-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଅପରାଧ

ଅଭୟକାନ୍ତ ଙ୍କ ସହ ରେଞ୍ଜ ଅଧିକାରୀ ଙ୍କ ଲିଙ୍କ ନେଇ ତଦନ୍ତ ଜାରି ରହିଥିବା ସୂଚନା

08-Dec-2020



ବଲାଙ୍ଗୀର, (ପ୍ରେରଣା ଖବର ବ୍ୟୁରୋ) : ସାରା ରାଜ୍ୟରେ କୁବେର ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତଙ୍କ ଅମାପ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବଲାଙ୍ଗୀରରେ ବି ବନ ବିଭାଗର ଜଣେ ବଡ଼ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଦୁର୍ନୀତି ନେଇ ବି ଅନେକ ଅଭିଯୋଗ ପୂର୍ବରୁ ଥିଲା । ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଟିଟିଲାଗଡ଼ ହାଟପଦାପଡ଼ାସ୍ଥିତ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ ।

ଚଢ଼ଉରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ଭିଜିଲାନ୍ସ ପାଇଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗୀର ଡି ଏଫ ଓ ତଥା ଫରେଷ୍ଟ ଗାର୍ଡ ରୁ ଫରେଷ୍ଟର ପାଲଟି ଥିବା  ଓ ଜାଲ କାଗଜପତ୍ର ରେ ନିଯୁକ୍ତ ଥିବା ନବୀନ ଦାସ ଏହି ବେଆଇନ କାରବାର ରେ ସକ୍ରିୟ ଥିବା ନେଇ ତଦନ୍ତ ଚାଲିଥିବା ଜଣାଯାଇଛି। ଉକ୍ତ ଅଭୟକାନ୍ତ ସହ ବଲାଙ୍ଗୀର ଡି ଏଫ ଓ ତଥା ଫରେଷ୍ଟର ନବୀନ ଦାସ ଙ୍କ ସହ ଲିଙ୍କ ରହିଥିବା ସୂଚନା ମିଳିଛି।

