-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||     

HOME   ରାଜ୍ୟ

ଏବେ ବି କରୋନା ଯାଇଛି, ଢିଲା ଜମା ବି ମାରନି

13-Dec-2020



(ପ୍ରେରଣା ଖବର) ଭୁବନେଶ୍ୱର : ଦେଶ ତଥା ରାଜ୍ୟର କରୋନାସ୍ଥିତି କୁ ନେଇ ସଚେତନ କରାଇବା ସହ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ସଂଯୋଜକ ଡାଃ ମନୋଜ ସାହୁ । ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧ ରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକା ର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକ କେସ୍ ସାମ୍ନାକୁ ଆସୁଛି । ମୃତ୍ୟୁ ସଂଖ୍ୟା ଦୈନିକ ୩,୦୦୦ ରୁ ଅଧିକ ରହୁଛି । ତେଣୁ ଏବେ ବି ଯଦି ଦେଖିବା ଆମ ଦେଶ ଭାରତ ରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କୁ ଆସିନାହିଁ, ସଂକ୍ରମଣ ଏବେ ବି ଜାରି ରହିଛି । ଯଦି ଦେଖିବେ କର୍ଣାଟକର ଟେକ୍ନିକାଲ୍ ଆଡ଼ଭାଇଜୋରି କମିଟି କହିଛନ୍ତି ଜାନୁଆରୀ ଓ ଫେବୃଆରୀ ରେ କରୋନା ର ସେକେଣ୍ଡ ୱେଭ୍ ଆସିପାରେ କିନ୍ତୁ ଆମ ଓଡ଼ିଶା ରେ କି ଭାରତ ରେ ସେକେଣ୍ଡ୍ ୱେଭ୍ ଆସିବ କି ନାହିଁ ତାହା ନିର୍ଭର କରୁଛି ଆମ ମାନଙ୍କ ଉପରେ । ତେଣୁ ଆମମାନଙ୍କୁ ନିୟମାବଳୀ ମାନିବାକୁ ପଡ଼ିବ । ଭାରତ ରେ କିଛି ସପ୍ତାହ ମଧ୍ୟରେ ଟୀକାକରଣ ଆରମ୍ଭ ହେବ କିନ୍ତୁ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । କିନ୍ତୁ ଟୀକାକରଣ ପରେ ବି ଯେତେ ପର୍ଯ୍ୟନ୍ତ କରୋନା ବିଲୁପ୍ତ ହୋଇନାହିଁ ଆମକୁ ନିୟମ ମାନିବାକୁ ପଡ଼ିବ । ଏବେ ପର୍ବ ପର୍ବାଣୀ ଚାଲିଛି, ଆଗକୁ ନୂଆ ବର୍ଷ ଅଛି, ବଡଦିନ ଆସୁଛି, ଶୀତ ଦିନ ଆସିଛି, ଶୀତ ଦିନେ ସଂକ୍ରମଣ ବଢିବା ର ଆଶଙ୍କା ମଧ୍ୟ ଅଛି, ଶୀତ ଦିନେ ପ୍ରଦୂଷଣ ମଧ୍ଯ ବଢ଼ିପାରେ । ତେଣୁ ଏହି ସମୟରେ ଆମେ ସଜାଗ ରହିବା ଉଚିତ୍, ଅସାବଧାନତା ଅବଲମ୍ବନ କରିବା ଜମାବି ଠିକ୍ ନୁହଁ । ସାଢେ ଚାରି କୋଟି ଓଡିଶାବାସୀ ଓ ୧୧୩ କୋଟି ଭାରତବାସୀ ଏତେ ବଳିଦାନ, ତ୍ୟାଗ ପରେ ଆମେ ଯେଉଁ ଯୁଦ୍ଧ ଜିତିବା ପାଇଁ ଯାଉଛୁ, ଆମେ ଯୁଦ୍ଧ ର ଶେଷ ପର୍ଯ୍ୟାୟ ରେ କାହିଁକି ଅସବାଧନତା ରହିବୁ? ତେଣୁ ଆମେ ଏବେ ସମସ୍ତେ ସହଯୋଗ କରିବା ଦରକାର, ସମସ୍ତେ ନିୟମାବଳୀ ମାନିବା ଦରକାର । ଦେଖାଯାଉଛି କିଛି ଯୁବ ପିଢି ଭାଇ ଭଉଣୀ ମାନେ ଯେତେବେଳେ ବାହାରକୁ ଯାଉଛନ୍ତି ମାସ୍କ ପିନ୍ଧି ନାହାଁନ୍ତି, ସାମାଜିକ ଦୂରତା ମାନୁ ନାହାଁନ୍ତି, ନିୟମାବଳୀ ପାଳନ କରି