-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
17-May-2023
ପାଟଣାଗଡ(ପୂର୍ଣ୍ଣ ଶଶୀ ଶେଖର ରାଓ ): ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଘସିଏନ୍ ସୁରାଜ ହାଇସ୍କୁଲ ରେ ଆଜି କିଟ୍ କିସ୍ ପ୍ରତିଷ୍ଠାତା ଡ଼଼.ଅଚ୍ୟୁତ ସାମନ୍ତଙ୍କ ଆନୁକୂଲ୍ଯରେ ଅନ୍ତର୍ଜାତିୟ ଆର୍ଟ ଅଫ୍ ଗିଭିଙ୍ଗ ଡେ ପାଲିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ
ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀ , ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୋକ୍ତା ,ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ,ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝି, ଏଡ଼ ଭୋକେଟ୍ ଦର୍ପଗଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସ୍କୁଲର ଛାତ୍ରଛାତ୍ରୀଙ୍କୁ ବହି,ଖାତା,କଲମ ପ୍ରଦାନ କରାଯାଇଥିବା ବେଳେ ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଛତା ପାଣି ବୋତଲ ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଟ୍ରଫି ଦେଇ ସମ୍ମାନିତ କରାଯାଇଅଛି ।