-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||     

HOME   ମହାନଗର

ବଲାଙ୍ଗୀର ଜିଲ୍ଲାରେ ଲେବେଳ ଥାର୍ଡ କୁ ପଦୋନ୍ନତି ପାଇଲେ ସନ୍ଦେହାନ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ

15-Jul-2023



ବଲାଙ୍ଗୀର(ମହେନ୍ଦ୍ର ଦର୍ଜି ଙ୍କ ରିପୋର୍ଟ )- ଗତ ତା.୪.୭.୨୦୨୩ ରେ ଜିଲ୍ଲା ପ୍ରମୋସନ୍ କମିଟି ଦ୍ବାରା ବଲାଙ୍ଗୀର ଜିଲ୍ଲାରେ ଥିବା ଚତୁର୍ଥ ବର୍ଗ ର ପ୍ରାଥମିକ ଶିକ୍ଷକ ମାନଙ୍କୁ ତୃତୀୟ ବର୍ଗ କୁ ପଦୋନ୍ନତି ଦିଆଯାଇଛି । ଏହି କ୍ରମରେ ସ୍ଥାନୀୟ ପୃଥିରାଜ୍ ହାଇସ୍କୁଲ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ କାଉନସେଲିଂ ହୋଇଥିଲା ।ଏହା ପୂର୍ବରୁ ପ୍ରକାଶିତ ଗ୍ରେଡେସନ୍ ତାଲିକା ରେ ସନ୍ଦେହାନ ଜାଲ ସାର୍ଟିଫିକେଟ ଧାରୀ ପ୍ରାର୍ଥୀମାନଙ୍କ ନାମ ଅନ୍ତର୍ଭୁକ୍ତ ଥିଲା ।ବିଶ୍ଵସ୍ତ ସୂତ୍ରରୁ ଜଣାପଡେ ଯେ ସଇଁତଳା ବିଇଓ ଙ୍କ ଅଧୀନରେ ଚାକିରି କରୁଥିବା କିଛି ସନ୍ଦେହ ଜାଲ ସାର୍ଟିଫିକେଟ ଧାରୀ ଙ୍କ ବିଷୟରେ ପତ୍ର ସଂଖ୍ୟା ୭୦୯ ତା. ୨୮.୩.୨୦୨୩ ରେ ଡିଇଓ ଙ୍କୁ ଅବଗତ କରାଇ ତାର ଏକ ନକଲ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ଙ୍କ ଅବଗତି ନିମନ୍ତେ ପ୍ରେରଣ କରିଥିଲେ।କିନ୍ତୁ ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିଶ ( ଡିଇଓ) ଉକ୍ତ ସୂଚନା ପ୍ରାପ୍ତ ହୋଇ ମଧ୍ୟ ସନ୍ଦେହ ତାଲିକାଭୁକ୍ତ ଶ୍ରୀଯୁକ୍ତ ବିଜୟ କୁମାର ମଲ୍ଲିକ ଙ୍କୁ କାଉନସେଲିଂ କରି ପଦୋନ୍ନତି ଦେଇଛନ୍ତି ।ରାଜ୍ୟ ଶିକ୍ଷା ବିଭାଗ ବାରମ୍ବାର ସନ୍ଦେହ ଜାଲ ସାର୍ଟିଫିକେଟ ଧାରୀ ଙ୍କ ସାର୍ଟିଫିକେଟ ର ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ଆଇନ ଅନୁଯାୟୀ ସେମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କେଉଁ କାରଣରୁ ଡିଇଓ ନିର୍ଦ୍ଦେଶକ ଙ୍କ ଆଦେଶ କୁ ଅବମାନନା କଲେ ଜଣାପଡ଼ି ନାହିଁ।ଅପରପକ୍ଷେ ସଇଁତଳା ବିଇଓ ଶିକ୍ଷା ନିର୍ଦ୍ଦେଶକ ଙ୍କ ଆଦେଶ କୁ ଗୁରୁତ୍ଵ ଦେଇ ତାଙ୍କ ଅଧୀନରେ କାର୍ଯ୍ୟରତ ତିନି ଜଣ ପ୍ରାଥମିକ ଶିକ୍ଷକ ପ୍ରତାପ କୁମାର ନନ୍ଦ,ନିରଞ୍ଜନ ମାଝୀ ଏବଂ ବିଜୟ କୁମାର ମଲ୍ଲିକ ଙ୍କୁ ସନ୍ଦେହ ପରିସରଭୁକ୍ତ କରି ଡିଇଓ ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କୁ ପତ୍ର ମାଧ୍ୟମରେ ସୂଚାଇ ଦେଇଥିବା ତାଙ୍କ ପତ୍ର ସଂଖ୍ୟା ୭୦୯ ରୁ ଜଣା ପଡ଼ିଛି।କିନ୍ତୁ ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିଶ ନିର୍ଦ୍ଦେଶକ ଙ୍କ ଆଦେଶ କୁ ଅବମାନନା କରି ବିଜୟ ମଲ୍ଲିକ ଙ୍କୁ ଚତୁର୍ଥ ବର୍ଗ ରୁ ପଦୋନ୍ନତି ଦେଇଥିବା ଜଣାପଡିଛି ।ବର୍ତ୍ତମାନ ବିଜୟ ମଲ୍ଲିକ ପଦୋନ୍ନତି ପାଇ ତୃତୀୟ ବର୍ଗ ରେ ଝରବାହାଲି ପ୍ରୋଜେକ୍ଟ ୟୁପି ସ୍କୁଲ୍ ରେ ଯୋଗ ଦେଇଛନ୍ତି । ଡିଇଓ ଙ୍କ ଏଭଳି ମେରିମର୍ଜି ଶାସନ ଜନସାଧାରଣରେ ଚର୍ଚ୍ଚା ହେଉଛି।ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଜାଣିଶୁଣି ଏପରି କାର୍ଯ୍ୟ କରିଥିବା ଲୋକେ ଆଲୋଚନା କରୁଛନ୍ତି । ଏ ସମ୍ପର୍କରେ ଜାଣିବା ପାଇଁ ଡିଇଓ ଙ୍କୁ ଯୋଗାଯୋଗ କରିବାରୁ ଶ୍ରୀଯୁକ୍ତ ବେହେରା ଫୋନ୍ ଉଠାଇ ନ ଥିଲେ ।ପ୍ରକାଶ ଥାଉ କି ଶ୍ରୀ ପ୍ରତାପ କୁମାର ନନ୍ଦ,ଶ୍ରୀ ନିରଞ୍ଜନ ମାଝୀ ଏବଂ ବିଜୟ କୁମାର ମଲ୍ଲିକ କାମରାଜ ମଦୁରାଇ ବିଶ୍ଵ ବିଦ୍ୟାଳୟ ରୁ ଉଚ୍ଚ ଶିକ୍ଷା ର ସାର୍ଟିଫିକେଟ ପ୍ରାପ୍ତ କରିଛନ୍ତି ଯାହାକି ସନ୍ଦେହର ପରିସରଭୁକ୍ତ ।ଏହି ତିନି ଜଣଙ୍କ ସାର୍ଟିଫିକେଟ ର ସତ୍ୟାସତ୍ୟ ଅନୁସନ୍ଧାନ ବିନା ସେମାନଙ୍କ ସର୍ଭିସ୍ ବୁକ୍ ରେ ରାଜ୍ୟ ବାହାରୁ ପାଇଥିବା ଶିକ୍ଷାଗତ ଯୋଗ୍ୟତା ପ୍ରଦର୍ଶିତ ହୋଇଛି ।ଗ୍ରେଡେସନ୍ ଲିଷ୍ଟ ରେ ପ୍ରତାପ ନନ୍ଦ ଏବଂ ବିଜୟ କୁମାର ମଲ୍ଲିକ ଙ୍କ ନାମ ତାଲିକାଭୁକ୍ତ ଥିବା ବେଳେ ନିରଞ୍ଜନ ମାଝୀ ଙ୍କ ନାମ ଏହି ତାଲିକାରେ ନ ଥିବା ଦେଖିବାକୁ ମିଳିଛି।ପ୍ରତାପ ନନ୍ଦ ଙ୍କ ନାମ ପ୍ରମୋସନ୍ ର ସିଲେକ୍ସନ୍ ଲିଷ୍ଟ ରେ ଥିଲା । କାଉନସେଲିଂ ସମୟରେ ଅଫିସିଆଲ୍ ମାନଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାରୁ ଡିଇଓ ଙ୍କ ନିର୍ଦ୍ଦେଶ କ୍ରମେ ସଇଁତଳା ବିଇଓ ତାଙ୍କୁ ନିଲମ୍ବନ କରିଥିବାରୁ ପ୍ରମୋସନ୍ ଲିଷ୍ଟ ରୁ ବାଦ୍ ଦିଆଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ଡିଇଓ ମହାଶୟ ଜାଣି ଅଜଣା ନୀତିରେ ଆଖିବୁଜା ସନ୍ଦେହ ଜାଲ ସାର୍ଟିଫିକେଟ ଧାରୀ ଙ୍କୁ ପଦୋନ୍ନତି ଦେଇଛନ୍ତି । ଶିକ୍ଷା ବିଭାଗ ର ଏତାଦୃଶ କାର୍ଯ୍ୟରେ ଜନସାଧାରଣ ଶଙ୍କିତ ।ବିଇଓ ସଇଁତଳା ଙ୍କ ସହ ଯୋଗାଯୋଗ କରାଯାଇଥିଲା।ସେ ଉତ୍ତରରେ ଏ ସମସ୍ତ ସାର୍ଟିଫିକେଟ ର ସତ୍ୟାସତ୍ୟ ସମ୍ପର୍କରେ ଜାଣିବା ପାଇଁ ସଂପୃକ୍ତ ବିଶ୍ଵ ବିଦ୍ୟାଳୟ କୁ ପତ୍ର ପ୍ରେରଣ କରିଥିବା କହିଥିଲେ ।ମାତ୍ର ସାର୍ଟିଫିକେଟ ର ସତ୍ୟାସତ୍ୟ ସମ୍ପର୍କିତ କୌଣସି ବିବରଣୀ ଆଜି ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟ କୁ ଆସି ନ ଥିବା କହିଥିଲେ ।ଏଠାରେ ପ୍ରଶ୍ନ ଉଠେ ଯଦି ସାର୍ଟିଫିକେଟ ର ସତ୍ୟାସତ୍ୟ ଜଣା ପଡ଼ିନାହିଁ ତାହେଲେ ସେମାନଙ୍କ ସକାଶେ ଗୋଟିଏ ଲେଖାଏଁ ପଦବୀ ସ୍ଥଗିତ  ରଖିଥିଲେ ଉଚିତ୍ ହୋଇଥାନ୍ତା ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।ମାତ୍ର ତାହା ନ କରି ଜାଣିଶୁଣି ବିଜୟ କୁମାର ମଲ୍ଲିକ ଙ୍କୁ ପଦୋନ୍ନତି ଦିଆଯାଇଛି ।ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିଶ ଧ୍ରୁବ ଚରଣ ବେହେରା ରାଜନେତା ଏବଂ ଜିଲ୍ଲାପାଳ ଙ୍କ ଛତ୍ର ଛାୟା ରେ ରହି ଏପରି ମନୋମୁଖୀ କାର୍ଯ୍ୟ କଲାପ ଚଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।ଏଣୁ ଉପରୋକ୍ତ ବିଷୟ ଉପରେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ମତ ପୋଷଣ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026

You Might Also Like