-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
19-Dec-2020
ବଲାଙ୍ଗିର, କଣ୍ଟାବାଞ୍ଜି(ପ୍ରେରଣା ଖବର)
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିକଟରେ ଥିବା ତୁମେରଚୁଆଁ ଡାମ୍ ପାଖରେ ଏକ ହାତୀ ଛୁଆ ର ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପଇଛନ୍ତି । ଗତରାତ୍ରାରେ କଣ୍ଟାବାଞ୍ଜି ସହରରେ ଥିବା ୧୪ ନମ୍ବର ୱାର୍ଡ ମହାବୀର ରେସିଡେନ୍ସି ନିକଟରେ ୨୯ ହାତୀ ମଧ୍ୟ ରେ ୬ ଟି ଛୋଟ ଛୁଆ ଥିଲେ , ହାତୀ ପଲ ସହର ମୁହାଁ ହେଉଥିବା ସ୍ଥାନିୟ ଲୋକେ ଦେଖିବାକୁ ପାଇଥିଲେ ।ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେଇଥିଲେ । ବନ ବିଭାଗ ଅଧିକାରୀ ସଦଦେବ ବଦମାଲି ଫରେଶଟର ବିନୋଦ ବିହାରୀ ଧାରୁଆ,ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ,ଥାନା ଅଧିକାରୀ ସତ୍ୟଜିତ କାନ୍ଦେକେଲ ଓ ସ୍ଥାନୀୟ ଲୋକେ ହାତୀ ପଲକୁ ଜଙ୍ଗଲ ଆଡକୁ ମୁହାଁଇବା ନେଇ ଉଦ୍ୟମ କରିଥିଲେ ଫଳରେ ହାତୀ ପଲ କଣ୍ଟାବାଞ୍ଜି ନିକଟରେ ଥିବା ତୁମେରଚୁଆଁ ଡ୍ରାମ ରାସ୍ତା ଦେଇ ଯାଉଥିବା ବେଳେ ଡ୍ରାମ ପାଖରେ ଥିବା କାଦୁଅରେ ଫସି ଯାଇ ଏକ ହାତୀ ଛୁଆ ର ମୃତ୍ୟୁ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଜଣାଯାଇଛି । ମୃତ ହାତୀ ଛୁଆ ର ବୟସ ପାଖାପାଖି ତିନି ରୁ ଚାରିମାସ ହେବ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗୀୟ ଅଧିକାରୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଥିଲେ । ଉଦ୍ଧାର କାର୍ଯ୍ୟ ପରେ ପ୍ରାଣୀ ଚିକିତ୍ସାଳୟ ର ଡାକ୍ତର ସିଦ୍ଧାନ୍ତ କୁମାର ସେଠ ଓ ତାଙ୍କର କର୍ମଚାରୀ ଉପସ୍ଥିତ ରହି ମୃତ ଛୁଆ ର ଅସ୍ତପ୍ରଚାର କରିବା ପରେ ଛୁଆ ର ଶେଷ କ୍ରିୟା କରାଯାଇଥିଲା । ଡାକ୍ତର ଙ୍କ କହିବା ଅନୁଯାୟୀ ଛୁଆ ଟି ଚାଲି ଚାଲି ଥକି ଯାଇ ଓ କାଦୁଅରେ ଫଶି ଯାଇଥିବା ସନ୍ଦେହ ହୋଇଛି । ଅନ୍ୟ ପକ୍ଷରେ ଜଙ୍ଗଲ ଜମି ରେ ମନୁଷ୍ୟ ଜବରଦଖଲ ସହ ଜଙ୍ଗଲ କୁ କାଟି କାଟି ନଷ୍ଟ କରିବା ଘଟଣା ଅନେକ ଥର ସାମନା କୁ ଆସିଛି । ଏହା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।