-+91-9937148622 |
prerana_bgr@rediffmail.com |
Tuesday 17th September 2024 |
R.N.I. Regd No. ODIODI/2010/46693
Breaking News
04-Dec-2023
ବଲାଙ୍ଗିର (ଚିତ୍ରସେନ ବେହେରା ): ଆଜି ସକାଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ, କେଉଁ ପରିସ୍ଥିତିରେ ସଂପୃକ୍ତ ଛାତ୍ରଙ୍କ ମୃତ୍ୟୁ ଘଟିଛି, ତାହାର କାରଣ
ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ଅସଲ୍ କାରଣ ସ୍ପଷ୍ଟ ହୋଇପାରେ ବୋଲି ମତପ୍ରକାଶ ପାଇଛି । ମୃତ ଛାତ୍ରଙ୍କ ନାମ ଶ୍ରୀକାନ୍ତ ମହାନନ୍ଦିଆ(୨୫) ଓ ସେ ବୌଦ୍ଧ ଅଂଚଳର ବୋଲି ଜଣାପଡ଼ିଛି । ସେ ଭୀମଭୋଇ ମେଡ଼ିକାଲ କଲେଜ୍ରେ ଚତୁର୍ଥ ବର୍ଷ ମେଡ଼ିକାଲ୍ ପାଠ ପଢୁଥିଲେ । ହଠାତ୍ କେମିତି ଜଣେ ଡାକ୍ତରୀ ଛାତ୍ରଙ୍କ ଏଭଳି ମୃତ୍ୟୁ ଘଟିଲା, ଏହାକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।