-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
05-Jun-2023
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା): ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଲି ଶରୀକ୍ଷେତ୍ର ଠାରେ ଆକି ଚତୁର୍ଦ୍ଧାମୁର୍ତ୍ତିଙ୍କ ପାରମ୍ପରିକ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭୋେ ସକାଲୁ ନିର୍ଦ୍ଧାରିତ ନୀତି କାନ୍ତୀ କରାଯାଇ ଧାଡି ପହଣ୍ଡିରେ ଶ୍ରୀଜିଉ ମାନଙ୍କୁ ସ୍ନା ବେଦୀକୁ ଅଣାଯାଇଥିଲା । ସେଠାରେ ମଙ୍ଗଲା ରୋପଣ, ପୂଜାନିତୀ ପରେ ନୂତନ ଭାବରେ ଖୋଲାଇଯାଇଥିବା କୂଅରୁ ୧୦୮ ଗରା ପୁର୍ଣ୍ଣଜଳ ଅଣାଯାଇ ଚୂଆ ଚନ୍ଦନ, କେଶର ଆଦି ମିଶ୍ରିତ କରି ଯଥାକ୍ରମେ ଜଗନ୍ନାଥଙ୍କୁ ୩୫ଗରା, ବଲଭଦ୍ରଙ୍କୁ ୩୩ଗରା, ସୁଭଦ୍ରା ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ଜଳରେର ସ୍ନାନ କରାଯାଇଥିଲା । ପରେ ଗଜାନନ ବେଶରେ ଠାକୁର ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ବିଶେଷକରି ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଲ ବିମଲେନ୍ଦୁ ରାୟଙ୍କ ସମେତ ଜିଲ୍ଲା ପରିଷଦ ସିଇଓ ନିହାର ରଂଜନ ଜହଁର, ବିଡିଓ କରିସ୍ମା ବେସ୍ରା ପ୍ରମୁଖ ଯୋଗଦେଇ ଠାକୁରଙ୍କୁ ଦର୍ଶନ କରିଥିଲେ । ପଜାନିତିରେ ପଣ୍ଡିତ ବିଶେଶ୍ୱର ପାଢୀ, ଦେବାର୍ଚନ ଦାସ, ଗୁଣାକର ପଣ୍ଡା, ଶ୍ରୀରାମ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।