-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||     

HOME   ରାଜ୍ୟ

*ପ୍ରତି ବ୍ଲକରେ ବସଷ୍ଟାଣ୍ଡ ଘୋଷଣାକୁ ବିତିବ ତିନି ବର୍ଷ: ତିଆରି ହୋଇଛି ଲମ୍ବା ଚଉଡ଼ା ନକ୍ସା କିନ୍ତୁ ଶୂନ୍ୟରେ ଲଟକିଛି ମଡେଲ୍‌ ବସ୍‌ଷ୍ଟାଣ୍ଡ

13-Dec-2020



ଭୁବନେଶ୍ୱର,(ପ୍ରେରଣା ଖବର ବ୍ୟୁରୋ) : ତିଆରି ହେଲା ଲମ୍ବା ଚଉଡ଼ା ନକ୍ସା। ପ୍ରତିି ବ୍ଲକରେ ନିର୍ମାଣ ହେବ ଆଖିଝଲସା ବସଷ୍ଟାଣ୍ଡ। ଏଇ ବସ୍‌ଷ୍ଟାଣ୍ଡ ଭିତରେ ରହିବ ଚକାଚକ୍‌ ପ୍ରତୀକ୍ଷାଳୟ, ଅତ୍ୟାଧୁନିକ ଶୌଚାଳୟ, କମର୍ସିଆଲ୍‌ କମ୍ପେ୍ଲକ୍ସ ଆଉ ବିସ୍ତୀର୍ଣ୍ଣ ପାର୍କିଂ ଏରିଆ। ପ୍ରାୟ ୨ ଏକର ଜମିରେ ଏଭଳି ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ଘୋଷଣା କରିଥିଲେ ସରକାର।

ଉଦ୍ଦେଶ୍ୟ- ଗମନାଗମନ ବଢ଼ିବ, ସହରରୁ ଗାଁକୁ ଯୋଡ଼ି ହେବ ବସ୍‌ ସେବା । ଜିଲ୍ଲା ମୁଖ୍ୟାଳୟ ଓ ରାଜଧାନୀ ସହ ସଂଯୋଗ ହେବ ପ୍ରତି ବ୍ଲକ । କିନ୍ତୁ, କିଛି ହେଲାନି। ପ୍ରାୟ ୩ ବର୍ଷ ବିତିବାକୁ ବସିଥିବାବେଳେ କାଗଜ କଲମରେ ଅଟକିଛି ଏହି ଯୋଜନା। ଟେଣ୍ଡର ଓ ଜମି ଅଧିଗ୍ରହଣର ନାଁ ଗନ୍ଧ ନାହିଁ। ଶୂନ୍ୟରେ ଲଟକିଛି ମଡେଲ୍‌ ବସ୍‌ଷ୍ଟାଣ୍ଡ ପ୍ରକଳ୍ପ ।

ଏ ପ୍ରକଳ୍ପ ବାହାରିଥିଲା ୨୦୧୮ ଫେବ୍ରୁଆରୀ ମାସରେ। ସରକାର ଏ ନେଇ ଘୋଷଣା କରିଥିଲେ । ପ୍ରକଳ୍ପ କାର୍ଯ୍ୟକାରୀ ଦାୟିତ୍ୱ ନେଇଥିଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) । ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକଳ୍ପ ପାଇଁ ପ୍ରତ୍ୟେକ ବ୍ଲକରେ ଦେଢ଼ରୁ ୨ ଏକର ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା । ମଡେଲ୍‌ ବସଷ୍ଟାଣ୍ଡରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣ ସହ ଟିକେଟ କାଉଣ୍ଟର, ଆଲୋକିକରଣ, ଡ୍ରେନେଜ୍‌, ଶୌଚାଳୟ ଓ ପାର୍କିଂ ବ୍ୟବସ୍ଥା ଉପଲବ୍ଧ ରହିବ ବୋଲି ସ୍ଥିର ହୋଇଥିଲା। ସେତେବେଳେ ସ୍ଥିର ହୋଇଥିଲା, ଯେଉଁ ବ୍ଲକରେ ପୂର୍ବରୁ ବସଷ୍ଟାଣ୍ଡ ଅଛି, ତାହାକୁ ଆଧୁନିକୀକରଣ କରାଯିବ । ବାକି ସବୁଠି ନୂଆ ବସଷ୍ଟାଣ୍ଡ ନିର୍ମାଣ ହେବ ।