 ରେଞ୍ଜର ଶ୍ରୀ ନାୟକଙ୍କ ଟିଟିଲାଗଡ଼ ଘର (୭୨ଲକ୍ଷ), ଫାର୍ମହାଉସରେ ସେ କରିଥିବା ଘର (୨୬ଲକ୍ଷ), ପ୍ରାୟ ୪୨୦ ଗ୍ରାମ ସୁନାଗହଣା, ନଗଦ ୨ଲକ୍ଷ ୬୯ ହଜାର ଟଙ୍କା, ଗୋଟିଏ ବଲେରୋ, ଗୋଟିଏ ମହିନ୍ଦ୍ରା ଟିୟୁଭି, ପଲସର ବାଇକ, ଏଲ୍‌ଆଇସିରେ ଜମା କରିଥିବା ୧୨ଲକ୍ଷ, ୪ଟି ପ୍ଲଟ ଆଦି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଲତାଡ଼ ଭିଜିଲାନ୍ସ କରୁଛି । ସେ କେତେ ଟଙ୍କା ଜମା ରଖିଛନ୍ତି ତାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍‌ । ପ୍ରାୟ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ତାଙ୍କର ଥିବା ଅନୁମାନ କରାଯାଉଛି । ଭିଜିଲାନ୍ସ ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟରେ ଫାଇଲପତ୍ର ସବୁକୁ ଛାନଭିନ କରିବା ସହ କିଛି କାଗଜପତ୍ର ଜବତ କରିଛି । ଏହାସହ ତାଙ୍କ ଟିଟିଲାଗଡ଼ ବାସଭବନରୁ ଅନେକ କିଛି କାଗଜପତ୍ର ଜବତ ହୋଇଛି ।
ସୂଚନାଯୋଗ୍ୟ,ନବୀକରଣ ଦାୟିତ୍ୱରେ ଥିଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ । ତାଙ୍କ ସମୟରେ ୨୦୨୦-୨୧ ବର୍ଷ ପାଇଁ ୭୨୬ କୋଟି ଟଙ୍କା ଅର୍ଥ ବରାଦ ହୋଇଥିଲା । ହେଲେ ଏ ଟଙ୍କା ଜିଲ୍ଲା ସ୍ତରରେ କେମିତି ଖର୍ଚ୍ଚ ହୋଇଛି ଦେଖିଲେ ଜଣାପଡୁଛି କେବଳ କାଗଜପତ୍ରରେ କରାଯାଇଛି ବନୀକରଣ । ବନୀକରଣରେ ମହାଦୁର୍ନୀତି କରାଯାଇଛି । ମୁରିବାହାଲ ରେଞ୍ଜ ସଦର ମହକୁମାରୁ ଅଳ୍ପ ଦୂରରେ ରହିଛି ଘୁଷୁରାମୁଣ୍ଡା ଗ୍ରାମ୍ୟ ଜଙ୍ଗଲ । ସେହି ଜଙ୍ଗଲରେ ଚଳିତ ବର୍ଷ ବନୀକରଣ କାମ ହାତକୁ ନିଆଯାଇଛି । ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କାମକୁ ଦେଖିଲେ ସବୁ କିଛି କାଗଜପତ୍ରରେ କରାଯାଇ ଅର୍ଥ ହରିଲୁଟ ଚାଲିଛି । ଅଧିକାଂଶ ସ୍ଥାନରେ ଗଛ ମରିଯାଉଥିବା ବେଳେ ଆଉ କେଉଁଠି ଚିହ୍ନବର୍ଣ୍ଣ ନାହିଁ । ମୁରିବାହାଲରୁ ବାରବନ୍ଧ ରାସ୍ତାରେ ଲାଗିଥିବା ଫଳକରୁ ଜଣାଯାଏ, ୨୦୨୦-୨୧ ବର୍ଷରେ ବନବିଭାଗ ପକ୍ଷରୁ ମନରେଗାରେ ଏଏନ୍‌ଆର୍‌ ବନୀକରଣ କାମ ହୋଇଛି । ପ୍ରକଳ୍ପ ଅଟକଳର ପରିମାଣ ୧୪ଲକ୍ଷ ୬୦ହଜାର ୯୯୮ । ଗତ ୧୫.୩.୨୦୨୦ରୁ କାମ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୩ ପର୍ଯ୍ୟନ୍ତ କାମ ସରିବ । ୪୩୦୫ଟି ଶ୍ରମ ଦିବସ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରହିଛି । ଫଳକରୁ ଜଣାଯାଇଛି ୪୦ ହେକ୍ଟର ଜମିରେ ଗଛ ଲଗାଯାଇଛି । ଏବେ ରକ୍ଷଣାବେକ୍ଷଣ ୨୦୨୩ ଯାଏ ଚାଲିବ । ବନୀକରଣରେ ଯେତେ ଗଛ ଲଗାଯିବା କଥା ତାହା ଲାଗିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏପରିକି ଫଳକ ପାଖରେ କିଛି ଗଛ ଲଗାଯାଇ ଭିତରକୁ ଗଲେ ସବୁ ଫମ୍ଫା । ଯାହା ଲାଗିଛି ତାହାକୁ ବି ଠିକରେ ରକ୍ଷଣାବେକ୍ଷଣ କରାଯାଉ ନାହିଁ । ଗଛ ଲଗାଇ ରକ୍ଷଣାବେକ୍ଷଣ ନାଁରେ ବି ଟଙ୍କା ହରିଲୁଟ ଚାଲିଛି ।

ସେହିପରି ମୁରିବାହାଲରୁ ଗୁଡ଼ିଘାଟ ମୁଖ୍ୟ ରାସ୍ତାର ଘୁଷୁରାମୁଣ୍ଡା ଗାଁକୁ ଲାଗି ରହିଥିବା ଜଙ୍ଗଲରେ ବନୀକରଣ ଚଳିତ ବର୍ଷ କରାଯାଇଛି । ପ୍ରକଳ୍ପ ପାଇଁ ୨୫ଲକ୍ଷ ୫୩ହଜାର ୬୦୩ ଟଙ୍କା ଅଟକଳ ରଖାଯାଇ ବନୀକରଣ ହୋଇଛି । ଚାରିଆଡ଼େ ବାଉଁଶ ଘେରା ଦିଆଯାଇଥିବା ବେଳେ ଯେତେ ସଂଖ୍ୟାରେ ଗଛ ଲାଗିବା କଥା ତାହା ଲଗାଯାଇନି । ଅଧାରୁ କମ ସଂଖ୍ୟକ ଗଛ ଲାଗିଥିବା ଓ ତାହା ପୁଣି ଠିକ୍‌ରେ ରକ୍ଷଣାବେକ୍ଷଣ ହେଉନଥିବା ପଚରାଉଚୁରାରୁ ଜଣାପଡ଼ିଥିଲା । ମୁରିବାହାଲ ବ୍ଲକ୍‌ ତଥା ରେଞ୍ଜ ଅଞ୍ଚଳ ଜଙ୍ଗଲ ବିଭାଗ ପକ୍ଷରୁ ଚଳିତ ବର୍ଷ କୋଟିକୋଟି ଟଙ୍କା ବନୀକରଣରେ ଖର୍ଚ୍ଚ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like