ନାହାଁନ୍ତି, କିନ୍ତୁ ଏହି ସମୟରେ ସେସବୁ ମାନିବା ଆମର ଦାୟିତ୍ଵ ଓ କର୍ତ୍ତବ୍ୟ, କାରଣ ଆମେ ମାନିଲେ ଆମେ ଯୁଦ୍ଧ କୁ ଜିତିବୁ, ଆମେ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇ ରଖିବୁ । ତେଣୁ ଏହି ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡିବ, ଆମେ ଯଦି ଏତିକିବେଳେ ପୂର୍ବର ବଳିଦାନ ଓ ତ୍ୟାଗ କୁ ଭୁଲି ଯିବୁ, ଅସାବଧାନ ହେବୁ ତାହାହେଲେ ସଂକ୍ରମଣ ପୁଣି ବଢିବ । ତେଣୁ ସବୁ ନିର୍ଭର କରୁଛି ଆମ ମାନଙ୍କଉପରେ, ଏହି ସମୟ ଅବହେଳା ର ସମୟ ନୁହଁ । ତେଣୁ ମୋର ସାଢେ ଚାରି କୋଟି ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ଆମେ ଯୁଦ୍ଧ କୁ ଜିତିବାକୁ ଯାଉଛୁ, ଓଡିଶା ବହୁତ୍ ଭଲ ସ୍ଥିତି ରେ ଅଛି, ଆମେ ବହୁତ୍ ପର୍ବ ପର୍ବାଣୀ ରେ ବହୁତ୍ ନିୟମ ମାନିଛୁ ।
ଯଦି ଆମେ ଏତେ କଷ୍ଟ କରିଛୁ, ଏତେ ତ୍ୟାଗ କରିଛୁ, ଶେଷ ପର୍ଯ୍ୟାୟ ରେ ଆମେ କାହିଁକି ଅବହେଳା କରିବୁ? ଯେଉଁ ଯୁଦ୍ଧ କୁ ଆମେ ଜିତିବାକୁ ଯାଉଛୁ ପୁଣି ଆମେ କାହିଁକି କଷ୍ଟ ସହିବୁ । ଏବେ ଦେଖନ୍ତୁ ଦକ୍ଷୀଣ ଆଫ୍ରିକା ରେ ସେକେଣ୍ଡ ୱେଭ ଆରମ୍ଭ ହୋଇଗଲାଣି, ୟୁରୋପ ରେ ସଂଖ୍ୟା ବଢୁଛି, ତେବେ ଯଦି ସାମ୍ନା ରେ ଦେଖୁଛୁ ବିପଦ ଅଛି, ବିପଦ ଘନେଇ ଆସୁଛି, ଆମେ ଏତେ ଭଲ ଅବସ୍ଥା ରେ ଅଛୁ, ତେଣୁ ଯଦି ଆମେ ଉପଲବ୍ଧ କରିପାରୁଛୁ, ଏହି ସମୟରେ ଆମେ ଅବହେଳା କରିବା ଉଚିତ୍ ନୁହଁ । ଏ ସମୟରେ ଆମେ ଯଦି ଅଳ୍ପ ସଚେତନତା ଅବଲମ୍ବନ କରିବୁ, ନିୟମାବଳୀ ମାନିବୁ, ସମ୍ପୂର୍ଣ୍ଣ ଭାବେ ସରକାର ଙ୍କୁ ସହଯୋଗ କରିବୁ ତାହାହେଲେ ଆମେ ଅଳ୍ପ ଦିନରେ କରୋନା ଯୁଦ୍ଧରେ ଜିତିବୁ, କରୋନା ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବ । ଆଗରୁ ଆମ ପୃଥିବୀ ଇତିହାସ୍ ରେ ବହୁତ୍ ମହାମାରୀ ଆସିଛି, ବହୁତ୍ ମହାମାରୀ ବିଲୁପ୍ତ ହୋଇଛି, ତେଣୁ ଏହା ନିଷ୍ଠୁର ସତ୍ୟ କରୋନା ର ମଧ୍ୟ ବିଲୁପ୍ତ ହେବ । ଏ ସବୁ ନିର୍ଭର କରୁଛି ଆମ ମାନଙ୍କ ଉପରେ । ଭାକସିନ୍ ଆସିବା ପରେ ବି କରୋନା ର ବିଲୁପ୍ତ ସଙ୍ଗେ ସଙ୍ଗେ ହେବ ନାହିଁ, ଟିକାକରଣ ପରେ ବି କରୋନା ର ପ୍ରକୋପ ଓ ପ୍ରଭାବ ରହିବ । ଟୀକାକରଣ ପରେ ବି ଆମକୁ ନିୟମ ସମ୍ପୂର୍ଣ୍ଣ ଭାବେ ମାନିବାକୁ ପଡ଼ିବ । ତେଣୁ କରୋନାର ବିଲୁପ୍ତି ପର୍ଯ୍ୟନ୍ତ ଆମକୁ ସମସ୍ତ ନିୟମ କୁ ମାନିବାକୁ ପଡ଼ିବ, ନିୟମ ମାନିଲେ ଆମେ ଏ ଯୁଦ୍ଧ ଜିତିବୁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026

You Might Also Like