-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
03-Sep-2023
ବୋଡ଼େନ(ଡୋଲେଶ୍ଵର ବାଗ ): - ଗତ ୨ ତାରିଖ ସନ୍ଧ୍ୟା ବେଳେ ବୋଡ଼େନ ଅଞ୍ଚଳର ଅନେକ ସ୍ଥାନରେ ଘଡଘଡି ସହ ବିଜୁଳି ଓ ପ୍ରବଳ ବେଗରେ ପବନ ବୋହିବା ଦ୍ଵାରା ଗଛ ଗୁଡ଼ିକ ଭାଙ୍ଗିବା ସାଙ୍ଗେ ରାସ୍ତା ଗୁଡିକରେ ଗଛ ପଡ଼ି ଯିବାଆସିବା ଓ ବିଦ୍ୟୁତ ସଂଯୋଗିକରଣରେ ବ୍ୟାଘାତ ସୃଷ୍ଟି ହେବା ଦେଖା ଦେଇଛି। ବୋଡ଼େନ ଅଗ୍ନିଶମ ବାହିନୀଙ୍କ ଦୀର୍ଘ ଛଅ ଘଣ୍ଟା ପ୍ରଚେଷ୍ଟା ବଳରେ ରାସ୍ତା ଗୁଡିକରୁ ଗଛ କାଟିବା ସହ ଲୋକଙ୍କ ଯିବାଆସିବା ବ୍ୟବସ୍ଥା ସୁଚାରୁ ରୂପେ ସଂପାଦନ କରିଛନ୍ତି ।ରାତି ୧୧ ଟା ଯାଏଁ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ୍ ବିଭାଗ ମିଳିତ ଭାବେ ପ୍ରୟାସ କରି ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଇବାରେ ବଡ଼ ସଫଳତା ଆପଣେଇଛନ୍ତି ।ଗତ ମଇ ମାସ ୨୧ ତାରିଖ ଦିନ 5ଟି ସଚିବଙ୍କ ଗସ୍ତର ପୂର୍ବ ଦିନ ଠିକ ଏହିଭଳି କାଳ ବୈଶାଖୀ ତାର ତାଣ୍ଡବ କରିଥିଲା ସମ ଭାବରେ ଏବଂ ସେତେ ବେଳେ ମଧ୍ୟ ଅଗ୍ନି ସମ ବିଭାଗ ,ବିଦ୍ୟୁତ୍ ବିଭାଗ ତଥା ବି ଡି ଓ ଙ୍କ ସହ ବୋଡ଼େନ ବ୍ଲକ ସାମ୍ବାଦିକ ସଂଗଠନର କିଛି ସାମ୍ବାଦିକ ବନ୍ଧୁ ନିଜ ନିଜ କର୍ତ୍ତବ୍ୟ ଦେଖାଇଥିଲେ ।ଗତ କାଲିର ବର୍ଷା ଚାଷୀଙ୍କ ମନରେ ଖୁସି ଆଣିବା ସହ ମାଟିକୁ ଗାଧୋଇ ବାରେ ପୂର୍ଣ୍ଣ ସହଯୋଗ କରିଛି ।