-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ଦାଦନଶ୍ରମିକ ଚାଲାଣରେ ଅନିୟମିତତା :  ¤ ଅଫିସ୍ ରେ ରହୁନାହାଁନ୍ତି ଡି ଏଲ୍ ଓ    ¤ ଲାଇସେନ୍ସ ପ୍ରାପ୍ତ ଶ୍ରମିକଠିକାଦାରଙ୍କୁ ମିଳୁନି ମୁଭ୍ ମେଣ୍ଟ ଅର୍ଡର୍  !

30-Dec-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ବହୁ ଅଭିଯୋଗ , କଟକଣା ଓ ବିବାଦୀୟ ଘଟଣାପରେ ବି ବଲାଙ୍ଗୀର ଜିଲ୍ଲାରେ ବେଆଇନ୍ ଦାଦନଶ୍ରମିକ ଚାଲାଣ ଅବ୍ୟାହତ ରହିଛି । ବିଡମ୍ବନା ଯେ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି ଶ୍ରମ ବିଭାଗର ଅଧିକାରୀ ।  ଜିଲ୍ଲାର  ଶ୍ରମବିଭାଗ ପକ୍ଷରୁ ଶ୍ରମିକ ଚାଲାଣ ନିମନ୍ତେ ବିଧିବଦ୍ଧ ଭାବେ ଲାଇସେନ୍ସ ପାଇଥିବା ଶ୍ରମିକ ଠିକାଦାର ବା ସର୍ଦ୍ଦାରମାନେ ବାହାରକୁ କାମ ପାଇଁ ଯିବାକୁ ଚାହୁଁଥିବା ଶ୍ରମିକଙ୍କର ମୁଭ୍ ମେଣ୍ଟ ଅର୍ଡର ପାଇଁ ଦୀର୍ଘ ୭୦ / ୮୦ କିମି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ୍ କୁ ମାସାଧିକକାଳ ଧାଇଁ ଧାଇଁ ନିରାଶ ହୋଇପଡୁଛନ୍ତି । ଅପରପକ୍ଷେ ସେହି ଠିକାଦାରଙ୍କ ଠାରୁ ଚୁକ୍ତିବଦ୍ଧ ହୋଇ ଅଗ୍ରୀମ ଟଙ୍କା ନେଇଥିବା ଶ୍ରମିକମାନେ ଅନ୍ୟ ବେଆଇନ ସର୍ଦ୍ଦାରମାନଙ୍କ କ ବ୍ ଜା କୁ ପଳାଇଯାଉଥିବାରୁ ଜିଲ୍ଲାରେ ବେଆଇନ୍ ଦାଦନଶ୍ରମିକ ଚାଲାଣ ବୃଦ୍ଧି ପାଉଥିବା ଜଣାପଡିଛି । ଏ ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ସେ ଆଜି ମୁଁ ଅମୁକ ମିଟିଂରେ ଅଛି ' , 'କାଲି ଫିଲ୍ଡକୁ ଯାଇଥିଲି ' , ଆଉ କେବେ ' ଗୋଟିଏ ଜରୁରୀ କାମରେ ବ୍ୟସ୍ତ ରହିଗଲି ' ଇତ୍ୟାଦି ସଫେଇ ଦେଉଛନ୍ତି । କିନ୍ତୁ  ସର୍ଦ୍ଦାରମାନଙ୍କଠାରୁ ଉତ୍କୋଚ ନେବାକୁ ସେ ଏପରି ଫନ୍ଦିଫିକର କରୁଥିବା ଅଭିଯୋଗ କରାଯାଉଛି । ଯଦିଓ ଉକ୍ତ ଅଧିକାରୀ ଏଭଳି ଅଭିଯୋଗକୁ ଅସ୍ବୀକାର କରନ୍ତି । ତେବେ ଜିଲ୍ଲାର ଦୂରଦୂରାନ୍ତରରୁ ମୁଭ୍ ମେଣ୍ଟ ଅର୍ଡର ବା କୌଣସି ସରକାରୀ କାଗଜପତ୍ର କାମ ପାଇଁ ଆସୁଥିବା ଶ୍ରମିକଠିକାଦାର ବା ଅନ୍ୟବ୍ୟକ୍ତିବିଶେଷଙ୍କ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ତାଙ୍କ ଅଫିସ୍ ର ଅନ୍ୟ କୌଣସି ଅଧସ୍ତନ କର୍ମଚାରୀଙ୍କୁ ଏହି ଦାୟିତ୍ୱ ଦେବାକୁ ଅନୁରୋଧ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ , ବଲାଙ୍ଗୀର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ବନାମ ବଲାଙ୍ଗୀର ଯୁଗ୍ମ ଶ୍ରମ କମିଶନରଙ୍କ ଅଫିସ୍ ଟି ବହୁଦିନରୁ ଲାଞ୍ଚଖୁଞ୍ଚ ମାମଲାରେ ବଦନାମ ହୋଇଯାଇଛି । ଗତବର୍ଷ ଏହି ଅଫିସ୍ ର ଜଣେ କିରାଣୀ ଓ ଜଣେ ଯୁଗ୍ମ ଶ୍ରମ କମିଶନରଙ୍କୁ ଭିଜିଲାନ୍ସ ଧରିଥିଲା । ଜିଲ୍ଲାରୁ ପ୍ରତିବର୍ଷ ପ୍ରକୃତରେ କେତେ ଶ୍ରମିକ ବାହାରକୁ ଯାଆନ୍ତି , ତାହାର ସଠିକ୍ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଉ ନଥିବା ସହିତ ଦାଦନଶ୍ରମିକ ଶୋଷଣ ବା ନିର୍ଯାତନା କି ରାଜ୍ୟବାହାରେ ଦାଦନଶ୍ରମିକଙ୍କ ମୃତ୍ୟୁ ଇତ୍ୟାଦି ମାମଲାର ସଠିକ୍ ତଦନ୍ତ କ୍ଷେତ୍ରରେ ଅବହେଳା କରାଯାଇଆସୁଥିବା ବହୁ ଅଭିଯୋଗ ପ୍ରକାଶ ପାଇ ଆସୁଛି । ଏହି ଅଫିସ୍ ର କର୍ମଚାରୀମାନେ ମଧ୍ୟ ଅଭିଯୋଗମୁକ୍ତ ନୁହଁନ୍ତି । ବେଆଇନ୍ ଦାଦନଶ୍ରମିକ ଚାଲାଣକୁ ରୋକିବା ଦିଗରେ ଏହି ଅଫିସ୍ ଓ ଅଧିକାରୀଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ । ବଲାଙ୍ଗୀର ଜିଲ୍ଲାରେ ପୁଲିସ୍ ଓ ଶ୍ରମଅଧିକାରୀଙ୍କ ବିରୋଧରେ ବଟି ଖାଉଥିବା ସହ ନିକଟରେ କଣ୍ଟାବାଞ୍ଜିରେ କେତେକ ଆନ୍ଧ୍ର ଦାଦନସେଠଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରି ଜଣେ ଡିଏସପି ନିଲମ୍ଵିତ ହୋଇଥିବା ଘଟଣା ଘଟିଛି । ଏଣୁ ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୁଏ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା