-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

ଶୀତଳ​ଷଷ୍ଠୀ ପାଇଁ ରାଜ୍ୟ ସରକାର ଦେଲେ ସ୍ବତନ୍ତ୍ର ଅନୁଦାନ I

21-May-2023



ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ )ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଏଥର ରାଜ୍ୟ ସରକାର ହାତଖୋଲା ଅନୁଦାନ ଦେଇଛନ୍ତି I ଫଳରେ ଦେବୋତ୍ତର ବିଭାଗର ଆଭିମୁଖ୍ୟରେ ଅସନ୍ତୁଷ୍ଟ ଥିବା ଯାତ୍ରା କମିଟିମାନେ ସ୍ବତନ୍ତ୍ର ଅନୁଦାନ ପାଇ ଉତ୍ସାହିତ ହୋଇଥିବାବେଳେ ସମ୍ବଲପୁରବାସୀ ବି ଆନନ୍ଦ ବ୍ୟକ୍ତ କରିଛନ୍ତି I ତେବେ ସ୍ବତନ୍ତ୍ର ଅନୁଦାନରୁ ବଞ୍ଚିତ ହୋଇଥିବା ଯାତ୍ରା କମିଟିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶୁକ୍ରବାର ରାଜ୍ୟ ସରକାର ତିନି ପୁରାତନ ଓ ବୃହତ୍‌ ଯାତ୍ରା କମିଟି ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ାକୁ ନେଇ ଗଠିତ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତିକୁ ୩୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି। ଏହି ଅନୁଦାନ ରାଶି ମିଳିତ ସମନ୍ବୟ ସମିତିର ବ୍ୟାଙ୍କ ଖାତାରେ ଜମା ହୋଇଛି। ଏହାଛଡ଼ା ୭ଟି ଅନ୍ୟ ଯାତ୍ରା କମିଟି ବାଲିବନ୍ଧା, ଦୁର୍ଗାପାଲି, କୁମ୍ଭାରପଡା, କୁଳୁଥକାନି, ଶଙ୍କରମଠ ଭତରା, ସିନ୍ଦୁରପଙ୍କ ଓ ବୁର୍ଲାକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। ଅପରପକ୍ଷରେ ଆଉ ୨ଟି ପ୍ରମୁଖ ଯାତ୍ରା କମିଟି ବଡ଼ବଜାର ଓ ଠାକୁରପଡ଼ାକୁ ଏଯାଏଁ ଅନୁଦାନ ମିଳି ନାହିଁ। ସେହିପରି ବୁଢ଼ାରଜା, ସାକ୍ଷୀପଡ଼ା ଭଳି ଆଉ କିଛି ଯାତ୍ରା କମିଟି ଅନୁଦାନରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସ୍ବତନ୍ତ୍ର ଅନୁଦାନ ମିଳି ନଥିବା ବଡ଼ବଜାର କମିଟି ସଂପାଦକ ସରୋଜ ସାହୁ ଏବଂ ଠାକୁରପଡ଼ା କମିଟି ସଭାପତି ଶିବ ପ୍ରଧାନ କହିଛନ୍ତି। ତେବେ ସେମାନେ ସାମାନ୍ୟ ବିଳମ୍ବରେ ଆବେଦନ କରିଥିବାରୁ ପ୍ରସ୍ତାବ ବିଚାରାଧୀନ ରହିଛି ଓ ଶୀଘ୍ର ଅନୁଦାନ ଘୋଷଣା ହେବ ବୋଲି ଜଣାଯାଇଛି । ଆଉ କେତେକ କମିଟି ଆବେଦନ କରି ନଥିବାରୁ ଅନୁଦାନରୁ ବାଦ ପଡ଼ିଛନ୍ତି। ଶୁକ୍ରବାର ସଂଧ୍ୟାରେ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତିର ଏକ ବୈଠକରେ ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ାର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ପ୍ରଥମଥର ପାଇଁ ୩୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଶୀତଳଷଷ୍ଠୀ ଯାତ୍ରା ପ୍ୟାକେଜ୍ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ମିିଳିତ ସମନ୍ବୟ ସମିତିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ଝାଡ଼ୁଆପଡ଼ା କମିଟି ସଭାପତି ସରୋଜ ଦଲପତ, ନନ୍ଦପଡ଼ା କମିଟି ସଭାପତି ପ୍ରଶାନ୍ତ ବରେଇ ଏବଂ ମୁଦିପଡ଼ା କମିଟି ସଭାପତି ଜଗଦୀଶ ପଣ୍ଡା ଏକ ପ୍ରେସ୍ ବିବୃତି ଜରିଆରେ କୃତଜ୍ଞତା ଜଣାଇବା ସହ ଶୀତଳଷଷ୍ଠୀ ଭଳି ପ୍ରାଚୀନ ସାଂସ୍କୃତି ଯାତ୍ରାକୁ ପ୍ରୋତ୍ସାହିତ କରିବା ଦିଗରେ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ ଓ ପ୍ରଶଂସା କରାଯାଇଛି। ଅପରପକ୍ଷରେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପାଇଥିବା ୭ଟି ଯାତ୍ରା କମିଟିର କର୍ମକର୍ତ୍ତାମାନେ ସମଲେଶ୍ୱରୀ ମନ୍ଦିର ମଣ୍ଡପରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କୁ ଅନୁଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇବା ସହ ସେଠାରେ ଉପସ୍ଥିତ କାଳିଆ ଯୋଜନା ଓ କୃଷି ସଶକ୍ତୀକରଣ ଉପଦେଷ୍ଟା ସଞ୍ଜୟ ବାବୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ଶୀତଳଷଷ୍ଠୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା