-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
05-Jun-2023
ବଲାଙ୍ଗିର (ପ୍ରେରଣା ଖବର )
ଓଡ଼ିଶା ମିଲେଟ୍ ମିଶନ୍ ତଥା ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ଏଵଂ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ସ୍ଥାନୀୟ ଆର୍. ଏନ. ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଏକ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ପୁରୁଷ ଓ ମହିଳା ବିଭାଗ ରୁ ସର୍ବମୋଟ୍ ୬୭ ଜଣ ପିଲା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ,ମୁଖ୍ୟ ଅତିଥି ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତୀ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଓଡ଼ିଶା ମିଲେଟ୍ ମିଶନ୍ ର ପ୍ରକଳ୍ପ ଅଧିକାରୀ ସୁନନ୍ଦା ସାହୁ ଯୋଗ ଦେଇ ମାଣ୍ଡିଆ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ହୋଇ ଥିବାରୁ ଖେଳାଳିଙ୍କ ସମେତ ସମସ୍ତଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଲନ୍ ବଲ୍ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଖେଳର ଉପାଦେୟତା ବିଷୟରେ ସୂଚନା ଦେବା ସହ ଭବିଷ୍ୟତ ରେ ବଲାଙ୍ଗିର ଜିଲ୍ଲା ଆହୁରି କେମିତି ସୁନାମ ଅର୍ଜନ କରିବ, ସେ ବିଷୟରେ ମତ ପ୍ରକାଶ କରିଥିଲେ । ଏଥିରେ ମିଲେଟ୍ ମିଶନ୍ ର ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ। ସ୍ଥାନୀୟ କଲେଜଛକ ସ୍ଥିତ ଆମର୍ ମିଲେଟ୍ ର ତ୍ରିରଙ୍ଗା ସ୍ଵୟଂ ସହାୟକ ଗୋଷ୍ଠୀ ର ସହାୟତାରେ ପ୍ରତିଯୋଗୀ ମାନଙ୍କୁ ମିଲେଟ୍ ଟିଫିନ୍ ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କୋଚ୍ ବୁଦ୍ଧିରାଜ ବିଶ୍ଵାଳ, ପୁରନ୍ଦର ସେଠ୍, ସତ୍ୟନାରାୟଣ ପଟେଲ୍, ସୁଦର୍ଶନ ସେଠ୍, କ୍ଷିତେଶ୍ୱର ବିଶ୍ଵାଳ ଯୋଗଦେଇ ଖେଳ ପରିଚାଳନା ରେ ସହଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲା ସଂଯୋଜକ ସମିଧା ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର ଏହି ପ୍ରତିଯୋଗିତାରେ ଲନ୍ ବଲ୍ ଖେଳ ପ୍ରତି ପ୍ରତିଯୋଗୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।