍ୟ ପରିଚାଳନା
କରିଥିବାବେଳେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧlନରେ ଏହି କାର୍ଯ୍ୟକ୍ରମକୁ ପରିଚଳନl କରାଯାଇଥିଲl l ଶେଷରେ ଇଂ .ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ l ଛାତ୍ରୀ ଅନୁସୂୟା ମେହେର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ପ୍ରବନ୍ଧ, ବିତର୍କ ଇତ୍ୟାଦି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପୌରପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ପୁସ୍ତକ ବଣ୍ଟନ କରାଯାଇଥିଲl l