*ପ୍ରଥମ ପର୍ଯ୍ୟାୟରେ ୫୧ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥିର ହେଲା। ଏହାର ତାଲିକା ମଧ୍ୟ ପ୍ରସ୍ତୁତ କରାଗଲା। ଶୀଘ୍ର ଜମି ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ବିଭିନ୍ନ ସମୟରେ ଓଏସ୍‌ଆରଟିସି ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜମି ମାଗିଛି। ମାତ୍ର ନା ଜିଲ୍ଲା ପ୍ରଶାସନ ଆନ୍ତରିକତା ଦେଖାଇଛନ୍ତି ନା ଓଏସଆରଟିସି ଏ ପ୍ରସଙ୍ଗକୁ ଗୁରୁତର ସହ ନେଇଛି। କେବଳ ଚିଠି ଲେଖି ହାତ ଟେକିଛି ଓଏସ୍‌ଆର୍‌ଟିସି । ଏ ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲାର ସୂଚନା ଅଧିକାର କର୍ମୀ ଶଙ୍କର ପାତ୍ର ବାରମ୍ବାର ଆରଟିଆଇ ଜରିଆରେ ସରକାରଙ୍କୁ ତଥ୍ୟ ମାଗିଛନ୍ତି । ଏହି ତଥ୍ୟରୁ ଜଣାପଡ଼ିଛି, ଅଢ଼େଇ ବର୍ଷ ପରେ ମଧ୍ୟ ପ୍ରକଳ୍ପ ଇଞ୍ଚେ ଆଗେଇନି । କେବଳ ଚିଠିରେ ଚିଠିରେ ଚାଲିଛି ପ୍ରକଳ୍ପ ପ୍ରକ୍ରିୟା ।

ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ ରାଜ୍ୟ ସରକାର ଏବେ ବିଶେଷ ଧ୍ୟାନ ଦେଉଛନ୍ତି । ମାତ୍ର ପ୍ରାୟ ୩ ବର୍ଷ ତଳେ ଘୋଷଣା ହୋଇଥିବା ବ୍ଲକ ୱାରି ମଡେଲ୍‌ ବସ୍‌ଷ୍ଟାଣ୍ଡ ପାଇଁ ଏଯାଏଁ କିଛି ହୋଇପାରିନି । ଏବେ ବି ରାଜ୍ୟର ଅନେକ ଅଞ୍ଚଳ ଗମନାଗମନ କ୍ଷେତ୍ର ଏକରକମ ଅପହଞ୍ଚ ହୋଇପଡ଼ିଛି । ବସ୍‌ ସେବା ସବୁ ଅଞ୍ଚଳକୁ ଛୁଇଁପାରିନି । ବସଷ୍ଟାଣ୍ଡ ନଥିବାରୁ ବିଭିନ୍ନ ବ୍ଲକକୁ ଗମନାଗମନ ବ୍ୟବସ୍ଥା ସୁଦୃଢ଼ ହୋଇପାରୁନି । ନା ବସ ରହଣୀ ପାଇଁ ବ୍ୟବସ୍ଥା ଅଛି ନା ଯାତ୍ରୀ ପ୍ରତୀକ୍ଷା ପାଇଁ କିଛି ରହିଛି ।

ଓଏସ୍‌ଆରଟିସି କର୍ତ୍ତୃପକ୍ଷ କହିଛନ୍ତି, ଜମି ମିଳିନଥିବାରୁ ବ୍ଲକ ୱାରି ମଡେଲ୍‌ ବସଷ୍ଟାଣ୍ଡ ହୋଇପାରୁନି । ନିକଟରେ ସମସ୍ତ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରାଯାଇ ଜମି ମଗାଯାଇଛି । ଯେଉଁଠି ପ୍ରଥମେ ଜମି ମିଳିବ, ସେଠାରେ ପ୍ରଥମେ କାମ ଆଗେଇବ । ଅପରପକ୍ଷରେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନକୁ ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରିବାକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେତେକ ବୃହତ ବ୍ଲକରେ ନିର୍ମାଣ ହେବ ବସଷ୍ଟାଣ୍ଡ । ପ୍ରଥମ ପର୍ଯ୍ୟାୟରେ ଅନ୍ୟୁନ ୧୦ରୁ ୧୫ଟି ବ୍ଲକରେ କାମ ଆରମ୍ଭ ହେବ । ଏ ଦିଗରେ ମାସେ ଦୁଇମାସ ହେବ ଜୋରସୋରରେ ପ୍ରକ୍ରିୟା ଚାଲିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026

You Might Also Like