-+91-9937148622 |
prerana_bgr@rediffmail.com |
Tuesday 2nd June 2026 |
R.N.I. Regd No. ODIODI/2010/46693
Breaking News
19-Apr-2023
ବଲାଙ୍ଗିର(ପ୍ରେରଣା ଖବର ): ପଙ୍ଖା ସଜାଡ଼ିବାକୁ ଯାଇ ଚଳନ୍ତା ପଙ୍ଖା ସଂସ୍ପର୍ଶରେ ଆସି ଇଲେକ୍ଟ୍ରିସିଆନ ଗୁରୁତର l ଏପରି କିଛି ଦୁଃଖଦ ଘଟଣା ଘଟିଛି ଚୁଡାପାଲି ଗାଁ ରେ l
ସୂଚନାରୁ ପ୍ରକାଶ ଯେ ,ଆଜି ସକାଳେ ବଲାଙ୍ଗିର ସଦର ବ୍ଲକ ଚୁଡପାଲି ଗାଁ ର ମକାରୁ ମହାନନ୍ଦ (୫୨)ନାମକ ଜଣେ ଇଲେକ୍ଟ୍ରିସିଆନ ଘର ର ଇଲେକ୍ଟ୍ରି କାମ କରୁଥିବା ସମୟରେ ଅସାବଧାନତାବଶତଃ ଚଳନ୍ତା ସିଲିଂ ପଙ୍ଖା ମକାରୁ ଙ୍କ ମୁଣ୍ଡ ରେ ଆଘାତ ହୋଇଥିଲା ଏଥିରେ ମକାରୁ ଗୁରୁତର ଭାବେ ଆହତ ହୋଇଛନ୍ତି l ଗୁରୁତର ଅବସ୍ଥାରେ ମକାରୁ ଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି l