-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
05-Jun-2023
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ ପତ୍ରାପାଳି ଠାରେ ଆଜି ବନବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି l ଶିନ୍ଧୋଲ ଫରେଷ୍ଟର ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରେଞ୍ଜର ସଞ୍ଜୀବ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରିବେଶ ଦିବସ ପାଳନର ତତ୍ୱର୍ୟ ଉପରେ ବୁଝାଇଥିଲେ l ସମ୍ମାନିତ ଅତିଥି ଭାବରେ ଟିମ୍ ଲିଡର ପଦ୍ମ ଲୋଚନ ଯୋଶୀ ଯୋଗଦେଇ ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ଏବଂ ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ବୋଲି ପ୍ରକାଶ କରିଥିଲା l ଏହି ଅବସରରେ ଏକ ସଚେତନତା ରାଲି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲା l କାର୍ଯକ୍ରମରେ ବନବିଭାଗର ସମସ୍ତ କର୍ମଚାରୀ, ଜନସାଧାରଣ ଉପସ୍ଥିତି ରହିଥିଲେ l ଶେଷରେ ବନରକ୍ଷୀ ପ୍ରବୀଣ ରଥ ଧନ୍ୟବାଦ୍ ଦେଇଟିଲେ l