-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
15-Nov-2023
ବଲାଙ୍ଗିର (ପ୍ରେରଣା ଖବର ): ପୁଇଁତଲା ଥାନା ଅନ୍ତର୍ଗତ ବୁବେଲ ଗାଁଠାରେ ଜମିକୁ ଚରିଦେଲା ଚକଡା... ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ.
ବଲାଙ୍ଗିର ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ | ଅଭିଯୋଗ ଆସିଛି ପୁଇଁତଲା ବ୍ଲକ ବୁବେଳ ଗାଁରୁ | ଗତକାଲି ସଂଧ୍ୟାରେ ପଚାଶ ବର୍ଷୀୟ ଚାଷୀ ରମେଶ ଭୋଇ ନିଜ ଚାଷ ଜମିରେ ବିଷ ପିଇଦେଇଥିଲେ | ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଥିଲା | ଗତକାଲି ବିଳମ୍ବିତ ରାତିରେ ଚାଷୀଙ୍କ ମୃତ୍ୟୁ ହୋଇଥିଲା | ଚକଡା ପୋକ ଯୋଗୁଁ ଧାନ ଚାଷ ନଷ୍ଟ ହେବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ରମେଶଙ୍କ ପରିବାର ଲୋକେ | ପୁଇଁତଲା ପୋଲିସ ତଦନ୍ତ ଆରମ୍ଭ କରିଛି |