-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ହସ୍ପିଟାଲରେ ଡକ୍ଟର ଖାଲି, ଗାଁ ଗାଁ ରେ କ୍ବାକ୍ ଓ ଗୁଣିଆରାଜ

21-May-2023



ବଙ୍ଗୋମୁଣ୍ଡା/ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ): ଏବେ ମୋ ସରକାରକୁ ନେଇ ସବୁଠି ଚର୍ଚ୍ଚା। ରାଜ୍ଯ ସରକାରଙ୍କ ସ୍କାନରରେ ଥାନା ଆଉ ଡାକ୍ତରଖାନା । ୫ ଟି ଯୋଜନାରେ ସଚିବ ଓ ଅଧିକାରୀମାନେ ବିଭିନ୍ନ ସ୍ଥାନର ହସ୍ପିଟାଲ ବୁଲି ତଦାରଖ କରୁଛନ୍ତି। ଟିକିଏ ଭୁଲଭଟକା ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ। କିନ୍ତୁ ବଲାଙ୍ଗୀର ଜିଲ୍ଲାର ସମଗ୍ର ବଙ୍ଗୋମୁଣ୍ଡା ବ୍ଲକର ହାଲଚାଲ ଦେଖିଲେ ଜଣାପଡେ ସ୍ବାସ୍ଥ୍ୟ ବିଭାଗର ଅସ୍ବାସ୍ଥ୍ୟକର କାହାଣୀ।

ବଙ୍ଗୋମୁଣ୍ଡା ବ୍ଲକର ୨୬ ଗୋଟି ପଞ୍ଚାୟତ ତଥା ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡା ଜିଲ୍ଲାର ସୀମାନ୍ତ ଅଞ୍ଚଳର ମୁଖ୍ଯ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସିନ୍ଧେକେଲାରେ ରହିଛି। ତଥା ସିନ୍ଧେକେଲା ମୁଖ୍ଯ ରାସ୍ତା ଦେଇ ୪୨ ନମ୍ବର ରାଜ୍ଯ ରାଜପଥ ଥିବାବେଳେ ସିନ୍ଧେକେଲାରୁ ଅନତି ଦୁରରେ ଭବାନୀପାଟଣା - ରାୟପୁର ୧୬ ନମ୍ବର ବ୍ୟସ୍ତବହୁଳ ରାଜ୍ଯ ରାଜପଥ ଯାଇଛି। ଫଳରେ ଏହି ହସ୍ପିଟାଲ ହିଁ କୌଣସି ଜରୁରୀକାଳୀନ ପରିସ୍ଥିତି ତଥା ସୁଃଖଦୁଃଖର ଭରସା ପାଲଟିଛି । କିନ୍ତୁ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଡାକ୍ତର ଅଭାବ। ତେଣୁ ଗାଁ ଗହଳିରେ ଏବେ କ୍ବାକ୍ ଓ  ଗୁଣିଆଙ୍କ ଦବଦବା। ଆଗରୁ ଏବଂ ଏବେବି ସିନ୍ଧେକେଲା ଅଞ୍ଚଳର ଅନେକ ଗାଁ ରେ ଝଡ଼ାଫୁଙ୍କା ର ଚିକିତ୍ସା ହୁଏ। ଆଗରୁ ଆମେ ଦେଖିସାରିଛୁ ଗୁଣି ଗାରେଡିର ଅନେକ ଚିତ୍ର ସାମ୍ନାକୁ ଆସିଛି। ନିକଟରେ ଖୋଦ ଜିଲ୍ଲା ସଦର ମହକୁମାର ଭୀମ ଭୋଇ ମେଡିକାଲ କଲେଜରେ ସାପ କାମୁଡିଥିବା ଜଣେ ମୃତ ବ୍ଯକ୍ତିଙ୍କୁ ବଞ୍ଚାଇବାକୁ ଗୁଣିଆ ଆସି ବ୍ଯବଛେଦ ଗୃହରେ ଝଡ଼ାଫୁଙ୍କା କରିଥିଲା। ସେହି ସମୟରେ ସେହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। 

ଏବେ ସିନ୍ଧେକେଲା ହସ୍ପିଟାଲରେ ଡାକ୍ତର ଅଭାବ।  ଜଣେ ମାତ୍ର ନିୟମିତ ଏମବିବିଏସ ଡାକ୍ତରରେ ହସ୍ପିଟାଲ ଚାଲିଛି ଗର୍ଭବତୀ ମହିଳା, ଶିଶୁ ରୋଗୀ, ଅସ୍ଥିଶଲ୍ୟ, ମେଡିସିନ କୌଣସି ବି ରୋଗୀ ପାଇଁ ପୁରା ବଙ୍ଗୋମୁଣ୍ଡା ବ୍ଲକରେ ହସ୍ପିଟାଲ ପହଞ୍ଚିଲେ ଡାକ୍ତର ହିଁ ନାହାନ୍ତି।  ବଙ୍ଗୋମୁଣ୍ଡା ବ୍ଲକର ମୁଖ୍ଯ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସିନ୍ଧେକେଲାରେ ଥିବା ବେଳେ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ବଙ୍ଗୋମୁଣ୍ଡା, ଭାଲୁମୁଣ୍ଡା, ଚୁଳିଫୁଙ୍କା, ବେଲପଡା, ଜାମଖୁଣ୍ଟାକୁ ନେଇ ୫ ଟି ପିଏଚସି ଥିବାବେଲେ ୧୬ ଟି ସବସେଣ୍ଟର ରହିଛି ତା ମଧ୍ୟରୁ ୧୦ ଗୋଟି ସବସେଣ୍ଟରକୁ ଏଚଡବ୍ଲୁସି ଘୋଷଣା କରାଯାଇ ସେହି ସେଣ୍ଟର ମାନଙ୍କରେ ସିଏଚଓ ପୋଷ୍ଟିଂ ହୋଇଛନ୍ତି ସେମାନେ ଆଉଟଡୋରରେ ରୋଗୀ ଦେଖୁଛନ୍ତି। କିନ୍ତୁ ଏ ସବୁଥିରେ ଡାକ୍ତର ଓ ଷ୍ଟାଫ କହିବାକୁ ଗଲେ ଜାମଖୁଣ୍ଟା ପିଏଚସି ର ଏମବିବିଏସ ଡାକ୍ତର ଜୟନ୍ତ ବାଗ ଟ୍ରେନିଂ ଯାଇଛନ୍ତି ଆୟୁଷ ଡାକ୍ତର ପୋଷ୍ଟିଂ ହୋଇନାହିଁ। ଭାଲୁମୁଣ୍ଡାରେ ଏମବିବିଏସ ଡାକ୍ତର କେ.କେ ଖୁଆସ ଅଛନ୍ତି ଆୟୁସ ଡାକ୍ତର ପୋଷ୍ଟିଂ ହୋଇନାହିଁ। ବଙ୍ଗୋମୁଣ୍ଡା ଓ ଚୁଳିଫୁଙ୍କାରେ ଉଭୟ ଏମବିବିଏସ ଓ ଆୟୁଷ ଡାକ୍ତର ଅଛନ୍ତି। ବେଳପଡାରେ ଆୟୁଷ ଡାକ୍ତର ବିଶ୍ବମ୍ବର ମେହେର ଥିବାବେଳେ ଏମବିବିଏସ ଡାକ୍ତର ନାହାନ୍ତି।

ନିୟମ ଅନୁଯାୟୀ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୯ ଜଣ ଡାକ୍ତର ରହିବା କଥା । ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଥାଇ ମଧ୍ଯ ପ୍ରତିଦିନ ୧୨୦ ରୁ ୧୫୦ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ବିଗତ ଦିନରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଥିବାବେଳେ ଗୋଟିଏ ବର୍ଷରେ ପ୍ରାୟ ୧ ହଜାର ୮ ଜଣ ମହିଳାଙ୍କ ଡେଲିଭରି ହୋଇପାରିଥିଲା ଏହି ସ୍ବାସ୍ଥ୍ୟକେନ୍ଦ୍ର ରେ। ଏଥିରୁ ସ୍ପଷ୍ଟ ଯେ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କେତେ ଭରସା ରଖିଛନ୍ତି ଅଞ୍ଚଳର ଲୋକେ। 
ତଥାପି ବର୍ତ୍ତମାନ ସମୟରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଜଣେ ନିୟମିତ ଏମବିବିଏସ ଡାକ୍ତର ଜଣେ ଡେପୁଟେସନରେ ଥିବା ଏମବିବିଏସ୍ ଡାକ୍ତର ଓ ୨ଜଣ କଣ୍ଟ୍ରାକ୍ଚୁଆଲ ଡାକ୍ତରଙ୍କ ଭରସାରେ ଚାଳିଛି। ହେଲେ ସିନ୍ଧେକେଲା ହସ୍ପିଟାଲରେ ଡାକ୍ତର ଅଭାବରୁ ଏବେ ଏହା ଏକ ରେଫରାଲ ସେଣ୍ଟର ହୋଇଛି। ତେଣୁ ନାମକୁମାତ୍ର ସ୍ବାସ୍ଥ୍ୟସେବା ମିଳୁଥିବାରୁ ଜ୍ବର ହେଉକି ଆଉକିଛି ଲୋକେ ଗାଁ ମାନଙ୍କରେ କ୍ବାକ୍ ହେଉକି ଗୁଣିଆକୁ ଡାକୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା