-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
05-Jun-2023
ଲୋଇସିଂହା/ଆଗଲପୁର, (ପ୍ରେରଣା ଖବର) ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ଝରଣିପାଲି ପଞ୍ଚାୟତ ଅନ୍ତର୍ଗତ ପଥରମୁଣ୍ଡା ଗ୍ରାମ ରେ ଗତ 3/6 ତାରିଖ ରୁ 5/6 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସମଲେଇ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଥିବା ଓ ଆଜି ଉଦଯାପିତ ହୋଇଯାଇଛି ।ପ୍ରଥମ ଦିନ ରେ କଳସ ଯାତ୍ରା ସହିତ ଶୁଭାରମ୍ଭ ହୋଇଥିଲା ଏବଂ ଏଥିରେ ମିନା ବଜାର , କଂସ ଦରବାର , ପାରାୟଣ , ପ୍ରତି ଦିନ ପ୍ରସାଦ ସେବନ ର ବ୍ୟବସ୍ଥା ସହିତ ଜୁଆଖେଳ ମଧ୍ୟ ଦେଖିବାକୁ ମିଳିଥିଲା l ମୁଖ୍ୟ ଅତିଥି ଭାବେ ବି ଜେ ଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା , ବି ଜେ ଡି ବ୍ଲକ ଯୁବ ସଭାପତି ନାରାୟଣ ସାହୁ , ସମାଜସେବୀ ସରୋଜ ମହାକୁର, ଏଗରୋ ବାଇଟେକ ଲିମିଟେଡ଼ ମେନେଜ୍ ର ରାଜୀବ ଲୋଚନ ଭୋଇ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଶ୍ରୀ ବେହେରା ହନୁମାନ ମନ୍ଦିର ପ୍ରତିଷ୍ଠା ର ଦର୍ଶନ କଳା ପରେ ବାଲେଶ୍ଵର ବାହନଗା ରେ ରେଳ ର ମର୍ମନ୍ତୁକ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଯାତ୍ରୀ ଙ୍କ ପାଇଁ 108 ଦୀପ ଗ୍ରାମ ର ମହିଳା , କର୍ମୀ ଙ୍କ ଗହନ ରେ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ପ୍ରଦୀପ ପ୍ରଜ୍ବଳନ କରି ଥିଲେ l ଏହା ସହିତ ପେଣ୍ଡାଲ ରେ ଏହି ରେଳ ଦୁର୍ଘଟଣା ପାଇଁ ଶତାଧିକ ଦର୍ଶକ, ରାବଣ ଦରବାର ର କଳାକାର , ଅତିଥି ମାନେ ସମସ୍ତେ ୨ ମିନିଟ ଛିଡ଼ାହୋଇ ନୀରବ ପ୍ରାର୍ଥନା କରି ଥିଲେ l ପଥରମୁଣ୍ଡା ଉତ୍ସବ ଆଗାମୀ ଦିନ ରେ ଲୋକ ମୟ ସହିତ ପ୍ରଗତିଶୀଲ ହେଉ ଅତିଥି ମାନେ ଆଲୋକ ପାତ କରିଥିଲେ ।ଅପର ପକ୍ଷରେ ଜୁଆ ଖେଳ ଖୁଲୁମ୍ ଖୋଲା ହେଉଥି ଲା l ଗାଇସିଲେଟ ବ୍ଲକ ର କଲନଗା ପାଲି ରୁ ଜୁଆଡି ମାନେ ଯାତ୍ରା କମିଟି ଆଣି ଖେଳାଉ ଥିଲେ l ୩ ଦିନ ପୁଲିସ କୁ ଅଭିଯୋଗ କଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ବୁଦ୍ଧିଜିବୀ ମହଲ ରେ କ୍ଷୋଭ ପ୍ରକାଶ ପାଇଛି । ଯାତ୍ରାଦେଖି ଗଲାବେଳେ ଜୁଆର ଶିକାର ହୋଇ ହଜାର ହଜାର ଟଙ୍କା ହାରି ଘରକୁ ଫେରୁଥିବା ରୁ ପରିବାର ସର୍ବହରା ହୋଇ ଅଶାନ୍ତି ଅଭିଯୋଗ ହେଉଛି l ପୋଲିସ ବାହାନ ନେଇ ଯାତ୍ରା ପାଖକୁ ଯାଇଥିଲେ ସୁଦ୍ଧା ଖୁଲୁମଖୁଲା ଜୁଆଖେଳ ଚାଲିଥିବା ସୂଚନା ରୁ ପ୍ରକାଶ l