-+91-9937148622 |
prerana_bgr@rediffmail.com |
Tuesday 2nd June 2026 |
R.N.I. Regd No. ODIODI/2010/46693
Breaking News
18-Apr-2023
ବିନିକା(ହିମାଂଶୁ ଶେଖର ପୁଟେଲ): ନିକଟରେ ବରଗଡ଼ ଠାରେ ଅଗ୍ରଗାମୀ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ କଳସହନା ସାହିତ୍ୟ ସମାରୋହ ଓ କବି ସମ୍ବିଲାନୀ ରେ ବିନିକା ବ୍ଲକ ସିନ୍ଦୂର ପୁର ଗ୍ରାମର ଶିକ୍ଷକ ଦେବଦତ୍ତ ପଣ୍ଡା କଲାଦହାନା ସାରସ୍ଵତ ସମ୍ମାନ ରେ ସମ୍ମାନିତ ହୋଇଥିବାରୁ ଅଞ୍ଚଳର କବି,ଲେଖକ ମହଲରେ ଖୁସିର ଲହରୀ ଖେଳିଯାଇଛି ।ସୂଚନା ଯୋଗ୍ୟ ଯେ ଶ୍ରୀ ପଣ୍ଡାଙ୍କ ରଚିତ ବିଭିନ୍ନ ପ୍ରକାର ସମାଜ ସଂସ୍କାର ଧର୍ମୀ କବିତା ଗୁଡ଼ିକ ଅନୁଷ୍ଠାନ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି ।ଏହି ଅବସରରେ ସମାଜସେବୀ ନରେନ୍ଦ୍ର ହୋତା,ସମ୍ପାଦକ ଦିନେଶ ଭୋଇ ଅତିଥି ଭାବେ ଯୋଗଦେଇ କବି ଶ୍ରୀ ପଣ୍ଡାଙ୍କୁ ଉପ ଡ଼ୋକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।ଶ୍ରୀ ପଣ୍ଡାଙ୍କ ଦ୍ଵାରା ଆବୃତ୍ତି ହୋଇଥିବା ମୁଇ ତ ଗୁଟ ଚାଷୀ କବିତା ବେଶ ପ୍ରଶଂସିତ ହୋଇଥିଲା ।ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ସମ୍ମାନ ତାଙ୍କୁ ସାହିତ୍ୟ ସାଧନାରେ ଆଗକୁ ବଡ଼ିବାରେ ସାହାଯ୍ୟ କରିବ ।